ପ୍ରମୂଖ ଖବର
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଶ୍ରାବଣ ମାସରେ ଗ୍ରହଙ୍କ ଦୁର୍ଲ୍ଲଭ ସଂଯୋଗ; ଶିବଙ୍କ କୃପାରୁ ଏହି ୪ ରାଶିଙ୍କୁ ମିଳିବ ସଫଳତା...

Published By : Harapriya Sethi | July 9, 2025 6:41 AM

ଭଗବାନ ଶିବଙ୍କ ପ୍ରିୟ ମାସ ଶ୍ରାବଣ ମାସ ଚଳିତ ବର୍ଷ ଖୁବ୍‌ ଖାସ୍‌ ହେବାକୁ ଯାଉଛି । ଏହି ମାସ ପ୍ରଭୁ ଶିବଙ୍କ ପ୍ରିୟ ମାସ । ଏହି ମାସରେ ଗ୍ରହଙ୍କ ବିଶେଷ ସଂଯୋଗ ହେବାକୁ ଯାଉଛି । ଏହାର ପ୍ରଭାବ ସମସ୍ତ ରାଶି ଉପରେ ପଡିଲେ ମଧ୍ୟ କିଛି ରାଶି ବ୍ୟକ୍ତି ବିଶେଷଙ୍କ ଉପରେ ପ୍ରଭୁ ଶିବଙ୍କ କୃପା ବର୍ଷିବ । ଏମାନଙ୍କୁ ଖୁବ୍‌ ଧନ ସମ୍ପତ୍ତି, ସୁଖ-ସମୃଦ୍ଧି, ଅନେକ ସଫଳତା ପ୍ରାପ୍ତି ହେବ । ୧୧ ଜୁଲାଇରୁ ଚଳିତ ବର୍ଷର ଶ୍ରାବଣ ମାସ ଆରମ୍ଭ ହେବ । ଶ୍ରାବଣ ମାସରେ ସୂର୍ଯ୍ୟ, ମଙ୍ଗଳ, ଶୁକ୍ର, ଶନି ଓ ବୁଧ ଗ୍ରହ ଚଳନ କରିବା ସହ ଦୁର୍ଲ୍ଲଭ ସଂଯୋଗ ସୃଷ୍ଟି ହେବ । ଶନି ଓ ବୁଧ ଓଲଟା ଚଳନ କରିବେ । ଫଳରେ ଶ୍ରାବଣରେ ପ୍ରୀତି ଯୋଗ, ଆୟୁଷ୍ମାନ ଯୋଗ, ସୁକର୍ମା, ଶିବ ଓ ସର୍ବାର୍ଥ ସିଦ୍ଧି ଯୋଗ ସୃଷ୍ଟି ହେବାକୁ ଯାଉଛି । ଜାଣନ୍ତୁ କେଉଁ କେଉଁ ରାଶିଙ୍କ ଭାଗ୍ୟ ଚମକିବ..

ବୃଷ- ଏହି ରାଶିଙ୍କୁ ଅତ୍ୟନ୍ତ ଶୁଭଫଳ ମିଳିବ । ଟଙ୍କା ରୋଜଗାର କରିବା ପାଇଁ ନୂଆ ନୂଆ ସୁଯୋଗ ମିଳିବ । ଧନ-ସମ୍ପତ୍ତି ବୃଦ୍ଧି ହେବ । ସଫଳତା ମିଳିବ । ମନ ଖୁସି ରହିବ ।

ମିଥୁନ- ପ୍ରଭୁ ଶିବଶଙ୍କରଙ୍କ ବିଶେଷ କୃପା ମିଳିବ । କରଜରୁ ମୁକ୍ତି ମିଳିବ । ଆର୍ଥିକ ସ୍ଥିତି ମଜଭୁତ ହେବ । ପୁରୁଣା ସମସ୍ୟା ଦୂର ହେବ ।

ତୁଳା- ବ୍ୟବସାୟରେ ବଡ ଲାଭ ମିଳିବ । ପରିବାରରେ ହସଖୁସିର ବାତାବରଣ ରହିବ । ଅଟକି ଥିବା ଧନ ମିଳିବ । ଚିନ୍ତା ଦୂର ହେବ ।

କୁମ୍ଭ- ଅଟକି ଥିବା କାମରେ ସଫଳତା ମିଳିବ । ଧନ ଲାଭ ହେବ । ଭାଗ୍ୟର ସାଥ୍‌ ମିଳିବ । ଜୀବନରେ ଖୁସିର ଆଗମନ ହେବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.