କାନପୁର : ୟୁପିର କାନପୁରରେ ଏକ ଅଭାବନୀୟ ଘଟଣା ଘଟିଛି। ରେଲୱେ ଟେକ୍ନିସିଆନ ପଦରେ ନିଯୁକ୍ତ, ବିହାର ବାସିନ୍ଦା ଜଣେ ଯୁବତୀ ଫାଶୀ ଲଗେଇ ଆତ୍ମହତ୍ୟା କରିଛନ୍ତି। ତାଙ୍କର ସପ୍ତାହେ ପୂର୍ବରୁ ନିର୍ବନ୍ଧ ହୋଇଥିଲା। ଆତ୍ମହତ୍ୟା ପୂର୍ବରୁ ଯୁବତୀ ଏକ ସୁଇସାଇଡ ନୋଟ୍ ମଧ୍ୟ ରଖି ଥିଲେ ,ଯେଉଁଥିରେ ସେ ଲେଖିଛନ୍ତି –ମମି-ପାପା ମୋତେ କ୍ଷମା କରିଦେବ , ମୁଁ ଜୀବନ ହାରିବାକୁ ଚାହୁଁଛି। ଛୁଟି ସାରି ଫେରିଥିବା ରୁମ୍ ପାର୍ଟନର ଯେବେ ଡୋର୍ ଠକଠକ୍ କଲେ ,କେହି ଶୁଣିଲେ ନାହିଁ। ତାପରେ ସେ ପରିବାର ଓ ପୁଲିସକୁ ସୂଚନା ଦେଲେ। ପୁଲିସ କବାଟ ଭାଙ୍ଗି ଦେଖିଲା ଓଢଣୀର ଫାଶରେ ଯୁବତୀଙ୍କ ମୃତଦେହ ଝୁଲୁ ଥିଲା।

ଫରେନ୍ସିକ ଟିମକୁ ପ୍ରମାଣ ସଂଗ୍ରହ ବେଳେ ଏକ ଡାଏରୀରେ ସୁଇସାଇଡ୍ ନୋଟ୍ ମିଳି ଥିଲା। ହେଲେ ଆତ୍ମହତ୍ୟାର କାରଣରୁ ସ୍ପଷ୍ଟ ହୋଇ ପାରି ନାହିଁ। ଯୁବତୀଙ୍କ ସପ୍ତାହେ ପୂର୍ବରୁ ନିର୍ବନ୍ଧ ହୋଇଥିଲା। ମୂଳତଃ ବିହାର ମୁଜଫରପୁରରେ ରହୁଥିବା ୨୮ ବର୍ଷିୟା ନେହା କୁମାରୀ ୨୦୨୦ ମସିହାରେ ରେଲୱେ ଟେକ୍ନୋସିଆନ ପଦରେ ନିଯୁକ୍ତ ହୋଇ ଥିଲେ। ଏବେ ତାଙ୍କର ମୁତୟନ ଫଜଲଗଞ୍ଜ ୱାର୍କସପରେ ଥିଲା।ପିତା ଉମେଶ କୁମାର ଝାଡ଼ଖଣ୍ଡ ସ୍ଥିତ ଏକ ପ୍ରାଇଭେଟ୍ କମ୍ପାନୀରେ କାର୍ଯ୍ୟରତ। ଆଗ୍ରା ମେଟ୍ରୋରେ କାମ କରୁଥିବା ବଡ଼ ଭାଇ ଚନ୍ଦନ କହିଛନ୍ତି ଯେ, ନେହା ୱାର୍କସପ୍ରେ କାର୍ଯ୍ୟରତ ସୋନଲଙ୍କ ସହ ଗୋବିନ୍ଦ ନଗର ଦସ ବ୍ଲକରେ ରହୁଥିଲେ।

୨୩ ଫେବ୍ରୁଆରୀରେ ଛୁଟି ନେଇ ନେହା ହୋଲି ଉତ୍ସବ ପାଳିବାକୁ ଘରକୁ ଆସିଥିଲେ। ଏହାପରେ ଗୁରୁବାର ଫେରିବା ପରେ ସେ ଓଡ଼ଣୀରେ ଫାଶି ଦେଇଥିଲେ। ସେହି ସନ୍ଧ୍ୟାରେ ରୁମ୍ ପାର୍ଟନର ସୋନଲ ପହଞ୍ଚି ଥିଲେ , କବାଟ ଠକଠକ୍ କରିବାରୁ,ଯେବେ କୌଣସି ଜବାବ ମିଳିଲା ନାହିଁ ତ ସେ ପୁଲିସ ଓ ପରିବାର ଲୋକଙ୍କ ସୂଚନା ଦେଇଥିଲେ।

ଗୋବିନ୍ଦ ନଗର ଥାନା ପ୍ରଭାରୀ ରିକେଶ କୁମାର ସିଂହ କହିଛନ୍ତି ଯେ, ଯୁବତୀଙ୍କ ଆତ୍ମହତ୍ୟାର କାରଣ ସ୍ପଷ୍ଟ ହୋଇ ପାରି ନାହିଁ। ସୁଇସାଇଡ୍ ନୋଟ ମିଳିଛି ,ବର୍ତ୍ତମାନ ମାମଲାର ତଦନ୍ତ ଜାରି ରହିଛି।