ରାଜଗାଙ୍ଗପୁର, ୧୮/୦୨ : ୪ କୋଟି ଟଙ୍କାର ସାଇବର୍ ଠକେଇ କରିଥିବା ୨ ଅଭିଯୁକ୍ତ ଗିରଫ। ରାଜଗାଙ୍ଗପୁର ପୁଲିସ ବିଭିନ୍ନ ବ୍ୟାଙ୍କରେ ଚଢାଉ କରି ଦୁଇ ଜଣ ସାଇବର୍ ଠକଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ଦୁଇଟି ମୋବାଇଲ୍, ଏଚଡିଏଫସି ବ୍ୟାଙ୍କର ଚେକ୍ ବୁକ୍ ଜବତ କରିଛି।  

ସୂଚନାନୁଯାୟୀ, ରାଜଗାଙ୍ଗପୁର ଅଞ୍ଚଳରେ ୨ ଜଣ ଯୁବକ ନୂଆ ଉପାୟରେ ସାଇବର୍ ଠକେଇ କରୁଥିଲେ। ବିଭିନ୍ନ ବ୍ୟାଙ୍କରେ ସାଧାରଣ ଲୋକଙ୍କୁ ପ୍ରଲୋଭନ ଦେଖାଇ ତାଙ୍କ ନାମରେ ଆକାଉଣ୍ଟ ଖୋଲି ୪, ୧୯, ୧୪,୧୩୬ ଟଙ୍କା ଠକି ନେଇଥିଲେ। ଏନେଇ ଅଭିଯୋଗ ଆସିବା ପରେ ସୁନ୍ଦରଗଡ଼ ଏସପିଙ୍କ ନିର୍ଦ୍ଦେଶ କ୍ରମେ ରାଜଗାଙ୍ଗପୁର SDPO ଏବଂ ପୁଲିସ ବିଭିନ୍ନ ବ୍ୟାଙ୍କରେ ଚଢାଉ କରିଥିଲେ। ଏହି ଠକେଇରେ ସମ୍ପୃକ୍ତ ଥିବା ଦୁଇ ଯୁବକଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ଦୁଇଟି ମୋବାଇଲ୍, ଏଚଡିଏଫସି ବ୍ୟାଙ୍କର ଚେକ୍ ବୁକ୍ ଏବଂ ଟ୍ରାଞ୍ଜାକ୍ସନ ହେଉଥିବା ଆକାଉଣ୍ଟକୁ ଜବତ କରାଯାଇଛି। ଆଗକୁ ଏଭଳି ଚଢ଼ାଉ ଜାରି ରହିବ ଏବଂ ଠକେଇ ଘଟଣାର ପର୍ଦ୍ଦାଫାସ୍ ହେବ ବୋଲି ରାଜଗାଙ୍ଗପୁର SDPO ସୂଚନା ଦେଇଛନ୍ତି। 

ଏହି ଖବରଟିକୁ ପଢନ୍ତୁ- ୧୦ ବର୍ଷରେ ୫୭୨ ବନ୍ଦୀଙ୍କର ଅକାଳ ମୃତ୍ୟୁ; ମ୍ୟାଲେରିଆ, ହୃଦ୍‌ରୋଗ, କିଡ୍‌ନୀ ରୋଗରେ ଯାଇଛି ଅଧିକ ଜୀବନ