ମୁମ୍ୱାଇ, ୨୬/୦୨: ବିବାହ ବନ୍ଧନରେ ବାନ୍ଧି ହେଲେ ରଶ୍ମିକା ମନ୍ଦାନା ଓ ବିଜୟ ଦେବରକୋଣ୍ଡା। ଆଜି ଉଦୟପୁରରେ ପାରମ୍ପରିକ ସମାରୋହରେ ବିବାହ କରିଛନ୍ତି। ପରିବାର ଏବଂ ନିକଟତର ବନ୍ଧୁମାନଙ୍କ ଉପସ୍ଥିତିରେ ସକାଳ ୧୦ଟା ୧୦ରେ ଏହି ଦମ୍ପତି ହାତକୁ ଦି ହାତ ହୋଇଛନ୍ତି। ଏନେଇ ନବଦମ୍ପତିଙ୍କୁଚାରିଆଡ଼ୁ ଶୁଭେଚ୍ଛାର ସୁଅ ଛୁଟୁଛି। ସେହିପରି ରଶ୍ମିକା ଏବଂ ବିଜୟଙ୍କ ଫିଲ୍ମ 'ଗୀତା ଗୋବିନ୍ଦମ' ପ୍ରଯୋଜକ ବନି ଭାସ୍ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ।
ଏକ୍ସରେ ବନି ଭାସ୍ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି ଯେ, "ମୋର ଗୀତାଗୋବିନ୍ଦମ ତୁମେ ସର୍ବଦା ପରସ୍ପରକୁ ବାଛିବା ବିଶେଷ ରହିଛି । ବିଜୟ ଓ ରଶ୍ମିକା ତୁମେ ଦୁହେଁ ଏକାଠି ପ୍ରକୃତରେ ଯାଦୁ । ଏହି ବିବାହ ଅବିଚ୍ଛେଦ୍ୟ ପ୍ରେମ, ଶକ୍ତି, ହସ ଏବଂ ସ୍ୱପ୍ନରେ ପରିପୂର୍ଣ୍ଣ ହେଉ । ତୁମ ଦୁହିଁଙ୍କ ପାଇଁ ବହୁତ ଖୁସି । ହାର୍ଦ୍ଦିକ ଅଭିନନ୍ଦନ #VIROSH ।" ବିବାହ ଖବର ପ୍ରକାଶ ପାଇବା ପରେ ଅଭିନେତାଙ୍କ ଫ୍ୟାନ୍ସ ସୋସିଆଲ ମିଡିଆରେ ଅଭିନନ୍ଦନ ଜଣାଇଛନ୍ତି । ତେବେ ଏହି ଦମ୍ପତି ପାରମ୍ପରିକ ତେଲୁଗୁ ରୀତିନୀତିରେ ବିବାହ କରିଛନ୍ତି । ଆଜି ଅପରାହ୍ନ ୪ଟା୩୦ ରେ ଉଭୟ କୋଡାଭା ସମାରୋହରେ ବିବାହ କରିବେ ।
ଆହୁରି ପଢନ୍ତୁ-ଆଜୀବନ ଦୁଃଖିନୀ ମନ୍ଥରା... ସ୍କ୍ରିନରେ ପର ଘର ଭାଙ୍ଗିଥିଲେ ରିଅଲ ଲାଇଫ୍ରେ ନିଜ ଭଉଣୀ ଘର ଉଜାଡ଼ିଦେଲେ
ସେହିପରି ମାର୍ଚ୍ଚ ୪ରେ ହାଇଦ୍ରାବାଦରେ ସେମାନଙ୍କର ବିବାହ ରିସେପ୍ସନ ହେବାର ସମ୍ଭାବନା ଅଛି। ଯେଉଁଠାରେ ଫିଲ୍ମ ଜଗତର ବଡ ବଡ କଳାକାର ଯୋଗଦେବାର ସମ୍ଭାବନା ଅଛି।ବିଜୟ ଏବଂ ରଶ୍ମିକା ପ୍ରଥମେ ୨୦୧୮ ମସିହାରେ ବ 'ଗୀତା ଗୋବିନ୍ଦମ୍'ରେ ଏକାଠି କାମ କରିଥିଲେ । ଏହି ଯୋଡ଼ି ବେଶ ଲୋକପ୍ରିୟତା ସାଉଁଟିଥିଲେ । ପରେ ସେମାନେ ୨୦୧୯ ମସିହାରେ 'ଡିଅର୍ କମ୍ରେଡ୍' ପାଇଁ ପୁଣି ଏକାଠି ହୋଇଥିଲେ । ଏହା ପରେ ଦମ୍ପତିଙ୍କ ପ୍ରେମ ସମ୍ପର୍କକୁ ନେଇ ଅନେକ ଗୁଜବ ପ୍ରାୟତଃ ପ୍ରକାଶ ପାଉଥିଲା । ଉଭୟ ବର୍ଷ ବର୍ଷ ଧରି ପରସ୍ପରକୁ ଡେଟ୍ କରିବା ପରେ ବର୍ତ୍ତମାନ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।