ପ୍ରମୂଖ ଖବର
  • ତାଳଚେର ହାଣ୍ଡିଧୁଆ ସ୍କୁଲର ରୂପାନ୍ତରଣ ପ୍ରକଳ୍ପର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
  • ||
  • ତାଳଚେରରେ “ଏକ୍ ପେଡ୍ ମା’ କେ ନାମ ୨.୦” ଅଭିଯାନ ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
  • ||
  • କଟକ : ଟ୍ରକ୍ ଧକ୍କାରେ ମହିଳା ହୋମଗାର୍ଡଙ୍କ ମୃତ୍ୟୁ, ଚାଳକ ଥାନାରେ ଅଟକ
  • ||
  • ଯାଜପୁର : ନଦୀରେ ଗାଧୋଇବାକୁ ଯାଇ ନିଖୋଜ ହୋଇଥିଲେ ବୃଦ୍ଧ, ମତ୍ସ୍ୟଜୀବୀଙ୍କ ଜାଲରୁ ମୃତଦେହ ଉଦ୍ଧାର
  • ||
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ମେ’ ୧୪ରେ ନିଲାମ ହେବ ବିରଳ ଗୋଲକୋଣ୍ଡା ନୀଳ ହୀରା, ୩.୫ରୁ ୫ କୋଟି ଡଲାରରେ ବିକ୍ରି ହେବା ଆଶା

Published By : Krishna Priya | April 29, 2025 8:52 AM

ନୂଆଦିଲ୍ଲୀ ୨୯/୦୪: ବିରଳ ଗୋଲକୋଣ୍ଡା ନୀଳ ହୀରା ଆସନ୍ତା ମେ’ ୧୪ ତାରିଖରେ ଖ୍ରିଷ୍ଟିସ୍‌ ନିଲାମ ଘରେ ନିଲାମ ହେବ । ଏହି ଦୁର୍ଲଭ ଉଜ୍ଜ୍ୱଳ ହୀରା ଦିନେ ଇନ୍ଦୋର ମହାରାଜା ୟେଶୱନ୍ତ ରାଓ ହୋଲକରଙ୍କ ପାଖରେ ଥିଲା । ଅନେକ ରିପୋର୍ଟରୁ ଜଣାପଡ଼େ, ‘ଗୋଲକୋଣ୍ଡା ବ୍ଲୁ’ ନାମକ ଏହି ହୀରା ୨୩ କ୍ୟାରେଟ୍‌ର । ୩.୫ରୁ ୫ କୋଟି ଡଲାରରେ ଏହା ବିକ୍ରି ହେବ ବୋଲି ଆଶା କରାଯାଉଛି । 

ଫୋର୍ବସ ଅନୁସାରେ, ଯଦି ଏହି ୨୩.୨୪ କ୍ୟାରେଟ୍‌ ହୀରା ନିଲାମକୁ ଯାଏ, ତେବେ ଏହା ସାର୍ବଜନୀନ ବିକ୍ରି ପାଇଁ ରଖାଯାଇଥିବା ସର୍ବବୃହତ ଫ୍ୟାନ୍‌ସୀ ନୀଳ ହୀରା ହେବ । ଆଉ ଏକ ରିପୋର୍ଟରେ ପ୍ରଥମ ପୋଷ୍ଟ୍‌ରେ ଖ୍ରିଷ୍ଟିସ୍‌ ନିଲାମ ଘରର ତଥ୍ୟ ରୂପେ ସ୍ପଷ୍ଟ କରାଯାଇଛି ଯେ ଇନ୍ଦୋରର ତତ୍‌କାଳୀନ ଶାସକ ୟେଶୱନ୍ତ ରାଓ ହୋଲକରଙ୍କ ବାପା ତୁକୋଜୀ ରାଓ ହୋଲକର ୩ୟ ୧୯୧୩ ମସିହାରେ ଫ୍ରାନ୍ସର ବିଳାସପୂର୍ଣ୍ଣ ଗହଣା ଓ ଘଡ଼ି ଘର ଚୌମେଟ୍‌ରୁ ଲୋକପ୍ରିୟ ଇନ୍ଦୋର ପିୟର ଡାଇମଣ୍ଡ୍‌ ହାସଲ କରିଥିଲେ । ୧୦ ବର୍ଷ ପରେ ତୁକୋଜି ନିଜର ନାସପାତି ଆକୃତିର ଗୋଲକୋଣ୍ଡା ନୀଳ ହୀରାକୁ ଏକ ବ୍ରେସ୍‌ଲେଟ୍‌ରେ ଖଞ୍ଜିବାକୁ ଚୌମେଟ୍‌କୁ ନିୟୋଜିତ କରିଥିଲେ । 

