ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

କେବଳ ବ୍ରେକଅପ୍ ଆଧାରରେ ପୁରୁଷଙ୍କ ବିରୋଧରେ ରୁଜୁ ହୋଇପାରିବନି ଦୁଷ୍କର୍ମ ମାମଲା, ସୁପ୍ରିମକୋର୍ଟଙ୍କ ବଡ଼ ରାୟ

Published By : Harapriya Biswal | November 21, 2024 4:48 PM

ନୂଆଦିଲ୍ଲୀ,୨୧।୧୧: ବିବାହର ପ୍ରଲୋଭନ ଦେଖାଇ ଦୁଷ୍କର୍ମ ଅଭିଯୋଗର ସାମନା କରୁଥିବା ଯୁବକଙ୍କୁ ସୁପ୍ରିମକୋର୍ଟରୁ ଆଶ୍ବସ୍ତି। ସୁପ୍ରିମକୋର୍ଟଙ୍କ କହିବା ଅନୁସାରେ, ସହମତିର ସହ ସମ୍ପର୍କ ରଖୁଥିବା କପଲଙ୍କ ମଧ୍ୟରେ କେବଳ ବ୍ରେକଅପ୍ ହୋଇଯିବା ଆଧାରରେ ପୁରୁଷଙ୍କ ବିରୋଧରେ ଅପରାଧିକ ମୋକଦ୍ଦମା ଚାଲିପାରିବନି। ଅଭିଯୋଗକାରୀ ମହିଳା ଅଭିଯୁକ୍ତ ବିରୋଧରେ ୨୦୧୯ ରେ ଦୁଷ୍କର୍ମ ମାମଲା ରୁଜୁ କରିଥିଲେ। ଏହାପରେ ଅଭିଯୁକ୍ତ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ତ ହୋଇଥିଲେ।

ମାମଲାର ଶୁଣାଣି ଜଷ୍ଟିସ୍ ବିଭି ନାଗରତ୍ନ ଓ ଜଷ୍ଟିସ୍ ଏନ୍ କାଟେଶ୍ବର ସିଂହଙ୍କ ଖଣ୍ଡପୀଠ କରିଛନ୍ତି।  ବାର ଆଣ୍ଡ ବେଞ୍ଚର ସୂଚନା ଅନୁସାରେ, କୋର୍ଟ କହିଛନ୍ତି  ସହମତି ଆଧାରରେ ଶାରିରୀକ ସମ୍ପର୍କ ରହୁଥିବା କପଲଙ୍କ ମଧ୍ୟରେ କେବଳ ବ୍ରେକଅପ୍‌ର କାରଣରୁ ଅପରାଧିକ କାର୍ଯ୍ୟାନୁଷ୍ଠାନ ହୋଇପାରିବନି। ଯେତେବେଳେ ସମ୍ପର୍କ ବିବାହ ପର୍ଯ୍ୟନ୍ତ ପହଁଞ୍ଚି ପାରେନି, ସେତେବେଳେ ଦୁହିଁଙ୍କ ପ୍ରାରମ୍ଭିକ ପର୍ଯ୍ୟାୟରେ ସହମତି ଆଧାରରେ ସମ୍ପର୍କକୁ ଅପରାଧିକ ରଙ୍ଗ ଦେଇ ହେବନି।’

କୋର୍ଟ ଏହି କଥା ଉପରେ ମଧ୍ୟ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି ଯେ, ଅଭିଯୁକ୍ତ ଅଭିଯୋଗକାରୀଙ୍କ ଠିକଣା ମଧ୍ୟ ଜାଣିନେଇଥିଲା ଓ ତାଙ୍କ ସହ ବଳପୂର୍ବକ ସହ ଶାରିରୀକ ସମ୍ପର୍କ ରଖିଥିଲା। ଖଣ୍ଡପୀଠ କହିଛନ୍ତି, ଯଦି ଅଭିଯୋଗକାରୀ ନିଜେ ଠିକଣା ଦେଇନଥାନ୍ତେ ତେବେ ଅଭିଯୁକ୍ତ ତାଙ୍କର ଠିକଣା ଜାଣିପାରି ନଥାନ୍ତା। ରିପୋର୍ଟ ଅନୁସାରେ କୋର୍ଟ କହିଛନ୍ତି, ଏହି କଥା ବୁଝିବା କଷ୍ଟକର ଯେ, ଅଭିଯୋଗକାରୀ ନିଜ ସହମତି ବିନା ଆବେଦନକାରୀଙ୍କୁ ଭେଟିବା ଜାରି ରଖିବେ କିମ୍ବା ଦୀର୍ଘ ସମୟ ପର୍ଯ୍ୟନ୍ତ ଶାରିରୀକ ସମ୍ପର୍କ ରଖିବେ।’

ଉଲ୍ଲେଖନୀୟ ଯେ, ୨୦୧୯ ରେ ଏକ ମାମଲା ରୁଜୁ କରାଯାଇଥିଲା। ଅଭିଯୋଗ ଥିଲା ଯେ, ବିବାହର ପ୍ରଲୋଭନ ଦେଖାଇ ତାଙ୍କର ଯୌନ ଉତ୍ପୀଡନ କରାଯାଇଛି। ମହିଳା ଅଭିଯୋଗକାରୀ ଏହା ମଧ୍ୟ କହିଥିଲେ ଯେ, ଅଭିଯୁକ୍ତ ତାଙ୍କ  ସହ ଯୌନ ସମ୍ପର୍କ ରଖିଥିଲା। ଏଭଳି ନକଲେ ସେ ତାଙ୍କ ପରିବାର ଲୋକଙ୍କ କ୍ଷତି କରିବାର ଧମକ ଦେଇଥିଲା। ମହିଳାଙ୍କ ଅଭିଯୋଗ ପରେ ଅଭିଯୁକ୍ତ ବିରୋଧରେ ଆଇପିସିର ଧାରା ଅନୁସାରେ ମାମଲା ରୁଜୁ କରାଯାଇଛି। 

କୋର୍ଟ ଏହା ମଧ୍ୟ କହିଛନ୍ତି ଯେ, ପାର୍ଟି ଭିତରେ ମଧୁର ଓ ସହମତି ଆଧାରରେ ସମ୍ପର୍କରେ ହୋଇଥିଲା। ଯଦି ଅଭିଯୋଗକାରୀ ପକ୍ଷର କଥା ମାନିବା ତେବେ ଏହାର ଫଳାଫଳ  ବାହାର କରିହେବନି ଯେ, ଅଭିଯୋଗକାରୀ କେବଳ ବିବାହ କିମ୍ବା କୌଣସି ପ୍ରତିଶ୍ରୁତି କାରଣରୁ ଯୌନ ସମ୍ପର୍କରେ ସାମିଲ ଥିଲେ। ଏହା ଦେଖି ଯେ, ଦୁହେଁ ଏବେ ବିବାହିତ ଓ ନିଜ ନିଜ ଜୀବନରେ ଖୁସିରେ ଅଛନ୍ତି, ତେଣୁ କୋର୍ଟ ମାମଲାକୁ ରଦ୍ଦ କରିଦେଇଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.