ପ୍ରମୂଖ ଖବର
  • କାଳବୈଶାଖୀ ଆସିବ, ଆଶ୍ୱସ୍ତି ଦେବନି: ୬ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା କମ୍
  • ||

ଆମେରିକା ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ ଫୋନ୍‌ରେ କଥା ହେଲେ ରାଜନାଥ ସିଂହ, ଏହି ପ୍ରସଙ୍ଗରେ ହେଲା ଆଲୋଚନା

Published By : Tapas Panda | May 1, 2025 6:01 PM

Image Courtesy: amarujala

ନୂଆଦିଲ୍ଲୀ: ରାଜନାଥ ସିଂହ ଆମେରିକାର ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ ଫୋନ୍ ଯୋଗେ କଥା ହୋଇଛନ୍ତି। ପ୍ରତିରକ୍ଷା ମନ୍ତ୍ରଣାଳୟ ଉଭୟଙ୍କ ମଧ୍ୟରେ ହୋଇଥିବା ଆଲୋଚନା ସମ୍ପର୍କରେ କୌଣସି ସରକାରୀ ବିବୃତ୍ତି ଜାରି କରିନାହିଁ । ତଥାପି ଗଣମାଧ୍ୟମ ରିପୋର୍ଟ ଅନୁସାରେ, ପହଲଗାମ ଆତଙ୍କବାଦୀ ଆକ୍ରମଣ ସମ୍ପର୍କରେ ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଛି । 

ଜମ୍ମୁକାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିଲା । ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ ତାଙ୍କ ପରିବାର ସହିତ ଭାରତରେ ଥିବା ସମୟରେ ଏହି ଆକ୍ରମଣ ହୋଇଥିଲା । ଆତଙ୍କବାଦୀ ଆକ୍ରମଣ ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କଥା ହୋଇଥିଲେ ଏବଂ ତାଙ୍କୁ 'ପୂର୍ଣ୍ଣ ସମର୍ଥନ'ର ପ୍ରତିଶ୍ରୁତି ଦେଇଥିଲେ। ଆମେରିକା ବ୍ୟତୀତ ରୁଷ, ଇସ୍ରାଏଲ, ବ୍ରିଟେନ ଭଳି ଅନେକ ଦେଶ ମଧ୍ୟ ଭାରତକୁ ସମର୍ଥନ ଜଣାଇଛନ୍ତି । 

ଏହା ପୂର୍ବରୁ ଫେବୃଆରୀ ମାସରେ ଆମେରିକାର ନୂତନ ପ୍ରତିରକ୍ଷା ମନ୍ତ୍ରୀ ହେବା ପରେ ପିଟ୍ ହେଗସେଥଙ୍କୁ ଅଭିନନ୍ଦନ ଜଣାଇଥିଲେ ରାଜନାଥ ସିଂହ । ଦୁଇ ଦେଶର ପ୍ରତିରକ୍ଷା ମନ୍ତ୍ରୀ ସ୍ଥଳ, ବାୟୁ, ସମୁଦ୍ର ଏବଂ ମହାକାଶ ସହ ଜଡିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ। ରାଜନାଥ ଏବଂ ପିଟ୍ ହେଗସେଥ୍ ଭାରତ-ଆମେରିକା ପ୍ରତିରକ୍ଷା ସହଯୋଗ କାର୍ଯ୍ୟକଳାପର ଏକ ବ୍ୟାପକ ସମୀକ୍ଷା ମଧ୍ୟ କରିଥିଲେ । ଉଭୟଙ୍କ ମଧ୍ୟରେ ଆଲୋଚନା ସମ୍ପର୍କରେ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଥିଲା ଯେ, ପ୍ରଯୁକ୍ତିବିଦ୍ୟା ସହଯୋଗ, ପ୍ରତିରକ୍ଷା ଶିଳ୍ପ ଯୋଗାଣ ଶୃଙ୍ଖଳାର ସମନ୍ୱୟ, ଲଜିଷ୍ଟିକ୍ସ ଏବଂ ସୂଚନା ଆଦାନପ୍ରଦାନ ସହିତ ମିଳିତ ସାମରିକ ଅଭ୍ୟାସ ଜାରି ରଖିବା ବିଷୟରେ ଆଲୋଚନା ହୋଇଛି । ଦୁଇ ପ୍ରତିରକ୍ଷା ମନ୍ତ୍ରୀ ୨୦୩୫ ପର୍ଯ୍ୟନ୍ତ ଦ୍ୱିପାକ୍ଷିକ ସହଯୋଗକୁ ପ୍ରୋତ୍ସାହିତ କରିବା ଉପରେ ସହମତି ପ୍ରକାଶ କରିଥିଲେ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.