ପ୍ରମୂଖ ଖବର
  • ‘ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ହୋଇପାରେ ଡ୍ରୋନ୍ ଆକ୍ରମଣ’: ଆମେରିକା ରାଷ୍ଟ୍ରପତିଙ୍କୁ ଇରାନର ଧମକ
  • ||
  • ଗଗନଯାନ ମିଶନକୁ ବଡ଼ ସଫଳତା, ଇଞ୍ଜିନର ହଟ୍ ଟେଷ୍ଟ ସଫଳ; ସୂଚନା ଦେଲା ଇସ୍ରୋ
  • ||
  • ଡଙ୍କି ରୁଟ୍ ମାମଲାରେ ଇଡିର ବଡ଼ କାର୍ଯ୍ୟାନୁଷ୍ଠାନ, ହରିୟାଣା ଓ ପଞ୍ଜାବର ୧୧ ଠିକଣାରେ ଚଢ଼ାଉ
  • ||
  • ପଞ୍ଚମ , ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ : ଫେଲ ହେଲେ ଆଉ ଥରେ ପରୀକ୍ଷା ଦେବେ
  • ||
  • ଆଇପିଏସ୍ ସ୍ତରରେ ଅଦଳ ବଦଳ: ସଞ୍ଜୀବ ପଣ୍ଡା ହେଲେ ADG ନକ୍ସଲ ବିରୋଧୀ ଅପରେସନ୍
  • ||
  • ରାଜସ୍ଥାନରେ ଫାଇଟର ଜେଟ୍ କ୍ରାସ୍, ୨ ମୃତ
  • ||
  • ମୟୂରଭଞ୍ଜ : ବୁଢ଼ାବଳଙ୍ଗରେ ଗାଧୋଇବା ବେଳେ ଅଘଟଣ, ନଦୀରେ ଭାସି ଯୁବକ ମୃତ
  • ||
  • BMC ଅଧିକାରୀଙ୍କୁ ମାଡ଼ ମାମଲା; ଜଗନ୍ନାଥ ପ୍ରଧାନଙ୍କୁ ମିଳିଲା ଜାମିନ
  • ||
  • ପୁରୀ : ସର୍ବଭାରତୀୟ ଧର୍ମଘଟର ପ୍ରଭାବ; ସୂର୍ଯ୍ୟମନ୍ଦିର ବନ୍ଦ କଲା ଶ୍ରମିକ ସଂଗଠନ
  • ||
  • କଳାହାଣ୍ଡି : ବିଦ୍ୟୁତ ସଂସ୍ପର୍ଶରେ ଆସି ଦାଦନ ଶ୍ରମିକ ମୃତ, ଭିଟାମାଟିକୁ ଫେରୁଛି ମୃତଦେହ
  • ||
  • ଟାର୍ଗେଟରେ ଚୀନ-ପାକ୍‌; ଆତଙ୍କବାଦ ଉପରେ ଡବଲ୍‌ ଷ୍ଟାଣ୍ଡାର୍ଡ କାମ କରିବ ନାହିଁ, ବ୍ରାଜିଲରୁ ପ୍ରଧାନମନ୍ତ୍ରୀଙ୍କ କଡ଼ା ସନ୍ଦେଶ
  • ||
  • ଜଳ ପ୍ରଳୟରେ ବେହାଲ ଟେକ୍ସାସ, ମୃତ୍ୟୁ ସଂଖ୍ୟା ୧୦୯କୁ ବୃଦ୍ଧି
  • ||
  • ୧୫ ଜିଲ୍ଲାରେ ଆଜି ପ୍ରବଳ ବର୍ଷା ସମ୍ଭାବନା, ଗୁରୁବାରଠୁ କମିବ
  • ||
  • ସର୍ବଭାରତୀୟ ଧର୍ମଘଟ : ବିଜେଡିର ସମର୍ଥନ, ସାମିଲ ହେବ କଂଗ୍ରେସ
  • ||

ଚିକିତ୍ସା ପାଇଁ ଆଶାରାମଙ୍କୁ ମିଳିଲା ୧୭ ଦିନିଆ ପାରୋଲ୍, ଏୟାର ଆମ୍ବୁଲାନ୍ସରେ ଯିବେ ମହାରାଷ୍ଟ୍ର...

Published By : Ladu Kishor | December 10, 2024 5:30 PM

ନୂଆଦିଲ୍ଲୀ: ଶେଷ ନିଶ୍ବାସ ପର୍ଯ୍ୟନ୍ତ କଠୋର କାରାଦଣ୍ଡ ଭୋଗୁଥିବା ଆତ୍ମଘୋଷିତ ବାବା ଆଶାରାମଙ୍କୁ ପୁଣି ଥରେ ଚିକିତ୍ସା ପାଇଁ ରାଜସ୍ଥାନ ହାଇକୋର୍ଟ ୧୭ ଦିନ ପାରୋଲ ଦେଇଛନ୍ତି । ମହାରାଷ୍ଟ୍ରର ପୁଣେର ଏକ ଡାକ୍ତରଖାନାରେ ଚିକିତ୍ସା ପାଇଁ ଆଶାରାମଙ୍କ ଓକିଲ ରାଜସ୍ଥାନ ହାଇକୋର୍ଟରେ ଏକ ଆବେଦନ କରିଥିଲେ।

