ମୁମ୍ବାଇ,୨୮/୨ : ରାଜପାଲ ଯାଦବ ନିକଟରେ ୯ କୋଟିର ଚେକ୍ ବାଉନ୍ସ ମାମଲାରେ ଜେଲରୁ ବେଲରେ ଆସିଛନ୍ତି । ସେହିଭଳି ଅଭିନେତା ଏବେ ନୂଆ କାମ ଆରମ୍ଭ କରି ଦେଇଛନ୍ତି । ପ୍ରକାଶ ଯେ, ଅଭିନେତା ନିଜ ଅଫିଶିଆଲ୍ ୟୁଟ୍ୟୁବ ଚ୍ୟାନେଲ୍ ଲଞ୍ଚ୍ କରିବାକୁ ଘୋଷଣା କରିଛନ୍ତି । ରାଜପାଲ ଯାଦବ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ଏକ ଭିଡ଼ିଓ ସେୟାର କରିଛନ୍ତି ଯେଉଁଥିରେ ୟୁଟ୍ୟୁବରେ ଏହି ନୂଆ ଚ୍ୟାପ୍ଟରର ଆରମ୍ଭ ଲାଗି ନିଜ ଫ୍ୟାନ୍ସଙ୍କ ଆର୍ଶିବାଦ ମାଗିଛନ୍ତି ।

ଇନଷ୍ଟାଗ୍ରାମରେ ଭିଡ଼ିଓ ସେୟାର କରି ଭିଡ଼ିଓରେ କହିଛନ୍ତି କି , ହାଏ ସାଙ୍ଗମାନେ, ମୁଁ ଆପଣଙ୍କ ରାଜପାଲ୍ ଏବଂ ମୋତେ ଆପଣଙ୍କୁ ଏହା କହିବାକୁ ବହୁତ ଖୁସି ଲାଗୁଛି କି ମୁଁ ଏକ ନୂଆ ଚ୍ୟାପ୍ଟର ଆରମ୍ଭ କରିବାକୁ ବହୁ ସମୟରୁ ପ୍ରସ୍ତୁତି ଚଳାଇଛି । ସେହି ସମୟ ଆସି ଯାଇଛି, ମୋତେ ଆପଣଙ୍କ ଆର୍ଶିବାଦ ଜରୁରୀ ରହିଛି । ନିଜର ନୂଆ ଚ୍ୟାପ୍ଟର ବିଷୟରେ କହିବାକୁ ଯାଇ ରାଜପାଲ କହିଛନ୍ତି କି, ମୋର ୟୁଟ୍ୟୁବ ଚ୍ୟାନେଲ ଆଜିଠାରୁ ଲଞ୍ଚ୍ ହେବାକୁ ଯାଉଛି ଏବଂ ଏହି ଚ୍ୟାନେଲର ନାମ ରାଜପାଲ ନୌରଙ୍ଗ ଯାଦବ ଅଟେ ।

ଏହି ପ୍ଲାଟଫର୍ମ ପଛର ଉଦ୍ଦେଶ୍ୟ ବିଷୟରେ କହିବାକୁ ଯାଇ ସେ କହିଛନ୍ତି କି, ରାଜପାଲ ନୌରଙ୍ଗ ଯାଦବ ୟୁଟ୍ୟୁବ ଚ୍ୟାନେଲର ମିଶନ କେବଳ ଏହା କି ପିଲା, ବୁଢା, ଯୁବକ ସମସ୍ତଙ୍କୁ ଏକ ପ୍ରକାର ଏଣ୍ଟରଟେନ୍ ମିଳିବ । ଏହି ଚ୍ୟାନେଲ ଆପଣଙ୍କର ଅଟେ ଏହାକୁ ଏଞ୍ଜୟ କରନ୍ତୁ, ଖୁବ୍ ସେୟାର କରନ୍ତୁ, ସବ୍ସକ୍ରାଇବ କରନ୍ତୁ ।