ମୁମ୍ୱାଇ – ଚେକ୍ ବାଉନ୍ସ ମାମଲାରେ ଫସି ଥିବା ରାଜପାଲ ଯାଦବଙ୍କ ମୁସ୍କିଲ କମିବାର ନାଁ ହିଁ ନେଉ ନାହିଁ। ଦିଲ୍ଲୀ ହାଇକୋର୍ଟ ଶୁକ୍ରବାର ରାଜପାଲ ଯାଦବଙ୍କୁ ପୁନର୍ବାର ଜେଲ୍ ପଠାଇବାକୁ ନିର୍ଦ୍ଦେଶ ଶୁଣାଇଛନ୍ତି। ରାଜପାଲ ଯାଦବଙ୍କୁ ତିନିମାସର ଜେଲ୍ ଦଣ୍ଡ ଶୁଣାଯାଇଛି। ହାଇକୋର୍ଟଙ୍କ ରାୟ ମଧ୍ୟରେ ରାଜପାଲ ଯାଦବ ଇନଷ୍ଟାଗ୍ରାମରେ ପ୍ରଥମ ପୋଷ୍ଟ କରିଛନ୍ତି। ତାଙ୍କର ଏହି ପୋଷ୍ଟରେ ଅକ୍ଷୟ କୁମାର ମଧ୍ୟ ନଜର ଆସିଛନ୍ତି।
ଉଲ୍ଲେଖନୀୟ ଯେ,ରାଜପାଲ ଯାଦବ ନିଜର ନୂଆ ବିଜ୍ଞାପନର ଭିଡିଓ ସେୟାର କରିଛନ୍ତି। ଏହି ବିଜ୍ଞାପନଟି କ୍ୟାଚ୍ ମସଲା ପାଇଁ। ବିଜ୍ଞାପନରେ ରାଜପାଲ ଯାଦବଙ୍କ ସହ ଅକ୍ଷୟ କୁମାର ନଜର ଆସୁଛନ୍ତି। ବିଜ୍ଞାପନରେ ଦେଖାଯାଇଛି ଯେ, ଅକ୍ଷୟ କୁମାର ଡାଇନିଂ ଟେବୁଲ ଉପରେ ବସି ମହିଳାଙ୍କୁ ଖାଦ୍ୟ ପରସୁଛନ୍ତି। ମହିଳାଙ୍କୁ ଖାଦ୍ୟ ବହୁତ ପସନ୍ଦ ଆସୁଛି। ମହିଳାଙ୍କୁ ଲାଗୁଛି ଯେ, ଖାଦ୍ୟ ଶେଫ୍ ଅକ୍ଷୟ କୁମାର ପ୍ରସ୍ତୁତ କରିଛନ୍ତି, କିନ୍ତୁ ସେତେବେଳେ ବିଜ୍ଞାପନରେ ରାଜ୍ୟପାଳ ଯାଦବଙ୍କ ଏଣ୍ଟ୍ରି ହେଉଛି।
ରାଜପାଲ ଯାଦବଙ୍କ ଏହି ପୋଷ୍ଟରେ ସୋସିଆଲ ମିଡିଆ ୟୁଜରଙ୍କ ରିଆକ୍ସନ ମଧ୍ୟ ଆସିଛି। ଜଣେ ୟୁଜର ଲେଖିଛନ୍ତି, ରାଜପାଲ ଯାଦବ ଭାଇ ଆପଣ ବେଷ୍ଟ। ବହୁତ ୟୁଜର ହାର୍ଟ ଇମୋଜି ଦେଇ ରିଆକ୍ଟ କରିଥିବା ବେଳେ ଜଣେ ୟୁଜର ଲେଖିଛନ୍ତି , ତୁମେ ପୁଣି ଜେଲ ଯାଉଛ, ରାଜପାଲ ଯାଦବ । ଆଉ ଜଣେ କହିଛନ୍ତି – ଭାଇ ମୁଁ ଜଣେ ଓକିଲ। ମୋତେ ଆପଣଙ୍କ କେସ୍ ବିଷୟରେ କୁହ , ବୋଧହୁଏ ମୁଁ ଆପଣଙ୍କ ସାହାଯ୍ୟ କରି ପାରେ।
