ନୂଆଦିଲ୍ଲୀ,୧୭/୦୩ ; ଦେଶର ୧୦ ରାଜ୍ୟର ୩୭ ରାଜ୍ୟସଭା ଆସନରେ ହୋଇଥିବା ନିର୍ବାଚନର ଫାଇନାଲ ଫଳାଫଳ ଆସିଛି । ବିଜେପି ନେତୃତ୍ୱାଧୀନ ଏନଡିଏ ବିରୋଧୀଙ୍କୁ ବଡ଼ ଝଟକା ଦେଇଛି । ବିଜେପିରୁ ନେଇ କଂଗ୍ରେସ ଯାଏ ରାଜ୍ୟସଭା ନିର୍ବାଚନରେ ଫାଇଦା ମିଳିଛି । ବିହାର, ହରିୟାଣା ଏବଂ ଓଡ଼ିଶାରେ ୧୧ ରାଜ୍ୟସଭା ଆସନରେ ବିଜେପି ନେତୃତ୍ୱାଧୀନ ଏନଡିଏ ଆଗରେ ବିରୋଧୀଙ୍କ ସବୁ ପ୍ଲାନ୍ ଫସର ଫାଟିଛି । ବିଜେପି ଏମିତି ରଣନୀତି କରିଥିଲା ବିହାରରେ ଆରଜେଡି ନେତା ତେଜସ୍ୱୀ ଯାଦବଙ୍କ ସହ ଅସଦୁଦ୍ଦିନ ଓୱେସିଙ୍କ ପାର୍ଟି ସହ ମେଣ୍ଟ ବିଫଳ ହେଲା । ଓଡ଼ିଶାରେ କଂଗ୍ରେସ ଏବଂ ବିଜେଡି ମେଣ୍ଟ ବି ବିଫଳ । ୩ଟି ରାଜ୍ୟର ୧୧ଟି ଆସନରୁ ଏନଡିଏ ୯ଟି ଜିତିଥିଲା । ବିରୋଧୀ ଦଳ କେବଳ ୨ଟି ଆସନ ଜିତିବାରେ ସଫଳ ହୋଇଥିଲେ । ବିଜେପି ୫ଟି ଆସନ ଜିତିଥିଲା । ତାର ସହଯୋଗୀ ଦଳଗୁଡିକ ୪ଟି ଆସନ ପାଇଥିଲେ । ଦେଶର ୧୦ଟି ରାଜ୍ୟରେ ମୋଟ୍ ୩୭ ରାଜ୍ୟସଭା ଆସନରେ ନିର୍ବାଚନ ହୋଇଥିଲା । ୨୬ ରାଜ୍ୟସଭା ସଦସ୍ୟ ନିର୍ଦୋନ୍ଦରେ ନିର୍ବାଚିତ ହୋଇଥିଲେ । ୩ ରାଜ୍ୟରେ ୧୧ଟି ସିଟର ଫଳାଫଳ ଆସିଛି । ବିଜେପି ନେତୃତ୍ୱାଧୀନ ଏନଡିଏ ୨୨ ଏବଂ ବିରୋଧୀଙ୍କ ଖାତାକୁ ୧୫ଟି ସିଟ୍ ଯାଇଛି । ଏନଡିଏର ୨୨ ଆସନରୁ ବିଜେପି ୧୩ଟି ଜିତିଛି । ସେହିପରି ବିରୋଧୀ ୧୫ ଆସନରେ ଜିତିଛି । କଂଗ୍ରେସ ୬, ଟିଏମସି ୪, ଡିଏମକେ ୩, ଶରଦ ପାୱାରଙ୍କ ଏନସିପି ୧ ଏବଂ ବିଜେଡ଼ିକୁ ଗୋଟିଏ ଆସନ ମିଳିଛି ।
ଓଡ଼ିଶା- କ୍ରସ୍ ଭୋଟିଂ ବଦଳାଇଲା ସମୀକରଣ; ଓଡ଼ିଶାରେ ୪ଟି ଆସନ ପାଇଁ ୫ ଜଣ ପ୍ରାର୍ଥୀ ପ୍ରତିନ୍ଦ୍ୱନ୍ଦିତା କରୁଥିଲେ । ପ୍ରତ୍ୟେକ ପ୍ରାର୍ଥୀ ଜିତି ପାଇଁ ୩୦ ହଜାର ଭୋଟ ଆବଶ୍ୟକ ଥିଲା । ବିଜେପିର ମନମୋହନ ସାମଲ ଏବଂ ସୁଜିତ କୁମାର ଜିତିଲେ । ବିଜେଡିର ସଂତୃପ୍ତ ମିଶ୍ର