ନୂଆଦିଲ୍ଲୀ ୨୯/୦୧: ଅଭିନେତ୍ରୀ ମୋନା ସିଂହ ତାଙ୍କ ଫିଲ୍ମ ‘ବର୍ଡର ୨’ର ସଫଳତାକୁ ନେଇ ବେଶ ଖୁସି ଅଛନ୍ତି। ଖୁବ୍ ଶୀଘ୍ର ‘କୋହରା’ର ଦ୍ୱିତୀୟ ସିଜିନରେ ସେ ନଜର ଆସିବେ। ନିକଟରେ ତାଙ୍କ ଚରିତ୍ର ଏବଂ ଫିଲ୍ମ ଇଣ୍ଡଷ୍ଟ୍ରିର ବୟସ୍କ କଳାକାରଙ୍କ ବିଷୟରେ ଅଭିନେତ୍ରୀ କଥା ହୋଇଛନ୍ତି।

ପିଟିଆଇ ସହିତ କଥାବାର୍ତ୍ତା ସମୟରେ, ମୋନା ୪୦ ବର୍ଷ ବୟସରେ ମଧ୍ୟ ପରଦାରେ ୫୦ ଏବଂ ୬୦ ବର୍ଷର ଚରିତ୍ର ନିଭାଇବା ବିଷୟରେ କହିଛନ୍ତି। ସେ କହିଛନ୍ତି, “ପରଦାରେ ମୁଁ ମୋର ବୟସ ବିଷୟରେ ଚିନ୍ତା କରିନାହିଁ କାରଣ ମୁଁ ବହୁତ ଆତ୍ମବିଶ୍ୱାସୀ ଏବଂ ମୁଁ ଜାଣିଛି ଯେ ମୁଁ କିଏ।ମୋତେ କିଛି ପ୍ରମାଣ କରିବାକୁ ପଡ଼େ ନାହିଁ, ତେଣୁ ମୁଁ ରିସ୍କ ନେଇ ଚାଲିଥାଏ। ଲୋକମାନେ ପ୍ରାୟତଃ ମୋତେ ପଚାରନ୍ତି, 'ତୁମେ ପରଦାରେ ଏତେ ବୃଦ୍ଧ କାହିଁକି ଦେଖାଯାଉଛ?' ମୁଁ କହେ ଯେ ଏହା କିଛି ଫରକ ପଡ଼େ ନାହିଁ। ଏହି ଚରିତ୍ରରେ ମୁଁ ଅଭିନୟ କରୁଛି ଏବଂ ଏହା ମୋତେ ପ୍ରକୃତରେ ଉତ୍ସାହିତ କରୁଛି।

ଆହୁରି ପଢ଼ନ୍ତୁ...୪୦୦ କୋଟିର ସମ୍ପତ୍ତି, ମାତ୍ର କମିନି ମାଟି ମା' ପ୍ରତି ପ୍ରେମ; ଗାଁରେ ରହି ଅପ୍ରତ୍ୟାଶିତ ସନ୍ୟାସୀ ଜୀବନ କାଟୁଛନ୍ତି ଅରିଜିତ ସିଂହ

ଅଭିନେତ୍ରୀ ସ୍ୱୀକାର କରିଛନ୍ତି ଯେ ଇଣ୍ଡଷ୍ଟ୍ରିରେ ଲୋକମାନେ ବୟସ୍କ କଳାକାରଙ୍କୁ ଭଲ ଭୂମିକା ଦେବାକୁ ସଂକୋଚ କରନ୍ତି। ସେ କହିଛନ୍ତି, "କେବଳ ଏହି ଇଣ୍ଡଷ୍ଟ୍ରିରେ ମହିଳାଙ୍କର ଏକ ଏକ୍ସପାଏରୀ ଡେଟ୍ ଥାଏ। ଏହା ବହୁତ ଦୁଃଖଦର କଥା। ୬୦ ବର୍ଷ ବୟସର ପୁରୁଷମାନେ ଏବେ ବି ରୋମାଣ୍ଟିକ ଭୂମିକାରେ ଅଭିନୟ କରିପାରିବେ, କିନ୍ତୁ ମହିଳାମାନେ କରିପାରିବେ ନାହିଁ। ମୁଁ କେବେ ଏ ବିଷୟରେ ବହୁତ ଚିନ୍ତା କରିନଥିଲି।

ତେବେ ଜାନୁଆରୀ ୨୩ରେ ରିଲିଜ୍ ହୋଇଥିବା ଫିଲ୍ମ 'ବର୍ଡର ୨'ରେ ମୋନା ସିଂହ ସନ୍ନି ଦେଓଲଙ୍କ ପତ୍ନୀ ଭୂମିକାରେ ଅଭିନୟ କରିଛନ୍ତି।ଏଥିପାଇଁ ତାଙ୍କୁ ଖୁବ୍ ପ୍ରଶଂସା ମିଳିଛି। ଫିଲ୍ମଟି ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରୁଛି, ଛଅ ଦିନରେ ୨୧୩ କୋଟି ରୋଜଗାର କରିଛି।