ନୂଆଦିଲ୍ଲୀ: ଚଳିତ ଆଇପିଏଲର ୬୪ତମ ମୁକାବିଲା । ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛି ରାଜସ୍ଥାନ । ଲକ୍ଷ୍ନୌକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛି । ଲକ୍ଷ୍ନୌ ପ୍ଲେ-ଅଫ ଦୌଡ଼ରୁ ବାଦ ପଡ଼ି ସାରିଛି । ରାଜସ୍ଥାନର ଆଶା ଉଜ୍ଜୀବିତ ରହିଛି । ଆଉ ୨ଟି ମ୍ୟାଚରୁ ୪ ପଏଣ୍ଟ ହାତେଇ ଦଳ ବିନା ଦ୍ୱିଧାରେ ପ୍ଲେ-ଅଫ ସ୍ଥାନ ସୁରକ୍ଷିତ କରିପାରିବ । ଫଳରେ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିବ ।
ଗତ ୧୫ ତାରିଖରେ ଅନୁଷ୍ଠିତ ମ୍ୟାଚରେ ଚେନ୍ନାଇକୁ ହରାଇବା ପରେ ଲକ୍ଷ୍ନୌର ମନୋବଳ ଢ଼େର ବୃଦ୍ଧି ପାଇଛି । ଆଗକୁ ପ୍ଲେ-ଅଫ୍ ଚାପ ମଧ୍ୟ ନାହିଁ । ରାଜସ୍ଥାନ ୧୨ ପଏଣ୍ଟ ହାସଲ କରିବା ପରେ କ୍ରମାନ୍ୱୟରେ ୩ଟି ମ୍ୟାଚ ପରାଜିତ ହୋଇଛି । ବାକି ରହିଥିବା ୨ଟି ଯାକ ମ୍ୟାଚ ଜିତିଲେ ଦଳ ପ୍ଲେ-ଅଫରେ ପ୍ରବେଶ କରିପାରିବ ।
ପୂର୍ବ ରେକର୍ଡ ମଧ୍ୟ ରାଜସ୍ଥାନ ପକ୍ଷରେ ରହିଛି । ଉଭୟ ଦଳ ପରସ୍ପରକୁ ୭ଥର ଭେଟିଛନ୍ତି । ଏଥିରୁ ରାଜସ୍ଥାନ ୫ଟି ମ୍ୟାଚରେ ବିଜୟୀ ହୋଇଛି । ଗତ ୨୨ ତାରିଖରେ ମଧ୍ୟ ଉଭୟ ଦଳ ମଧ୍ୟରେ ଚଳିତ ସିଜନର ପ୍ରଥମ ମୁକାବିଲା ହୋଇଥିଲା ଓ ରାଜସ୍ଥାନ ୪୦ ରନ୍ରେ ବିଜୟ ହାସଲ କରିଥିଲା ।
ଏହାସହ ପଢ଼ନ୍ତୁ : Team India Squad vs Afghanistan: ଟିମ୍ ଇଣ୍ଡିଆରେ ଆଇପିଏଲ ଚେହେରା, ଏମାନଙ୍କୁ ମିଳିଲା ସୁଯୋଗ