ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିବା ରମାଶଙ୍କର ଗୁପ୍ତାଙ୍କ ପରଲୋକ । ହରିଦ୍ବାରର ବାବାଙ୍କୁ ଖାଦ୍ୟ ଖୁଆଇବା ପାଇଁ ଅପିଲ୍ କରୁଥିବା ଭଣ୍ଡାରା ବାବା ଭାବେ ପରିଚିତ ହରିଶଙ୍କର ଆଉ ନାହାନ୍ତି । ବାବାମାନଙ୍କୁ ଖାଦ୍ୟା ଦେବାକୁ ପଥଚାରୀଙ୍କୁ ହାତଯୋଡ଼ି ଅନୁରୋଧ କରୁଥିଲେ । ଦୀର୍ଘବର୍ଷ ଧରି ଏଭଳି କରି ଆସୁଥିଲେ ସେବା ।
"भंडारा करवा दो बाबूजी"
— Sachin Gupta (@Sachingupta) July 11, 2026
हरिद्वार के गंगा घाट से लेकर सोशल मीडिया तक गूंजी यह आवाज खामोश हो गई। शिवसेतु पर खड़े होकर जरूरतमंदों के लिए भंडारे की अपील करने वाले रमाशंकर गुप्ता का निधन हो गया। उनकी लाश हरकी पैड़ी क्षेत्र के पब्लिक टॉयलेट में मिली है। रमाशंकर हरदोई (यूपी) के मूल… pic.twitter.com/hUhQqqzorL
ତେବେ ସେ ହାତ ଯୋଡ଼ି ଯେଭଳି ଭାବେ କହୁଥିଲେ ତାହା ବେଶ ଭାଇରାଲ ହେଉଥିଲା । ଏବଂ ତାଙ୍କ ବାବୁଜୀ କହିବାକୁ ଲୋକେ ବେଶ ପସନ୍ଦ କରିଥିଲେ । ପଥଚାରୀଙ୍କୁ ଏଭଳି ହାତ ଯୋଡ଼ି ନିବେଦନ କରି ବାବାଙ୍କୁ ଖାଦ୍ୟ ଯୋଗାଇ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିଲେ । ଯାହାକୁ ନେଇ ଅନେକ ପ୍ରଶଂସା ମଧ୍ୟ ସେ ସାଉଁଣ୍ଟିଥିଲେ ।
ସେ ୧୦୦ ଟଙ୍କା ନେଇ ୫ ଜଣଙ୍କୁ ଖାଦ୍ୟ ଯୋଗାଉଥିଲେ ଏବଂ ୨୦୦ ଟଙ୍କାରେ ୧୧ ଜଣଙ୍କୁ ଖାଦ୍ୟ ଦେଉଥିଲେ । ଲୋକମାନେ ତାଙ୍କର ଏଭଳି ବ୍ୟବସାୟକୁ ଅନନ୍ୟ ବୋଲି ମଧ୍ୟ କହୁଥିଲେ । ତେବେ ତାଙ୍କର ମୃତ୍ୟକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ଏକ ଶୌଚାଳୟରୁ ତାଙ୍କର ମୃତଦେହ ଉଦ୍ଧାର ହୋଇଥିବାବେଳେ ଏହାକୁ ନେଇ ଅନେକ ସନ୍ଦେହ କରାଯାଉଛି ।
ତାଙ୍କ ମୃତ୍ୟୁ ଖବର ପାଇବା ପରେ ସୋସିଆଲ ମିଡିଆରେ ଆଲୋଡ଼ନ ସୃଷ୍ଟି ହୋଇଛି । ଅନେକ ଏହାକୁ ନେଇ ସମବେଦନା ଜଣାଇଛନ୍ତି । ଜଣେ ୟୁଜର୍ସ ଲେଖିଛନ୍ତି କି, ତାଙ୍କର ଏଭଳି ସହଯୋଗ କରିବାର ମନୋବୃତ୍ତି ସବୁଦିନ ପାଇଁ ମନେ ରହିବ । ତାଙ୍କ ପାଇଁ ଅନେକ ଭୋକିଲା ଖାଦ୍ୟ ପାଉଥିଲେ । ଅନେକ ଭୋକିଲାଙ୍କ ପାଇଁ ସେ ସ୍ବର ସାଜିଥିଲେ ବୋଲି କମେଣ୍ଟ କରିଛନ୍ତି ।
ଏହାସହ ପଢ଼ନ୍ତୁ : India Team Stuck In Traffic: ଟ୍ରାଫିକ୍ ଜାମରେ ଫଶିଲା ଟିମ୍ ଇଣ୍ଡିଆ: ୪୫ ମିନିଟ ବିଳମ୍ବରେ ପଡ଼ିଲା ଟସ୍