ପ୍ରମୂଖ ଖବର
  • ଭୁବନେଶ୍ବରରେ ମଦ ପିଇ ୨ ଜଣଙ୍କ ମୃତ୍ୟୁ ଅଭିଯୋଗ , ମଦ ଦୋକାନ ସିଲ୍ କଲା ଅବକାରୀ ବିଭାଗ
  • ||
  • ଖଲ୍ଲିକୋଟ : ଛେଳି ପଲ ଉପରେ ମାଡିଗଲା ଟ୍ରକ, ୭୦ ଛେଳି ମୃତ
  • ||
  • ଯୁଦ୍ଧଗ୍ରସ୍ତ ଇରାନ୍‌ରୁ ଆର୍ମେନିଆରେ ପହଞ୍ଚିଲେ ୧୧୦ ଭାରତୀୟ, ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଆଡ୍‌ଭାଇଜରୀ ଜାରି
  • ||
  • ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ ଅଭିଯୋଗ, ସମସ୍ତ ୧୦ ଅଭିଯୁକ୍ତକୁ ଗିରଫ କଲା ପୁଲିସ
  • ||
  • କୋକସରା: ଦେପୁର ନିକଟରେ ଗଛରେ ପିଟି ହେଲା ବାଇକ, ଦୁଇ ମୃତ ଜଣେ ଗୁରୁତର
  • ||
  • ପ୍ରତିକୂଳ ପାଗ ପାଇଁ ୧୭ରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା, ଡାକବାଜି ଯନ୍ତ୍ରରେ କରାଗଲା ସତର୍କ
  • ||
  • ବଲାଙ୍ଗିର: ରାଜ୍ୟସ୍ତରୀୟ କୃଷକ ଶକ୍ତି ସମାବେଶରେ ସାମିଲ୍ ହେଲେ ମୁଖ୍ୟମନ୍ତ୍ରୀ, ସଫଳ ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯିବ
  • ||
  • ବଲାଙ୍ଗୀର ସହର ଭିତରେ ଦୁର୍ଘଟଣା, ଭାରସାମ୍ୟ ହରାଇ ରାସ୍ତାକଡ଼ ଦୋକାନକୁ ପଶିଗଲା କଣ୍ଟେନର
  • ||
  • ବସୁମତୀ ସ୍ନାନ ସହ ଶେଷ ହେଲା ରଜ, ୩ ଦିନର ବିଶ୍ରାମ ପରେ ଶୁଦ୍ଧ ସ୍ନାନ କଲେ ବସୁମାତା
  • ||
  • ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି; କୋଲକାତାରେ ଜରୁରୀ ଅବତରଣ
  • ||
  • ପରମାଣୁ ଅସ୍ତ୍ର ନେଇ ଇରାନ୍‌କୁ ଟ୍ରମ୍ପଙ୍କ କଡ଼ା ଚେତାବନୀ, କହିଲେ ତୁରନ୍ତ ତେହେରାନ୍ ଛାଡ଼, ଡ଼ାକିଲେ ବଡ଼ ବୈଠକ
  • ||
  • କାନାଡ଼ାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆଜି ଓ କାଲି ଦୁଇ ଦିନ ଧରି G7 ସମିଟ୍‌ରେ ସାମିଲ ହେବେ
  • ||
  • ଅନବସରରେ ମହାପ୍ରଭୁ: ଫୁଲୁରି ତେଲ ଘଷା ହେବାରେ ଉପଶମ ହେଉଛନ୍ତି ଦାରୁବ୍ରହ୍ମ, ଆଜି ଓଷ ଲାଗି ନୀତି
  • ||
  • ଏବେ ବଡ଼ ବର୍ଷା ନାହିଁ: ଆଜି କିଛି ସ୍ଥାନରେ ବର୍ଷିବ, ୨୩ରୁ ପୁଣି ବଢ଼ିପାରେ, ତାପମାତ୍ରା ୨ରୁ ୪ ଡିଗ୍ରୀ କମିବା ସମ୍ଭାବନା
  • ||