ଆହୁରି ମଧ୍ୟ ପଢନ୍ତୁ - Cheque Bounce Case: ତିନି ମାସ ଜେଲରେ ରହିବେ ରାଜପାଲ ଯାଦବ; ଚେକ୍ ବାଉନ୍ସ ମାମଲାରେ ସଜା ଶୁଣାଇଲେ ଦିଲ୍ଲୀ ହାଇକୋର୍ଟ
ରାଜପାଲ ଯାଦବଙ୍କ କେସ୍ ବିଷୟରେ ଯଦି କହିବା ତ ସେ ନିଜର ଡାଇରେକ୍ଟରାଲ ଡେବ୍ୟୁ ଅତା ପତା ଲାପତା (୨୦୧୦) ପାଇଁ ମୁରଲି ପ୍ରୋଜେକ୍ଟ୍ସ ପ୍ରାଇଭେଟ୍ ଲିମିଟେଡରୁ ୫ କୋଟି ଟଙ୍କା ନେଇଥିଲେ। ଫିଲ୍ମ ବକ୍ସ ଅଫିସରେ ଫ୍ଲପ ହୋଇଗଲା। ରାଜପାଲ ନିଜର କରଣ ଶୁଝି ପାରିଲେ ନାହିଁ। ସୁଧ ବୃଦ୍ଧି ପାଇ ଏହି ରାଶି ୯ କୋଟି ହୋଇଗଲା। ୨୦୧୮ମସିହାରେ ଏହି ମାମଲାରେ ରାଜପାଲ ଯାଦବ ଓ ତାଙ୍କର ପତ୍ନୀଙ୍କୁ ମାଜିଷ୍ଟ୍ରେଟ୍ କୋର୍ଟ ୬ ମାସର ସଜା ଶୁଣାଇ ଥିଲେ। ୨୦୧୯ରେ ସେସନ କୋର୍ଟ ମାଜିଷ୍ଟ୍ରେଟ୍ କୋର୍ଟଙ୍କ ରାୟ ବଜାୟ ରଖି ଥିଲେ। ତାପରେ ରାଜପାଲ ଯାଦବ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଥିଲେ। ୨୦୧୪ ମସିହାରେ , ଦିଲ୍ଲୀ ହାଇକୋର୍ଟ ରାଜପାଲ ଯାଦବଙ୍କ ଦଣ୍ଡାଦେଶକୁ ଅସ୍ଥାୟୀ ଭାବେ ସ୍ଥଗିତ ରଖିଥିଲେ। କୋର୍ଟ ତାଙ୍କୁ ୯କୋଟି ଟଙ୍କା ପରିଶୋଧ କରିବା ପାଇଁ ସଚ୍ଚୋଟତାର ପ୍ରୟାସ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ୨ ଫେବ୍ରୁଆରୀରେ କୋର୍ଟ ତାଙ୍କୁ ସରେଣ୍ଡର କରିବାକୁ ଆଦେଶ ଦେଇଥିଲେ , ଯାହା ପରେ ରାଜପାଲ ଯାଦବ କିଛି ସମୟ ପର୍ଯ୍ୟନ୍ତ ଜେଲରେ ରହି ଥିଲେ। ପରେ ୧.୫ କୋଟି ଟଙ୍କା ଜମା କରିବା ପରେ ତାଙ୍କୁ ଅନ୍ତରୀଣ ଜାମିନ ମିଳିଥିଲା।
ଆହୁରି ମଧ୍ୟ ପଢନ୍ତୁ -ରାଜେଶ ଶର୍ମାଙ୍କ ମେଡିକାଲ ଷ୍ଟେଟମେଣ୍ଟ ଡିଲିଟ୍ , କୀଟ କାମୁଡ଼ିବା ଘଟଣାର ତଦନ୍ତ ଦାବି କଲା ଚଳଚ୍ଚିତ୍ର ସଙ୍ଗଠନ