ନୂଆଦିଲ୍ଲୀ,୨୮/୦୭:  ଆଇପିଏଲ୍‌-୨୦୨୫ ଚାମ୍ପିଅନ୍‌ ରୟାଲ୍‌ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଦଳର  ଅଧିନାୟକ ରଜତ ପାତିଦାର ଆଗାମୀ ଦୁଲୀପ ଟ୍ରଫିରେ ଖେଳିବେ ନାହିଁ । ସେ  ଆହତ ଅଛନ୍ତି । ଆଗାମୀ ରଣଜୀ ଟ୍ରଫି  ପୂର୍ବରୁ ସେ ସମ୍ପୂର୍ଣ୍ଣ ଫିଟ୍‌ ହୋଇଯିବା  ଆଶା କରାଯାଉଛି । 

ଟିଓଆଇ ରିପୋର୍ଟ  ଅନୁଯାୟୀ, ପାତିଦାରଙ୍କ ହାତ ଏବଂ  ପାଦ ଗୋଇଠିରେ ଯନ୍ତ୍ରଣା ରହିଛି ।  ତେଣୁ ବିସିସିଆଇ ଡାକ୍ତରୀ ଦଳ ତାଙ୍କୁ ବିଶ୍ରାମ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ।  ଏବେ ସେ ମଧ୍ୟପ୍ରଦେଶ ଦଳର ପ୍ରସ୍ତୁତି ଶିବିରରେ ସାମିଲ ରହିଛନ୍ତି ।  ମାତ୍ର ଅଭ୍ୟାସରୁ ଦୂରେଇ ରହିଛନ୍ତି ।’ ପାତିଦାର ଫିଟ୍‌ ଥିଲେ କେନ୍ଦ୍ରାଞ୍ଚଳ ଦଳର ନେତୃତ୍ୱ ନେଇଥାନ୍ତେ । ତାଙ୍କ ଅନୁପସ୍ଥିତିରେ ବିଦର୍ଭର ଭେଟେରାନ  ୱିକେଟ୍‌ କିପର ବ୍ୟାଟର ଅକ୍ଷୟ ୱାଦକରଙ୍କୁ ଅଧିନାୟକ ନିଯୁକ୍ତ  କରାଯିବାର ଯଥେଷ୍ଟ ସମ୍ଭାବନା ରହିଛି ।  

ଗତ ବର୍ଷ ତାଙ୍କ ନେତୃତ୍ୱରେ ବିଦର୍ଭ ରଣଜୀ ଟ୍ରଫି ଚାମ୍ପିଅନ୍‌ ଚାମ୍ପିଅନ୍‌  ହୋଇଥିଲା । ସେ ୧୦ଟି ମ୍ୟାଚ୍‌ ଖେଳି  ୪୫.୨୨ ଆଭରେଜ୍‌ରେ ମୋଟ  ୭୨୨ ରନ୍‌ ସଂଗ୍ରହ କରିଥିଲେ ।