ପ୍ରମୂଖ ଖବର
  • ଆଇଏଏସ ସ୍ତରରେ ଅଦଳବଦଳ, ବଦଳିଲେ ପୁରୀ ଜିଲ୍ଲାପାଳ
  • ||
  • ପଟ୍ଟାମୁଣ୍ଡାଇ : ମା'କୁ ପିଟି ପିଟି ମାରିଦେଲା ପୁଅ
  • ||
  • ସଂସଦରେ ବିରୋଧୀଙ୍କ ହଟ୍ଟଗୋଳ, ଆସନ୍ତାକାଲି ଯାଏ ଲୋକସଭା ଓ ରାଜ୍ୟସଭା ମୁଲତବୀ ଘୋଷଣା
  • ||
  • ଉପରାଷ୍ଟ୍ରପତିଙ୍କ ଇସ୍ତଫା ଗ୍ରହଣ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଗତକାଲି ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ପଦରୁ ଇସ୍ତଫା ଦେଇଥିଲେ ଜଗଦୀପ ଧନଖଡ଼
  • ||
  • ଖୁବ୍‌ଶୀଘ୍ର ନିଲାମ ହେବ ରାଜ୍ୟର ୨୨ ଖଣି, ସୂଚନା ଦେଲେ ଖଣି ମନ୍ତ୍ରୀ ବିଭୂତି ଜେନା
  • ||
  • ଆଠଗଡ଼: ଯୁବତୀଙ୍କ ଅନ୍ତରଙ୍ଗ ଭିଡିଓ ଭାଇରାଲ୍‌ ଅଭିଯୋଗ, ଯୁବକ ଗିରଫ
  • ||
  • ଭୁବନେଶ୍ବର: ଦିଲ୍ଲୀ ଗଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ସଂଗଠନ ସ୍ଥିତିି ନେଇ ହୋଇପାରେ ଆଲୋଚନା
  • ||
  • ବଳଙ୍ଗାରେ ନାବାଳିକାଙ୍କୁ ଜାଳିଦେବା ମାମଲା, ପୀଡ଼ିତାଙ୍କ ବୟାନ ରେକର୍ଡ ପାଇଁ ଦିଲ୍ଲୀ ଯିବେ କ୍ରାଇମବ୍ରାଞ୍ଚ ଓ ପୁଲିସ ଟିମ୍
  • ||
  • ଭୁବନେଶ୍ବର: ସହିଦ ନଗରରେ ରହୁଥିବା IT ଅଫିସରଙ୍କ ଘରୁ ଲୁଟ୍, ଲକ୍ଷାଧିକ ଟଙ୍କା ଓ ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ
  • ||
  • ମାଞ୍ଚେଷ୍ଟର ଟେଷ୍ଟରେ ବଦଳିବ ଟିମ୍ ଇଣ୍ଡିଆ ଚୂଡ଼ାନ୍ତ ଏକାଦଶ; କୁଲଦୀପ, କାମ୍ବୋଜ, ସର୍ଦୁଲ ପ୍ରତିଦ୍ୱନ୍ଦ୍ୱିତା
  • ||
  • ଢ଼େଙ୍କାନାଳ: ଗୋରୁ ବୋଝେଇ କଣ୍ଟେନର ଜବତ : ୧୮ ଗୋରୁ ଉଦ୍ଧାର, ଡ୍ରାଇଭର୍ ଫେରାର
  • ||
  • ମାଲକାନଗିରିରେ ପ୍ରବଳ ବର୍ଷା; ଯୋଡ଼ାମ୍ବ ସ୍ୱାସ୍ଥ୍ୟକେନ୍ଦ୍ରରେ ୩ ଫୁଟରେ ପାଣି, ରୋଗୀ ଓ କର୍ମଚାରୀ ହନ୍ତସନ୍ତ
  • ||
  • ଭାରତରେ ୭୦,୦୦୦ କୋଟି ନିବେଶ କରିବ ନୟାରା ଏନର୍ଜି: ଇୟୁର କଟକଣାକୁ ବେଆଇନ ଦର୍ଶାଇଲା କମ୍ପାନି
  • ||
  • ପୁରୀ: ସମଙ୍ଗ ପାର୍କିଂରେ ରୋମିଓଙ୍କ ଉତ୍ପାତ: ଧରାପଡ଼ିଲେ ୨, ଖସିଗଲେ ୪
  • ||
  • ନୂଆଦିଲ୍ଲୀ : ଆଜି ବସିବ କେନ୍ଦ୍ର କ୍ୟାବିନେଟ୍ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ୨୩ରୁ ପ୍ରବଳ ବର୍ଷା, ୨୪ରେ ଲଘୁଚାପ; ପାଣିପାଗ ବିଭାଗ ପକ୍ଷରୁ ବିଭିନ୍ନ ଜିଲ୍ଲାକୁ ଅରେଞ୍ଜ ଓ ୟେଲୋ ଆଲର୍ଟ
  • ||