ମଧ୍ୟ ଜିତିଲେ । ଏକ ବଡ଼ ବିପର୍ଯ୍ୟୟରେ ବିଜେପି ଦ୍ୱାରା ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ ବି ଜିତିଲେ । ୧୪୭ ସଦସ୍ୟ ବିଶିଷ୍ଟ ବିଧାନସଭାରେ ବିଜେଡ଼ି ଏବଂ କଂଗ୍ରେସ ପାଖରେ ସେମାନଙ୍କର ମିଳିତ ପ୍ରାର୍ଥୀ ଦତ୍ତେଶ୍ୱର ହୋତାଙ୍କର ବିଜୟ ସୁନିଶ୍ତିତ କରିବାକୁ ପର୍ଯ୍ୟାପ୍ତ ଭୋଟ ଥିଲା । ୮ ଜଣ ବିଜେଡ଼ି ବିଧାୟକ (୨ ଜଣ ନିଲମ୍ବିତ ବିଧାୟକଙ୍କ ସମେତ) ୩ ଜଣ କଂଗ୍ରେସ ବିଧାୟକ ସେମାନଙ୍କ ଦଳ ବିରୋଧରେ ଦିଲ୍ଲୀପ ରାୟଙ୍କ ସପକ୍ଷରେ ଭୋଟ ଦେଇଥିଲେ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେପି ଉପରେ ଘୋଡା ବେପାର କରୁଥିବା ଅଭିଯୋଗ କରିଛନ୍ତି ।
ବିହାର- ୫ ଟି ଆସନ ପାଇଁ ୬ ଜଣ ପ୍ରାର୍ଥୀ ନିର୍ବାଚନ ମୈଦାନରେ ଥିଲେ । ଯେଉଁଥିରୁ ୫ ଜଣ ଏନଡିଏ ଏବଂ ଜମଏ ବିରୋଧୀ ମେଣ୍ଟ (ମହାଗଠବନ୍ଧନ)ର ଥିଲେ । ଏନଡିଏ ସମସ୍ତ ୫ଟି ଆସନରେ ବିଜୟୀ ହୋଇଛି । ନୀତିଶ କୁମାର, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ, ଜେଡିୟୁ ଏବଂ କେନ୍ଦ୍ରମନ୍ତ୍ରୀ ରାମନାଥ ଠାକୁର, ଆରଏଲଏମ ମୁଖ୍ୟ ଉପେନ୍ଦ୍ର କୁଶୱାହା ଏବଂ ବିଜେପିର ଶିବେଶ ରାମ ବିଜୟୀ ହୋଇଛନ୍ତି । ଯେକୌଣସି ପ୍ରାର୍ଥୀଙ୍କ ଜିତିବାକୁ ୪୧ ଭୋଟ ଦରକାର ଥିଲା । ୨୪୩ ବିଶିଷ୍ଟ ବିଧାନସଭା ଆସନରେ ଏନଡିଏର ୨୦୨ ବିଧାୟକ ଅଛନ୍ତି ।
ବିରୋଧୀଙ୍କୁ କ୍ରସ୍ ଭୋଟିଂ ଝଟକା- ଖାଲି ପଡିଥିବା ୧୧ଟି ରାଜ୍ୟସଭା ଆସନ ପାଇଁ ହୋଇଥିବା ନିର୍ବାଚନରେ ବିରୋଧୀ ଦଳକୁ ବଡ଼ ଝଟକା ଲାଗିଛି । ବିହାରରେ ୫ଟି, ଓଡ଼ିଶାରେ ୪ଟି ଏବଂ ହରିୟାଣାରେ ୨ଟି ଆସନ ପାଇଁ ମତଦାନ ହୋଇଥିଲା । ବିହାର ଏବଂ ଓଡ଼ିଶାରେ ବିରୋଧୀ ଦଳ ସେମାନଙ୍କ ବିଧାୟକଙ୍କୁ ଏକଜୁଟ କରିବାରେ ବିଫଳ ହୋଇଛନ୍ତି । ଯାହା ଆଶଙ୍କା ଥିଲା, ସେଇଆ ହେଲା । ଖୋଲାଖୋଲି କ୍ରସ ଭୋଟିଂ ହେଲା । ଅଟକାଇ ପାରିଲେନି ବିରୋଧୀ ଦଳ । ବିରୋଧୀ ଦଳ କ୍ୟାମ୍ପସକୁ ଖସି ପଳାଇଲେ ବିଧାୟକ । ଯାହାର ସିଧାସଳଖ ଲାଭ ବିଜେପି ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟକୁ ମିଳିଛି । ଏନଡିଏ ଏହାର ଆଶାଠାରୁ ୨ଟି ଆସନ ଜିତିବାରେ ସଫଳ ହୋଇଛି । ଗୋଟିଏ ବିହାରରୁ ଏବଂ ଅନ୍ୟଟି ଓଡ଼ିଶାରୁ ।
ଏହା ବି ପଢନ୍ତୁ...ରାଜ୍ୟସଭା ନିର୍ବାଚନ: ୪ ବିଧାୟକଙ୍କ ପାଇଁ ବୁଡ଼ିଲା ମହାମେଣ୍ଟର ନାଆ; ବିହାରରେ ଏନଡିଏର ବିଜୟ ପଥ ପରିସ୍କାର
ହରିୟାଣା- ରାଜ୍ୟରେ ୨ଟି ଆସନ ପାଇଁ ମତଦାନ ହୋଇଥିଲା । ଭୋଟର ଗୋପନୀୟତା ଉଲ୍ଲଂଘନ ଅଭିଯୋଗ ଯୋଗୁଁ ଭୋଟ ଗଣତି ୫ ଘଣ୍ଟା ବନ୍ଦ ରହିଥିଲା । ତଥାପି ବିଳମ୍ବିତ ରାତିରେ ବିଜେପି ଏବଂ କଂଗ୍ରେସ ଗୋଟିଏ ଲେଖାଏଁ ଆସନ ଜିତିଥିଲେ । ବିଜେପି ପ୍ରାର୍ଥୀ ସଞ୍ଜୟ ଭାଟିଆ ଗୋଟିଏ ଆସନ ଜିତିଥିବା ବେଳେ କଂଗ୍ରେସ ପ୍ରାର୍ତଥୀ କରମବୀର ବୌଦ୍ଧ ଅନ୍ୟଟିରେ ବିଜୀୟ ହୋଇଥିଲେ । ସ୍ୱାଧୀନ ପ୍ରାର୍ଥୀ ସତୀଶ ନନ୍ଦଲ ପରାସ୍ତ ହୋଇଥିଲେ ।
ରାଜ୍ୟସଭା ନିର୍ବାଚନରେ କାହାର ଲାଭ କାହାକୁ କ୍ଷତି- ରାଜ୍ୟସଭା ନିର୍ବାଚନ ପୂର୍ବରୁ ଏବଂ ଫଳାଫଳ ଆସିବା ପରେ ଦେଖିଲେ ଏନଡିଏକୁ ୧୦ଟି ସିଟରେ ଲାଭ ମିଳିଛି । ବିରୋଧୀଙ୍କୁ ୧୦ଟି ଆସନର କ୍ଷତି ହୋଇଛି । ନିର୍ବାଚନ ପୂର୍ବରୁ ଏନଡିଏ ପାଖରେ ୧୨ ରାଜ୍ୟସଭା ଆସନ ଥିଲା । ଏବେ ଏହା ବଢି ୨୨ରେ ପହଞ୍ଚିଛି । ବିରୋଧୀଙ୍କ ପାଖରେ ୨୫ ସିଟ୍ ଥିଲେ । ଏବେ ଏହା ହ୍ରାସ ହୋଇ ୧୫ରେ ପହଞ୍ଚିଛି । ୧୦ ରାଜ୍ୟରେ ୩୭ ରାଜ୍ୟସଭା ଆସନ ସଂଖ୍ୟା ଦେଖିଲେ ବିଜେପି ପାଖରେ ୯ଟି ସିଟ୍ ଥିଲା ଏବେ ତାହା ବଢି ୧୩ରେ ପହଞ୍ଚିଛି । ଜେଡିୟୁ ତାର ୨ଟି ସିଟ୍ ରଖିଛି । ଏଆଇଏଡିଏମକେ ଗୋଟିଏ, ପିଏମକେ, ଆରଏଲଏସଏମ ଗୋଟିଏ ଲେଖାଏଁ ସିଟ୍ ବଞ୍ଚାଇଛନ୍ତି ।