ମୁମ୍ୱାଇ,୨୯/୦୧: ବିବାଦରେ ବଲିଉଡ ଅଭିନେତା ରଣଭୀର ସିଂ । ଫିଲ୍ମ 'କାନ୍ତାରା: ଚାପ୍ଟର ୧'ରେ 'କାନ୍ତାରା'ଙ୍କ ନକଲ କରିବା ଅଭିଯୋଗରେ ତାଙ୍କ ବିରୋଧରେ ବେଙ୍ଗାଲୁରୁରେ ଏକ ମାମଲା ରୁଜୁ ହୋଇଛି । ଭାରତୀୟ ନ୍ୟାୟ ସଂହିତା ଧାରା ଅନୁଯାୟୀ ଏଫଆଇଆର୍ ମାମଲା ରୁଜୁ ହୋଇଛି ।

ରଣବୀରଙ୍କ ବିରୁଦ୍ଧରେ ହିନ୍ଦୁ ଧାର୍ମିକ ଭାବନା ଏବଂ ଉପକୂଳ କର୍ଣ୍ଣାଟକର ଚାଭୁଣ୍ଡି ଦୈବ ପରମ୍ପରାକୁ ଅପମାନିତ କରିବାର ଅଭିଯୋଗ ଆସିଛି। ବେଙ୍ଗାଲୁରୁର ଓକିଲ ପ୍ରଶାନ୍ତ ମେଥାଲ ଏହି ଅଭିଯୋଗ ଦାଖଲ କରିଛନ୍ତି।ଜାନୁଆରୀ ୨୮ ତାରିଖରେ ପଞ୍ଜିକୃତ ଏଫଆଇଆର ଅନୁଯାୟୀ, ରଣଭୀର ସିଂହ "ପବିତ୍ର ଦୈବ ପରମ୍ପରାକୁ ଅପମାନ ଏବଂ ଉପହାସ କରିଛନ୍ତି। ଦେବତାଙ୍କୁ ଭୂତ ବୋଲି ଉଲ୍ଲେଖ କରିବା ନିନ୍ଦନୀୟ ଏବଂ ହିନ୍ଦୁ ଧାର୍ମିକ ବିଶ୍ୱାସ ଏବଂ ପ୍ରଥାର ଗମ୍ଭୀର ଅପମାନ ବୋଲି ବର୍ଣ୍ଣନା କରାଯାଇଛି ।" ଅଭିଯୋଗକାରୀ ଏହା ମଧ୍ୟ ଦାଖଲ କରିଛନ୍ତି ଯେ ଏହି କାର୍ଯ୍ୟ "ଇଚ୍ଛାକୃତ, ଉଦ୍ଦେଶ୍ୟମୂଳକ ଏବଂ ଦୂଷିତ, ଧାର୍ମିକ ଭାବନାକୁ ଆଘାତ କରିବା ପାଇଁ ଉଦ୍ଦିଷ୍ଟ, କେବଳ ତାଙ୍କ ଲକ୍ଷ ଲକ୍ଷ ହିନ୍ଦୁ ଭକ୍ତ ନୁହେଁ, ସମାଜରେ ଧର୍ମ ଆଧାରିତ ବିଭିନ୍ନ ଗୋଷ୍ଠୀ ମଧ୍ୟରେ ଶତ୍ରୁତା, ଘୃଣା ଏବଂ ବିଶୃଙ୍ଖଳାକୁ ପ୍ରୋତ୍ସାହିତ କରୁଛନ୍ତି।

ଆହୁରି ପଢନ୍ତୁ-ଫିଲ୍ମ ଇଣ୍ଡଷ୍ଟ୍ରିରେ ମହିଳାଙ୍କର ରହିଛି ଏକ୍ସପାଏରୀ ଡେଟ୍’…କାହିଁକି ଏମିତି କହିଲେ ମୋନା ସିଂହ

ଏହି ଘଟଣାଟି ଗତବର୍ଷ ଗୋଆରେ ଅନୁଷ୍ଠିତ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବର ସମାପନୀ ଉତ୍ସବରେ ଘଟିଥିଲା। ଯେଉଁଠାରେ ରଣଭୀର 'କାନ୍ତାରା: ଚାପ୍ଟର ୧'ରେ ତାଙ୍କ ଅଭିନୟ ପାଇଁ ଋଷଭ ଶେଟ୍ଟୀଙ୍କୁ ପ୍ରଶଂସା କରୁଥିବା ଏବଂ ତାଙ୍କ ଚରିତ୍ରକୁ ଅନୁକରଣ କରୁଥିବାର ଦେଖାଯାଇଥିଲା । ଏହି ସମୟରେ ରଣଭୀର କହିଥିଲେ, "ମୁଁ ଦେଖିଲି ଯେ ଥିଏଟରରେ ଋଷଭଙ୍କର ଉତ୍କୃଷ୍ଟ ପ୍ରଦର୍ଶନ ଥିଲା, ବିଶେଷକରି ଯେତେବେଳେ ମହିଳା ଭୂତ ତୁମ ଶରୀର ଭିତରକୁ ପ୍ରବେଶ କରେ, ସେହି ଗୋଟିଏ ସଟ୍..।''କାର୍ଯ୍ୟକ୍ରମର ଭିଡିଓ ଭାଇରାଲ ହେବା ପରେ, ଅନେକ ସୋସିଆଲ ମିଡିଆ ୟୁଜର୍ସ ଏହି କାର୍ଯ୍ୟକୁ ଅସମ୍ମାନଜନକ ଏବଂ ଅସମ୍ବେଦନଶୀଳ ବୋଲି କହି ରଣଭୀରଙ୍କୁ ଟ୍ରୋଲ କରିଥିଲେ । ଯାହା ପରେ ଅଭିନେତା ସୋସିଆଲ ମିଡିଆରେ ପୋଷ୍ଟ କରି କ୍ଷମା ମାଗିଥିଲେ ।