୧୯୩୩ରେ ହୋଲକର ପାର୍ସୀ ଜୁଏଲାରୀ ହାଉସ୍‌ ମୌବୌସିନ୍‌କୁ ନିଜର ଔପଚାରିକ ଗହଣାକାର ଭାବେ ନିଯୁକ୍ତ କରିଥିଲେ । ଫ୍ରାନ୍ସର ଏହି କମ୍ପାନି ଇନ୍ଦୋର ରାଜାଙ୍କ ଗହଣା ସମ୍ଭାରକୁ ପୁନଃ ଡିଜାଇନ୍‌ କଲେ ଏବଂ ଉଭୟ ଗୋଲକୋଣ୍ଡା ବ୍ଲୁ ହୀରା ଓ ଇନ୍ଦୋର ପିଅର୍ସ ପାଇଁ ଏକ ଲମ୍ବା ହାର ପ୍ରସ୍ତୁତ କଲେ । ନ୍ୟୁୟର୍କ ଜୁଏଲର ହ୍ୟାରୀ ୱିନ୍‌ଷ୍ଟନ୍‌ ଇନ୍ଦୋର ପିୟର୍ସକୁ ୧୯୪୬ ମସିହାରେ କିଣିଲେ । ଏହା ପରେ ସେ ହୀରାଗୁଡ଼ିକୁ ୪୪.୧୪ ଓ ୪୬.୩୯ କ୍ୟାରେଟ୍‌ରେ କାଟିଲେ ଏବଂ ନିଜର ବ୍ୟକ୍ତିଗତ ସଂଗ୍ରହରେ ରଖିଲେ । ସେ ଏହି ହୀରାକୁ ୧୯୪୭ ମସିହା, ଜାନୁଆରୀରେ ହାସଲ କଲେ ଏବଂ ସେହିଭଳି ଆକୃତିର ୨୩ କ୍ୟାରେଟ୍‌ର ଏକ ଧଳା ହୀରା ସହିତ ଖୋଳରେ ରଖିଲେ । ଏହା ପରେ ଜୁଏଲର ହୀରାଯୁକ୍ତ ଖୋଳକୁ ବଡୋଦ୍ରାର ମହାରାଜାଙ୍କୁ ବିକ୍ରି କରିଦେଲେ ବୋଲି ଫିଲିପ୍ସ ଅକ୍ସନ୍‌ ହାଉସ୍‌ ତରଫରୁ କୁହାଯାଇଥିବା ପୋଷ୍ଟ୍‌ ଉଲ୍ଲେଖ କରିଛି । ୱିନ୍‌ଷ୍ଟନ୍‌ ଏହି ଖୋଳକୁ ପୁନଃ ହାସଲ କଲା ଏବଂ ନୂଆ କରି ଡିଜାଇନ୍‌ କରାଯାଇଥିବା ଗହଣା ଭାବେ ପୁନଃ ବିକ୍ରି କଲା । ଏହିଠାରୁ ଭାରତୀୟ ରାଜ ପରିବାର ସହିତ ନୀଳ ହୀରାର ଯାତ୍ରା ଶେଷ ହୋଇଥିବା ରିପୋର୍ଟ ଉଲ୍ଲେଖ କରିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.