ଜଳ ଯୋଗାଣ ପାଇଁ ଡ୍ରେନ ପୋତି ଦିଆଗଲା, ଗ୍ରାମ୍ୟ ରାସ୍ତାରେ ଜମି ରହୁଛି ବର୍ଷା ପାଣି

Published By : Gurupada Nath | July 22, 2025 9:04 PM

ସାହଜପାଲ/ବୌଦ୍ଧ,୨୨/୭ :  ସଦର ବ୍ଲକ ତେଲିବନ୍ଧ ପଂଚାୟତ ଚନ୍ଦ୍ରପୁର ଗ୍ରାମରେ ବର୍ଷା ହେଲେ ଗ୍ରାମ୍ୟ ରାସ୍ତାରେ ବର୍ଷା ପାଣି ଜମି ରହୁଛି l ଗାଁରେ ୭ବର୍ଷ ପୂର୍ବେ କଂକ୍ରିଟ କରଣ କରାଯାଇଥିଲା l କିନ୍ତୁ ଏଲଏଣ୍ଡଟି କମ୍ପାନୀ ପକ୍ଷରୁ ଗାଁରେ ଜଳ ଯୋଗାଣ ଲାଗି ପାଇପ ବିଛା ଗଲା l କଂକ୍ରିଟ ରାସ୍ତା ଭାଙ୍ଗିବା ସହ ଡ୍ରେନ ଭାଙ୍ଗି ପୋତି ଦିଆଗଲା l କିନ୍ତୁ ଏଲଏଣ୍ଡଟି ସଂସ୍ଥା ଡ୍ରେନ କଲା ନାହିଁକି ରାସ୍ତା ମରାମତି କଲା ନାହିଁ l ନିରବ ସାଜିବା ଯୋଗୁଁ ବର୍ଷା ଋତୁ ଚାଲିଥିବା ବେଳେ ବର୍ଷା ପାଣି ଯାଇ ପାରୁନାହିଁ l ଫଳରେ ପାଣି ଗ୍ରାମ୍ୟ ରାସ୍ତାରେ ଲହଡି ମାରୁଛି l ଏପରିକି ଲୋକଙ୍କ ଘରେ ମଧ୍ୟ ବର୍ଷା ପାଣି ପଶି ଯାଉଛି l 

ଗାଁର ସମସ୍ତ ପଡ଼ାରୁ ଆସୁଥିବା ବର୍ଷା ପାଣି କୁଆଡ଼େ ନ ଯାଇ ରାସ୍ତା ଉପରେ ଲହଡ଼ି ମାରୁଛି l ମଇଳା ପାଣି ମାଡି ଲୋକେ ଯିବା ଆସିବା କରୁଛନ୍ତି l ପାଣି ରହିଥିବା ଯୋଗୁଁ ମଶା ମାଛିଙ୍କ ପ୍ରାଦୁର୍ଭାବ ଯୋଗୁଁ ଦୁର୍ଗନ୍ଧ ମୟ ପରିବେଶ ସୃଷ୍ଟି ହେଉଛି l ଏହି ରାସ୍ତା ଦେଇ ଯିବା ଆସିବା କରୁଥିବା ଲୋକେ ବିଭିନ୍ନ ଅସୁବିଧା ସମ୍ମୁଖୀନ ହେଉଛନ୍ତି l ଗାଁର ଗୁଢ଼ୀ ଘର ପାଖରେ ଥିବା ନଳକୂପର ପାଣି କୌଣସି ଆଡେ ଯାଇପାରୁନାହଁ l ଫଳରେ ରାସ୍ତାରେ ନଳକୂପର ମଇଳା ପାଣି ଜମି ରହି ଅପ୍ରୀତିକର ପରିସ୍ଥିତି ଉପୁଜିଛି l ତା’ସହ କେତେକ ସ୍ଥାନରେ ଖାଲୁଆ ଅଂଶ ଥିବାବେଳେ ସେଠାର ମାଟି ଗଣ୍ଡେ ସଂସ୍ଥା ପକ୍ଷରୁ ପକାଯାଇନାହିଁ l ସେଇ ଖାଲୁଆ ସ୍ଥାନରେ ପାଣି ଜମି ବଡ଼ ବଡ଼ ଗର୍ତ୍ତ ସୃଷ୍ଟି ହେଲାଣି l ଏପରିକି ସେଇ ଖlଲରେ ଲୋକେ ପଡ଼ି ଦୁର୍ଘଟଣାର ଶିକାର ହେଲେଣି l ବହୁ ବର୍ଷା ହେବାର ସମ୍ଭାବନା ଥିବାରୁ ଏକ ସପ୍ତାହ ମଧ୍ୟରେ ଡ୍ରେନ୍ ନିର୍ମାଣ କରା ନ ଗଲେ ଲୋକଙ୍କ ବହୁ କ୍ଷତି ହେବାର ସମ୍ଭାବନା ଅଛି l ଏଣୁ ତୁରନ୍ତ ପଦେକ୍ଷପ ଗ୍ରହଣ କରି ଡ୍ରେନ ନିର୍ମାଣ ସହ ଖାଲୁଆ ସ୍ଥାନରେ ମାଟି ପକାଇବାକୁ ସାଧାରଣରେ ଦାବି ହେଉଛି l

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.