ନୂଆଦିଲ୍ଲୀ: ଅଜିତ ଅଗରକରଙ୍କ ଚୟନକର୍ତ୍ତା ଟିମ୍ ଆଫଗାନିସ୍ତାନ ବିପକ୍ଷ ସିରିଜ୍ ପାଇଁ ଘୋଷଣା କରିଛନ୍ତି ଦଳ । ଉଭୟ ଟେଷ୍ଟ ଏବଂ ଦିନିକିଆ ସିରିଜ୍ ପାଇଁ ଦଳ ଘୋଷଣା କରାଯାଇଛି । ଏହି ସିରିଜରେ ୪ ନୂଆ ଚେହେରା ନଜର ଆସିବେ । ଆଇପିଏଲରେ କମାଲ କରୁଥିବା ୫ ଜଣ ଖେଳାଳିଙ୍କୁ ସୁଯୋଗ ଦିଆଯାଇଛି । ଯେଉଁମାନଙ୍କ ମଧ୍ୟରେ ରହିଛନ୍ତି ପ୍ରିନ୍ସ ଯାଦବ,ଗୁରୁନୂର ବ୍ରାର୍ ଏବଂ ହର୍ଷ ଦୁବେ । ଏହି ତିନି ଖେଳାଳି ଦିନିକିଆ ଦଳରେ ସାମିଲ ହୋଇଥିବାବେଳେ ଟେଷ୍ଟ ଟିମରେ ମାନବ ସୂତାର ଏବଂ ହର୍ଷ ଦୁବେ ଟେଷ୍ଟ ଦଳରେ ସାମିଲ ହୋଇଛନ୍ତି ।
ଗୋଟିଏ ଟେଷ୍ଟ ଏବଂ ତିନୋଟି ଦିନିକିଆ ମ୍ୟାଚ ଖେଳାଯିବ । ଭାରତ ଗସ୍ତରେ ଆସିବ ଆଫଗାନିସ୍ତାନ ଟିମ୍ । ଘରୋଇ ପରିବେଶରେ ଭାରତ ଏହି ସିରିଜ୍ ଖେଳିବାକୁ ଯାଉଥିବାବେଳେ ଆଇପିଏଲରେ କମାଲ କରୁଥିବା ଖେଳାଳିଙ୍କ ଉପରେ ଧ୍ୟାନ ଦିଆଯାଇଥିବା ଦେଖିବାକୁ ମିଳିଛି ।
ପ୍ରୀନ୍ସ ଯାଦବ ଚଳିତ ସିଜିନରେ ଲକ୍ଷ୍ନୌ ପକ୍ଷରୁ ଖେଳୁଥିବାବେଳେ ସେ କମାଲ ବୋଲିଂ କରୁଛନ୍ତି । ଏହାସହ ଲିଷ୍ଟ-ଏରେ ସେ ୧୪ଟି ମ୍ୟାଚ ଖେଳିଥିବାର ଅଭିଜ୍ଞତା ରଖିଥିବାବେଳେ ଦିନିକିଆ ଦଳରେ ଖେଳିବାର ସୁଯୋଗ ମିଳିଛି । ଗୁରୁନୂର ବ୍ରାରଙ୍କ କଥା ଯଦି କହିବା ତାହେଲେ ସେ ଗୁଜୁରାଟ ପକ୍ଷରୁ ବଇପିଏଲ କେଳୁଛନ୍ତି । ସେ ୯ଟି ଲିଷ୍ଟ୍-ଏ ମ୍ୟାଚ ଖେଳିଥିବାବେଳେ ମାତ୍ର ଗୋଟିଏ ଆଇପିଏଲ ମ୍ୟାଚ୍ ଖେଳିଛନ୍ତି । ସେ ଜଣେ ନେଟ ବୋଲରଭାବେ ଆଇପିଏଲରେ ଯୋଗ ଦେଇଥିଲେ । ଆଉ ଏବେ ଟିମ୍ ଇଣ୍ଡିଆରେ ସ୍ଥାନ ପାଇଛନ୍ତି । ସେହିପରି ମାନବ ସୂତାର ଏବଂ ହର୍ଷ ଦୁବେଙ୍କୁ ଦଳରେ ସୁଯୋଗ ମିଳିଛି ।
ଏହାସହ ପଢ଼ନ୍ତୁ : Team India: ଟିମ୍ ଇଣ୍ଡିଆରେ ପୁଣି ଚାଲିବ ରୋ-କୋ ଜଲଓ୍ବା: ଆଫଗାନିସ୍ତାନ ବିପକ୍ଷ ସିରିଜ୍ ପାଇଁ ଦଳ ଘୋଷଣା