ରାଜଲକ୍ଷ୍ମୀ ହତ୍ୟାକାଣ୍ଡ ଘଟଣାରେ ଆସିଲା ନୂଆ ତଥ୍ୟ

Published By : Gurupada Nath | May 17, 2025 11:19 PM

ପାରଳାଖେମୁଣ୍ଡି,୧୭/୫ : ଗଜପତି ଜିଲ୍ଲା ତଥା ରାଜ୍ୟର ଚାଞ୍ଚଲ୍ୟକର ସୃଷ୍ଟି କରିଥିବା ରାଜଲକ୍ଷ୍ମୀ ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫାଶ ହେବା ପରେ ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମନାକୁ ଆସୁଛି । ପାଳିତା ନାବାଳିକା ଝିଅ ତାର ନିଜ ପ୍ରେମିକ ଓ ପ୍ରେମିକର ସାଙ୍ଗ ସହିତ ତିନି ଜଣ ମିଶି ରାଜଲକ୍ଷ୍ମୀଙ୍କୁ ହତ୍ୟା କରିବା ପରେ ଗୋଟିଏ ଆମ୍ବୁଲାନ୍ସ ଡାକି ଘରୁ ବିଳମ୍ବିତ ରାତିରେ ସ୍ଥାନୀୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ତା ପୂର୍ବରୁ ସେହି ପୁରୁଷ ବନ୍ଧୁ ଦୁଇ ଜଣ ମେଡିକାଲ ଭିତରକୁ ଯାଇ ପୂରା ଘେରା ମାରି ସେଠାରେ କିଏ ଡାକ୍ତର ଅଛନ୍ତି ଓ କିଏ କିଏ ଷ୍ଟାପ୍ ସବୁ ଅଛନ୍ତି ସେ ସବୁ ତନଖି କରିଥିବା ବିଶେଷ ସୁତ୍ରରୁ ଜଣାପଡ଼ିଛି । ସେଠାକୁ ନେଇ କିପରି ନାଟକ କରି ଅତିଶୀଘ୍ର ମୃତଦେହକୁ ପୁଣି ଭୂବନେଶ୍ୱର ନିଆଯିବ ସେ ସବୁ ଉତ୍ତମ ଭାବେ ଉପାୟ କରିଥିବା ଜଣାପଡ଼ିଛି । ସେହି ରାତିରେ ସେଠାରେ ଥିବା କିଛି ପ୍ରତ୍ୟେକ୍ଷଦର୍ଶୀ ନିଜ ନାମ ଗୁପ୍ତ ରଖି ପ୍ରକାଶ କରିଛନ୍ତି । 

ଯେପରି ହତ୍ଯା କରାଯାଇଥିଲା ତାହା ଭଲ ଭାବରେ ନିରେଖି ସୁକ୍ଷ୍ମରୁ ସୁକ୍ଷ୍ମ ବିଷୟକୁ ଯାଞ୍ଚ ନ କଲେ କେହି ବି ଜାଣିବା ସମ୍ଭବ ନ ଥିଲା  ଏବଂ ଏହାର ଲାଭ ତିନି ହତ୍ୟାକାରୀ ଉଠାଇଥିଲେ । ତେବେ କଥା ହେଉଛି ମୃତ ରାଜଲକ୍ଷ୍ମୀ ନିଜର ସବୁକିଛି ତ୍ଯାଗ କରିଦେଇଥିଲେ ଏହି ନାବାଳିକା ପାଇଁ । ସେ ପୋଷ୍ୟ ଗ୍ରହଣ କରିବା ପରେ ପତି ସଞ୍ଜୟଙ୍କ ସହ ମିଶି ବିଭିନ୍ନ ବ୍ଯବସାୟ କରି ଝିଅର ଲାଳନପାଳନ କରିଥିଲେ । କେବଳ ଭଲ ସ୍କୁଲରେ ପଢ଼ାଇବା ଲକ୍ଷ୍ୟରେ ପାରଳାଖେମୁଣ୍ଡି ଆସିଥିଲେ । ଭୁବନେଶ୍ୱର କେନ୍ଦ୍ରୀୟ ବିଦ୍ୟାଳୟରେ ସିଟ୍ ନ ମିଳିବାରୁ ଏବଂ ପାରଳାଖେମୁଣ୍ଡି ସ୍କୁଲରେ ସିଟ୍ ମିଳିବାରୁ ପ୍ରଥମ ଶ୍ରେଣୀରେ ଭର୍ତ୍ତି କରିବା ସହିତ ଦୀର୍ଘ ୭ ବର୍ଷ ହେଲା ପାରଳାଖେମୁଣ୍ଡିରେ ରହି ଆସୁଥିଲେ । ଇତି ମଧ୍ଯରେ ପତିଙ୍କ ମୃତ୍ୟୁ ହୋଇ ଚଳିବା କଷ୍ଟକର ହେଉଥିଲେ ମଧ୍ୟ ଝିଅକୁ କୌଣସିଥିରେ ଉଣା କରୁ ନଥିଲେ ବୋଲି ରାଜଲକ୍ଷ୍ମୀଙ୍କ ଧରମ ଭାଇ ରବିନ୍ଦ୍ର ମହାନ୍ତି କହିଛନ୍ତି । 

