ପୁରୀ ୯/୦୬: ଆଜି ସକାଳ ୧୧ଟାରେ ଟାଉନହଲ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହେବ ରଥଯାତ୍ରା ଦ୍ୱିତୀୟ ସମନ୍ୱୟ ବୈଠକ । ଉକ୍ତ ବୈଠକରେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଅଧ୍ୟକ୍ଷତା କରିବେ । ଅନ୍ୟ ବିଭାଗୀୟ ମନ୍ତ୍ରୀ, ସଚିବ ଓ ବରିଷ୍ଠ ଅଧିକାରୀମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।
ଗତ ବୈଠକରେ ସହରର ରାସ୍ତାଘାଟ, ଡ୍ରେନେଜ ଓ ନଳା ସଫେଇକୁ ଜୋରଦାର ଆଲୋଚନା ହୋଇଥିଲା । ଏପରିକି ଦ୍ୱିତୀୟ ସମନ୍ୱୟ ବୈଠକ ପୂର୍ବରୁ ସମସ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ । ହେଲେ ଆଜିବି ଅନେକ କାର୍ଯ୍ୟ ଅସମ୍ପୂର୍ଣ୍ଣ ରହିଛି । ତେଣୁ ସ୍ୱାସ୍ଥ୍ୟ, ପରିମଳ, ପାନୀୟ, ରଥକାଠ ଓ ନୀତିକାନ୍ତିକୁ ନେଇ ଆଲୋଚନା ହେବ ବୋଲି ଜଣାପଡିଛି।