ପ୍ରମୂଖ ଖବର
  • ମତ୍ସ୍ୟ ସେବାରେ ୨୧୭ ନୂତନ ପଦବୀ ଏବଂ ଉଦ୍ୟାନ କୃଷି ସେବାରେ ୬୭ ନୂତନ ପଦବୀ ସୃଷ୍ଟି
  • ||
  • ଦିଗପହଣ୍ଡି ଓସ୍ତାପଲ୍ଲୀରେ ବ୍ୟାପୁଛି ଝାଡାବାନ୍ତି, ମୃତ୍ୟୁ ସଂଖ୍ୟା ୨ରେ ପହଞ୍ଚିଲା
  • ||
  • ପ୍ରସିଦ୍ଧ ୟୁଟ୍ୟୁବର ମନୀଷ କଶ୍ୟପ ‘ଜନ ସୁରାଜ’ ପାର୍ଟିରେ ସାମିଲ
  • ||
  • ପ୍ରକାଶ ପାଇଲା ଯୁକ୍ତ ୨ ପ୍ରଥମ ମେଧା ତାଲିକା, କାଲିଠୁ ଆରମ୍ଭ ହେବ ନାମଲେଖା: ୨୪ରୁ ଏକାଦଶ ଶ୍ରେଣୀ ପାଠପଢ଼ା
  • ||
  • ସୁରକ୍ଷା ବାହିନୀକୁ ବଡ଼ ସଫଳତା, ଏନକାଉଣ୍ଟରରେ PLGA ବାଟାଲିୟନ ଡେପୁଟି କମାଣ୍ଡର ନିହତ
  • ||
  • ରାଜଧାନୀରୁ ୨୬୫ ଗ୍ରାମ ବ୍ରାଉନ ସୁଗର ଜବତ, ଅଭିଯୁକ୍ତ ଗିରଫ
  • ||
  • ଢେଙ୍କାନାଳ : ଫାର୍ମହାଉସ୍‌ରୁ ଶ୍ରମିକଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ତଦନ୍ତ କରୁଛି ପୁଲିସ
  • ||
  • IT ଅଫିସରେ ହାଜର ହେଲେ ବିଶାଳ ଦାସ, କିଛି ଦିନ ପୂର୍ବରୁ ହୋଇଥିଲା ଚଢାଉ
  • ||
  • ଭଦ୍ରକ : ବିପଦ ସଂକେତ ତଳେ ବୈତରଣୀରେ ବନ୍ୟା ଜଳ, ୧୮.୦୭ ମିଟରରେ ପ୍ରବାହିତ
  • ||
  • ଅଧରପଣା ପାଇ ତୃପ୍ତ ହେବେ ଦେବାଦେବୀଙ୍କ ସମେତ ଯୋଗିନୀଗଣ, ପଣା ସଂଗ୍ରହ ଉପରେ ଲାଗିଲା କଟକଣା
  • ||
  • ଢେଙ୍କାନାଳ : ୪୦ ଟିକିଆ ହାତୀପଲ ନଦୀ ପାର ବେଳେ ଅଘଟଣ, ବ୍ରାହ୍ମଣୀ ନଦୀରେ ଭାସିଗଲେ ୩ ହାତୀ, ଦୀର୍ଘ ସମୟର ପରେ ଉଦ୍ଧାର
  • ||
  • ରଥାରୂଢ଼ ଠାକୁରଙ୍କୁ ଅଧର ପଣା ଭୋଗ ଅର୍ପଣ ନୀତି, ଆଜି ପାର୍ଶ୍ୱଦେବାଦେବୀ ଓ ଅଶରୀରଙ୍କୁ ହେବ ସମର୍ପଣ
  • ||
  • ବାଲେଶ୍ୱର : ବାଗୁଡ଼ି ଯୋଡ଼ାମ୍ବ ଛକ SBI ଏଟିଏମ୍‌ରୁ ଲୁଟ୍, ଗ୍ୟାସ୍‌ କଟରରେ ଏଟିଏମ୍‌ କାଟି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ବଙ୍ଗୋପସାଗରେ ଲଘୁଚାପ ସକ୍ରିୟ; ଆଜି ୭ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଅରେଞ୍ଜ, ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||

ଲାଞ୍ଚ ନେଇ ଧରାପଡ଼ିଲେ ବଡ଼ ବାବୁ; ଭିଜିଲାନ୍ସ ପଞ୍ଝାରେ ରାଇରଖୋଲର ବିଭିଓ ଏବଂ ପ୍ରୋଜେକ୍ଟ ଆସିଷ୍ଟାଣ୍ଟ

