ପ୍ରମୂଖ ଖବର
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଗିରଫ ହେବାକୁ ଡରୁଛନ୍ତି ଆହ୍ଲାବାଦିଆ, ସୁପ୍ରିମକୋର୍ଟଙ୍କ ହେଲେ ଦ୍ୱାରସ୍ତ

Published By : Krishna Priya | February 14, 2025 1:15 PM

ନୂଆଦିଲ୍ଲୀ ୧୪/୦୨: ରଣବୀର ଆହ୍ଲାବାଦିଆ ତାଙ୍କ ନାଁରେ ବିଭିନ୍ନ ରାଜ୍ୟରେ ପଞ୍ଜୀକୃତ ହୋଇଥିବା ଏଫ୍ଆଇଆର୍ ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ତ ହୋଇଛନ୍ତି। ସମୟ ରୈନାଙ୍କର ୟୁଟ୍ୟୁବ୍‌ ଶୋ’ ‘ଇଣ୍ଡିଆଜ୍‌ ଗଟ୍‌ ଲାଟେଣ୍ଟ'ରେ ପିତାମାତାଙ୍କ ସଂପର୍କରେ ଆପତ୍ତିଜନକ ବୟାନ ଦେଇ ବିବାଦରେ ଫସିଥିଲେ ଆହ୍ଲାବାଦିଆ । ଯାହାପରେ ତାଙ୍କ ନାଁରେ ଏଫ୍ଆଇଆର୍ ପଞ୍ଜୀକୃତ ହୋଇଥିଲା। ଆହ୍ଲାବାଦ ତାଙ୍କ ଓକିଲ ଅଭିନବ ଚନ୍ଦ୍ରଚୁଡଙ୍କ ମାଧ୍ୟମରେ ବିଭିନ୍ନ ରାଜ୍ୟରେ ତାଙ୍କ ବିରୋଧରେ ପଞ୍ଜୀକୃତ ହୋଇଥିବା ଏଫଆଇଆରଗୁଡ଼ିକୁ ମିଶ୍ରଣ କରିବାକୁ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଛନ୍ତି। ଏହା ବ୍ୟତୀତ ୟୁଟ୍ୟୁବର୍ ଗୌହାଟି ପୋଲିସ ଦ୍ୱାରା ଗିରଫ ହେବାର ଆଶଙ୍କା ଥିବାରୁ ଆଗୁଆ ଜାମିନ ପାଇଁ ଆବେଦନ କରିଛନ୍ତି।

ରଣବୀରଙ୍କ ଓକିଲ ଅଭିନବ ଚନ୍ଦ୍ରଚୁଡ ଏହି ମାମଲାକୁ ସିଜେଆଇଙ୍କ ସମ୍ମୁଖରେ ରଖିଥିଲେ ଏବଂ ଆବେଦନ ଉପରେ ଶୀଘ୍ର ଶୁଣାଣି କରିବାକୁ କହିଥିଲେ। ଓକିଲଙ୍କ ପକ୍ଷରୁ କୁହାଯାଇଥିଲା ଯେ ଆବେଦନ ଶୀଘ୍ର ଶୁଣାଣି ହେବା ଆବଶ୍ୟକ, କାରଣ ଆସାମ ପୋଲିସ ତାଙ୍କୁ ଗିରଫ କରିପାରେ। କିନ୍ତୁ ପ୍ରଧାନ ବିଚାରପତି ଶୀଘ୍ର ଶୁଣାଣି ତାରିଖ ଦେବାକୁ ମନା କରି ଦେଇଛନ୍ତି। 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.