ଆଗରୁ କୌଣସି ପୂର୍ବ ପୁରୁଷ ସମ୍ପତ୍ତି ନ ଥିବାବେଳେ ନା ଶାଶୁ ଘର ନା ବାପ ଘର କେହି ବି ଥିଲା ବାଲା ନୁହଁନ୍ତି । କଷ୍ଟ ପଡ଼ି ଗୁଜରାଣ ମେଣ୍ଟାଇବା ପରିସ୍ଥିତି ବୋଲି ରବିନ୍ଦ୍ର କହିଛନ୍ତି । ଏଠାରେ ଝିଅ, ରାଜଲକ୍ଷ୍ମୀ ଓ ରବିନ୍ଦ୍ର ମିଶି ଭଡ଼ା ଘରେ ରହୁଥିଲେ । ତେବେ ରବିନ୍ଦ୍ର ସ୍ଥାନୀୟ ଗୋଟିଏ ହୋଟେଲରେ କାମ କରୁଥିବାରୁ ସେ ସକାଳ ୬ଟାରୁ ଘରୁ ବାହାରି ରାତ୍ରି ୯ଟା କିମ୍ବା ୧୦ଟାରେ ଫେରନ୍ତି । ବେଳେବେଳେ ରାତି ମଧ୍ଯ ହୋଟେଲରେ ରହି ଯାଉଥିବାରୁ କିମ୍ବା ନିଜ ଘର ଭୁବନେଶ୍ୱର ଯାଉଥିବାବେଳେ ପ୍ରାୟ ସମୟ ଘରେ ରୁହନ୍ତି ନାହିଁ । ସଞ୍ଜୟଙ୍କ ମୃତ୍ୟୁ ପରେ ଚଳିବା ବଡ଼ ଅସୁବିଧା ହେବାରୁ ସେ ଭଉଣୀଙ୍କୁ କପଡ଼ା ଆଣି ବିକ୍ରି କରିବା ପାଇଁ କହିଥିଲେ । ପରେ ଏହା ସହିତ କିଛି କସମେଟିକ ଓ ଅନ୍ୟାନ୍ୟ ଜିନିଷ ମଧ୍ଯ ରାଜଲକ୍ଷ୍ମୀ ବ୍ରହ୍ମପୁର କଟକ ଆଦି ଜାଗାରୁ ଆଣି ବିକ୍ରୟ କରି ଚଳୁଥିବା ବେଳେ ଝିଅର ତିଳେ ହେଲେ ଅସୁବିଧା କରୁନଥିଲେ ବୋଲି ରବିନ୍ଦ୍ର କହିଛନ୍ତି । 

ମା ଏବଂ ରବିନ୍ଦ୍ରଙ୍କ ଘରେ ଅନୁପସ୍ଥିତି ଝିଅକୁ ଅବାଟରେ ଯିବା ପାଇଁ ସୁଯୋଗ ଦେଲା । ଏହି କିଛି ମାସ ହେଲା ସେହି ଦୁଇ ପିଲା ଘରକୁ ଆସିବା ଏବଂ ଝିଅ ସହିତ ଅଧିକ ମିଶିବାକୁ କଡା ବିରୋଧ କରୁଥିଲେ ରାଜଲକ୍ଷ୍ମୀ । ଏହି ବିରୋଧ ଯେ ଏକାଥରେ ଜୀବନ ନେଇଯିବ ଏକଥା କେବେବି କଳ୍ପନା କରି ନଥିଲେ ଉଭୟ ରବିନ୍ଦ୍ର ଓ ରାଜଲକ୍ଷ୍ମୀ । ଏତେ ଛୋଟ ବୟସରୁ ଏତେ କ୍ରୁରତା ଏଡ଼େ ବଡ଼ ଘୃଣ୍ଯ କାମ କରିପାରନ୍ତି ଭାବି ଭାବି   କାନ୍ଦୁଛନ୍ତି ରବିନ୍ଦ୍ର । ଘଟଣା ଦିନ ବିଳମ୍ବିତ ରାତିରେ ମେଡିକାଲ ରେ ମୃତ୍ୟୁ ହୋଇଯାଇଥିବା ଖବର ଶୁଣି ଦୌଡ଼ି ଯାଇଥିଲେ ସେ । ହତବାକ ହୋଇଯାଇଥିଲେ ପୁଣି ଭୂବନେଶ୍ୱର ଗଲେ ଶବ ସତ୍କାର ବି ହେଲା । ତଥାପି କିଛିବି ବାରିପାରିଲେ ନାହିଁ ମୁଁ ବୋଲି ବଡ଼ ବିକଳ ହୋଇ କହିଛନ୍ତି ରବିନ୍ଦ୍ର। ସେ ଏତେ ସ୍ନେହ ମମତା ଦେଉଥିଲା, ଜନ୍ମିତ ସନ୍ତାନ ଠାରୁ ଅଧିକ ଆଦର କରୁଥିଲା ତାର ମାତୃତ୍ବ ମମତାକୁ ଏଡେ ଧୋଖା କି ବୋଲି ସମସ୍ତଙ୍କୁ ପ୍ରଶ୍ନ କରୁଛନ୍ତି । ସତରେ କେଡ଼େ ବିଚିତ୍ର ଏ ସମାଜ, ଯାହାକୁ ଜୀବନ ଦେଲା ସେ ବଡ଼ ହୋଇ ଜୀବନ ନେଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.