Published By : Harapriya Sethi | July 7, 2025 3:17 PM

ଭୁବନେଶ୍ୱର,୦୭/୦୭: ଟୋଲ୍ ଫ୍ରି' ନମ୍ବରରେ ହୋଇଥିବା ଅଭିଯୋଗ ଆଧାରରେ ସମ୍ୱଲପୁର ରାଇରଖୋଲର ବିଭିଓ ଡ. ଶୁଭ ପ୍ରକାଶ ସୋରେନ ଏବଂ ପ୍ରୋଜେକ୍ଟ ଆସିଷ୍ଟାଣ୍ଟ ମହେଶ୍ୱର ସାହୁଙ୍କୁ ଧରିଛି ଭିଜିଲାନ୍ସ ଟିମ୍ । ପ୍ରୋଗ୍ରାମ ଆସିଷ୍ଟାଣ୍ଟ ଜଣେ ହିତାଧିକାରୀଙ୍କ କୁକୁଡ଼ା ଫାର୍ମର ସବସିଡି ଟଙ୍କା ପ୍ରଦାନ ପାଇଁ ୫,୦୦୦ ଟଙ୍କା ଲାଞ୍ଚ ନେବା ସମୟରେ ଦୁର୍ନୀତି ନିବାରଣ ଟିମ୍ ତାଙ୍କୁ ଧରିଛି ।

ସୂଚନା ମୁତାବକ, ଉଭୟ ଅଧିକାରୀ ଜଣେ ହିତାଧିକାରୀଙ୍କଠାରୁ ଦ୍ୱିତୀୟ ପର୍ଯ୍ୟାୟ ସବସିଡି ରାଶି ୫୪,୦୦୦ ଟଙ୍କା ପ୍ରଦାନ ପାଇଁ ୫,୦୦୦ ଟଙ୍କା ଲାଞ୍ଚ ମାଗିଥିଲେ । ଓଡ଼ିଶା ସରକାରଙ୍କ ଗୋ-ସୁଗମ ଯୋଜନାରେ ହିତାଧିକାରୀ ଜଣକ ଏପ୍ରିଲ୍ ୨୦୨୫ରେ କୁକୁଡ଼ା ଫାର୍ମ କରିଥିଲେ ଏବଂ ମୋଟ୍ ସବସିଡି ଟଙ୍କା ବାବଦକୁ ୯୦,୦୦୦ଟଙ୍କା ପାଇବାକୁ ଯୋଗ୍ୟ ଥିଲେ। ସେ ଏପ୍ରିଲ ୨୦୨୫ରୁ ଡ. ସୋରେନଙ୍କୁ ଦ୍ୱିତୀୟ ପର୍ଯ୍ୟାୟ ସବସିଡି ରାଶି ୫୪,୦୦୦ ଟଙ୍କା ପ୍ରଦାନ କରିବାକୁ ଅନୁରୋଧ କରି ଆସୁଥିଲେ। କିନ୍ତୁ ଡ. ସୋରେନ ଉକ୍ତ ରାଶି ପ୍ରଦାନ କରିବା ପାଇଁ ୫୦୦୦ ଟଙ୍କା ଲାଞ୍ଚ ମାଗିଥିଲେ । କୌଣସି ବିକଳ୍ପ ନ ପାଇ ଟୋଲଫ୍ରି ନମ୍ବର-୧୦୬୪ରେ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କୁ ଏ ସମ୍ପର୍କରେ ଖବର ଦେଇଥିଲେ । ଏହା ପରେ ଭିଜିଲାନ୍ସ ଅଧିକାରୀମାନେ ସୋମବାର ବିଭିଓ ଶୁଭ ପ୍ରକାଶ ସୋରେନ ଏବଂ ପିଏ ମହେଶ୍ୱର ସାହୁଙ୍କୁ ୫,୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ ଧରିଛି। ସେମାନଙ୍କ ନିକଟରୁ ଲାଞ୍ଚ ଟଙ୍କା ଜବତ କରାଯାଇଛି । ଏହା ପରେ ବିଭିଓ ଶୁଭ ପ୍ରକାଶ ସୋରେନଙ୍କ ୨ଟି ସ୍ଥାନରେ ଭିଜିଲାନ୍ସ ଟିମ୍ ଚଢାଉ କରୁଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.