ମୁମ୍ବାଇ,୨୭/୫ : ‘ଡନ୍ ୩’ ବିବାଦ ଘେରରେ । ଫିଲ୍ମରେ ପ୍ରଥମେ ରଣବୀର ସିଂହ ଲିଡ଼୍ ରୋଲ୍ ନିଭାଇବାରେ ଥିଲେ । କିନ୍ତୁ ପରେ ସେ ମଝିରେ ଫିଲ୍ମ ଛାଡ଼ି ଦେଲେ । ତାଙ୍କ ଫିଲ୍ମ ଛାଡ଼ିବା ପରେ ଏବେ ଏହାକୁ ନେଇ ବିବାଦ ଚାଲିଛି । ଫିଲ୍ମ ପ୍ରଯୋଜକ ଫରହାନ ଅଖତର ତାଙ୍କ ବିପକ୍ଷରେ FWICE ରେ ଅଭିଯୋଗ କରିଛନ୍ତି । ଏହାପରେ FWICE ରଣବୀରଙ୍କୁ ବ୍ୟାନ୍ କରି ଦେଇଛି । ଏବେ ଡନ୍ ୩ର ବିବାଦ ବାହାରକୁ ଆସିଯାଇଛି । FWICE କହିଛି କି ଫରହାନ ଅଖତର ଫିଲ୍ମ ଡନ୍ ୩ ଉପରେ ୪୫କୋଟି ଖର୍ଚ୍ଚ କରିଛନ୍ତି ଏବଂ ତାଙ୍କୁ ଟଙ୍କା ଫେରସ୍ତ ଦରକାର । କିନ୍ତୁ ଏବେ ଖବର ଆସୁଛି କି ରଣବୀର ସିଂହ ବ୍ୟାନ୍ ହେବା ପୂର୍ବରୁ ଫରହାନ ଅଖତରଙ୍କ ଏକ୍ସେଲ ଏଣ୍ଟରଟେନମେଣ୍ଟ ସାମ୍ନାରେ ଏକ ଅଫର ରଖିଥିଲେ ।

ରିପୋର୍ଟ ଅନୁସାରେ, ରଣବୀର ସିଂହଙ୍କ ଟିମ୍ ଡନ୍ ୩ରୁ ବାହାର ହେବା ପରେ ୧୦କୋଟି ଟଙ୍କା କ୍ୟାଶ୍ ଏବଂ ଅନ୍ୟ କୌଣସି ଫିଲ୍ମରେ ୨୫କୋଟିର ଡିସକାଉଣ୍ଟ ଏକ୍ସେଲ ଏଣ୍ଟରଟେନମେଣ୍ଟ ସାମ୍ନାରେ ଅଫର ଦେଇଥିଲେ । ଏହା ପଛରେ ଏକ୍ସେଲକୁ ତୁରନ୍ତ କ୍ଷତିପୂରଣ ପ୍ରଦାନ କରିବା ଏବଂ ଭବିଷ୍ୟତ ପାଇଁ ବୃତ୍ତିଗତ ସମ୍ପର୍କ ବଜାୟ ରଖିବାକୁ ଭାବିଥିଲେ ।

ଆଗକୁ କୁହାଯାଇଛି କି, ଫରହାନ ଏବଂ ରିତେଶ ସମ୍ପୂର୍ଣ୍ଣ କ୍ଲିୟର ଥିଲେ କି ସେ ଆଗକୁ ରଣବୀରଙ୍କ ସହ କାମ କରିବାକୁ ଚାହୁଁନାହାନ୍ତି, କାରଣ ତାଙ୍କ କାରଣରୁ ସେ ଗତ ୨ବର୍ଷ ବହୁତ କଷ୍ଟ ସହିଛନ୍ତି । ତାଙ୍କୁ ଲାଗିଲା କି ବିଳମ୍ବ, ଅନିଶ୍ଚିତତା କାରଣରୁ ତାଙ୍କୁ ବହୁ ଆର୍ଥିକ ଏବଂ ବୃତ୍ତିଗତ ଭାବେ କ୍ଷତି ସହିବାକୁ ପଡ଼ିଛି । ଏଥିଲାଗି ସେ ଏହି ଅଫରକୁ ମନା କରିଦେଇଥିଲେ ।