ଏଥିରେ ଅଶାରାମଙ୍କ ଚିକିତ୍ସା ପାଇଁ ପାରୋଲ ଦାବି କରାଯାଇଥିଲା। ଏହି ଆବେଦନ ଶୁଣିବା ପରେ ଆଶାରାମଙ୍କୁ ୧୭ ଦିନ ଚିକିତ୍ସା ପାଇଁ ପାରୋଲ ଦିଆଯାଇଛି। ଯେଉଁଥିରେ ଚିକିତ୍ସା ପାଇଁ ୧୫ ଦିନ ଏବଂ ଯାତ୍ରା ପାଇଁ ଦୁଇ ଦିନ ଦିଆଯାଇଛି। କୋର୍ଟଙ୍କ ତରଫରୁ ପୂର୍ବରୁ ଦିଆଯାଇଥିବା ପାରୋଲର ସର୍ତ୍ତ କାର୍ଯ୍ୟକାରୀ କରିବାକୁ ପୋଲିସ ପ୍ରଶାସନକୁ କୁହାଯାଇଛି। ଏୟାର ଆମ୍ବୁଲାନ୍ସ ଯୋଗେ ଆଶାରାମଙ୍କୁ ମହାରାଷ୍ଟ୍ରର ମାଧବବାଗ ଡାକ୍ତରଖାନାକୁ ନିଆଯିବ।

ଆସାରାମଙ୍କ ଓକିଲ କାଲୁରାମ ଭାଟି କହିଛନ୍ତି ଯେ, ଆଶାରାମଙ୍କ ଚିକିତ୍ସା ପାଇଁ ଆମେ କୋର୍ଟରେ ଏକ ପିଟିସନ ଦାଖଲ କରିଛୁ। ସେ କହିଛନ୍ତି ଯେ ମହାରାଷ୍ଟ୍ରର ମାଧବ ବାଗ ଆୟୁର୍ବେଦ ହସପିଟାଲରେ ତାଙ୍କର ୭ ଦିନିଆ ପାରୋଲରେ ଚିକିତ୍ସା ହେତୁ ଆସାରାମଙ୍କ ସ୍ୱାସ୍ଥ୍ୟରେ ଯଥେଷ୍ଟ ଉନ୍ନତି ହୋଇଛି ବୋଲି ସେ କୋର୍ଟଙ୍କୁ କହିଛନ୍ତି। ତେଣୁ ତାଙ୍କୁ ପାରୋଲ ଦିଆଯିବା ଉଚିତ, ଯାହା ଦ୍ବାରା ସେ ତାଙ୍କର ଚିକିତ୍ସା କରିପାରିବେ। ପାରୋଲ ଆବେଦନ ଶୁଣିବା ପରେ ୧୭ ଦିନ ପାରୋଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଚିକିତ୍ସା ପାଇଁ କୋର୍ଟ ୧୫ ଦିନ ଏବଂ ଯାତ୍ରା ପାଇଁ ୨ ଦିନ ସମୟ ଦେଇଛନ୍ତି। ତେବେ ପୂର୍ବରୁ ଦିଆଯାଇଥିବା ପାରୋଲର ସର୍ତ୍ତ କାର୍ଯ୍ୟକାରୀ କରିବାକୁ କୋର୍ଟ ଆଶାରାମଙ୍କୁ କହିଛନ୍ତି।

ସୂଚନାଥାଉକି ୧୪ ଏବଂ ୧୫ ଅଗଷ୍ଟ ୨୦୧୩ ରେ, ଆସାରାମ ଯୋଧପୁର ଆଶ୍ରମରେ ନିଜର ଗୁରୁକୁଳର ଜଣେ ନାବାଳିକା ଶିଷ୍ୟାଙ୍କୁ ବଳାତ୍କାର କରିଥିଲେ। ଏହା ପରେ ଦିଲ୍ଲୀର କମଲା ନାଗର ପୋଲିସ ଷ୍ଟେସନରେ ମାମଲା ରୁଜୁ ହୋଇଥିଲା । ଘଟଣାର ଯାଂଚ କରିବା ପରେ ଯୋଧପୁର ପୋଲିସ ୩୧ ଅଗଷ୍ଟ ରାତିରେ ଆଶାରାମଙ୍କୁ ଆଶ୍ରମକୁ ଗିରଫ କରି ସେପ୍ଟେମ୍ବର ୧ ରେ ଯୋଧପୁରକୁ ଆଣିଥିଲା। ସେବେଠାରୁ ଆଶାରାମ ଯୋଧପୁର କେନ୍ଦ୍ରୀୟ ଜେଲରେ ରହିଛନ୍ତି। ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଆଶାରାମଙ୍କୁ କଠୋର କାରାଦଣ୍ଡରେ ଦଣ୍ଡିତ କରାଯାଇଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.