ପ୍ରମୂଖ ଖବର
  • ବାଲେଶ୍ୱର : ଗେମ୍‌ ଖେଳିବାକୁ ବାରଣ କଲେ ମାଆ; ଗଛରେ ରଶି ଲଗାଇ ଝୁଲିପଡ଼ିଲେ ଯୁବକ
  • ||
  • ବାଙ୍ଗିରିପୋଷି : ଦ୍ୱାରଶୁଣି ଘାଟିରେ ୫୦ ଫୁଟ ଖାଲକୁ ଖସିଲା ଟ୍ରକ୍, ଚାଳକ ମୃତ
  • ||
  • ଗ୍ରୀସ୍‌ରେ ପୁଣି ଶକ୍ତିଶାଳୀ ଭୂକମ୍ପ ଝଟକା ; ତୀବ୍ରତା ୬.୧ ରେକର୍ଡ, ସୁନାମି ଆଲର୍ଟ ଜାରି
  • ||
  • ୫୦୦୦ ଲାଞ୍ଚ ନେଇ ଧରାପଡ଼ିଲେ ତିଗିରିଆ ଥାନା ASI, ଏକକାଳୀନ ୩ ଟି ସ୍ଥାନରେ ଚଢାଉ
  • ||
  • ୱାଶିଂଟନ ଡିସିରେ ୨ ଇସ୍ରାଏଲ ଦୂତାବାସ ଅଧିକାରୀଙ୍କୁ ଗୁଳି କରି ହତ୍ୟା
  • ||
  • ଭୁବନେଶ୍ୱର : ରାଜଧାନୀରୁ ବ୍ରାଉନ ସୁଗର ବେପାରୀ ଗିରଫ; ୩୫ ଲକ୍ଷ ଟଙ୍କାର ଧଳାଜହର ଜବତ
  • ||
  • IPL 2025: ଆଜି ସୁପରଜାଏଣ୍ଟ୍‌ସ ପାଇଁ ପ୍ରସ୍ତୁତ ଟାଇଟନ୍ସ, ଲକ୍ଷ୍ୟ ଶ୍ରେଷ୍ଠ ୨ରେ ସ୍ଥାନ
  • ||
  • ରାଜଗାଙ୍ଗପୁର : ଅବକାରୀ ବିଭାଗ ଚଢଉ ବେଳେ ଭାଟି କର୍ମଚାରୀଙ୍କୁ ଗ୍ରାମବାସୀଙ୍କ ଆକ୍ରମଣ, ୫ ଆହତ
  • ||
  • ରାହାଡ଼ପୁର ପାହାଡ଼ରୁ ଖସିଲା କମ୍ପ୍ରେସର: ଜଣେ ମୃତ, ଜଣେ ଆହତ
  • ||
  • ସୋର ପୁଲିସକୁ ଖୋଲା ଚ୍ୟାଲେଞ୍ଜ; ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ
  • ||
  • ଓଡ଼ିଶାକୁ ଫେରିଲା କରୋନା: ଭୁବନେଶ୍ୱରରେ ଜଣେ ଆକ୍ରାନ୍ତ ଚିହ୍ନଟ
  • ||
  • ଯାଜପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୪ ପ୍ରକଳ୍ପର ଉଦ୍‌ଘାଟନ ସହ ୧୨ ଭିତ୍ତିପ୍ରସ୍ତର ସ୍ଥାପନ କରିବେ
  • ||
  • କଟକ : ଗୋଡିସାହି ପୁରୀ ମେନ୍ କେନାଲ ବନ୍ଧ ରାସ୍ତାରେ ଦୁର୍ଘଟଣା, ହାଇୱା ଧକ୍କାରେ ୨ ମୃତ
  • ||
  • ରାଜ୍ୟରେ ପ୍ରଚଣ୍ଡ ତାତି ସାଙ୍ଗକୁ ଗୁଳୁଗୁଳି, ଆଜି ୧୧ ଜିଲ୍ଲାକୁ ଆଲର୍ଟ ଜାରି: ୨୩ରୁ କାଳବୈଶାଖୀ ଆଶଙ୍କା
  • ||

ରଥଖଳା ହାଲ୍‌ଚାଲ୍‌...ଗୁଜ ଉପରେ ରହିବ ନିରାଡ଼ି, ଦଣ୍ଡା, ଅଖ ଓ ଗୟଳ କାଠକୁ ଅପେକ୍ଷା

Published By : Prameya | May 22, 2025 11:06 AM

ପୁରୀ, ୨୨/୦୫: ପ୍ରଚଣ୍ଡ ତାତି ଓ  ଗୁଳୁଗୁଳିରେ ଚାଲିଛି ରଥ ନିର୍ମାଣ । ରଥ ଖଳାରେ କିଛି ଫ୍ୟାନ୍‌ ଲାଗିଥିଲେ ମଧ୍ୟ  ଯଥେଷ୍ଟ ହେଉନି । ତଥାପି ସକାଳ ୮ଟାରୁ  ସନ୍ଧ୍ୟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ କାର୍ଯ୍ୟରେ  ନିୟୋଜିତ ନିର୍ମାଣକାରୀ । ବୁଧବାର  ରଥତ୍ରୟର ଚକ, ଚଉତା, ନିରାଡ଼ି, ଖମ୍ବୀ ଓ  ଗୁଜ ତିଆରି ଚାଲିଛି । ଭଉଁରି ପରେ ଗୟଳ  ନିର୍ମାଣ ଆରମ୍ଭ ହେବା କଥା । ହେଲେ କାଠ  ଅଭାବ ରହିଛି । ଏଣୁ ଅଖ, ଗୟଳ ଓ ଦଣ୍ଡା  ନିର୍ମାଣ ପାଇଁ ୪୦ ଫୁଟିଆ କାଠକୁ ଅପେକ୍ଷା କରିଛନ୍ତି ରଥ ନିର୍ମାଣକାରୀ ।  

ରଥର ଗୁଜ ଉପରେ ରହିବ ନିରାଡ଼ି । ରଥ ଚାରି ପାର୍ଶ୍ବକୁ  ଲୋଡ଼ା ଚାରି  ନିରାଡ଼ି । ତିନି ରଥର ୧୨ଟି ନିରାଡ଼ି ନିର୍ମାଣ  ଚାଲିଛି । ରଥ ଖଳାରେ ଭୂଇଁର ଚଉତା  କାଠ ତିଆରି ଚାଲିଛି । ପ୍ରତି ରଥର ୧୨ଟି  ଚଉତା କରି ମୋଟ ୩୬ ଚଉତା କାଠ  ପ୍ରସ୍ତୁତ ହୋଇଥାଏ । ରଥ ଅମିନ ଲକ୍ଷ୍ମଣ  ମହାପାତ୍ରଙ୍କ ପରାମର୍ଶକ୍ରମେ ଭୋଇ ସର୍ଦ୍ଦାର  ରବି ଭୋଇଙ୍କ ତତ୍ତ୍ୱାବଧାନରେ ଭୋଇ  ସେବକମାନେ ଚଉତା କାଠ ରଥଖଳାକୁ  ଯୋଗାଇଛନ୍ତି । ଏଥିସହ ଆଜି ତିନୋଟି  ଅଖ କାଠ ରଥ ଖଳାକୁ ଯୋଗାଯାଇଛି ।  ଚକ ତିଆରି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ୪୨ ଚକରୁ ପ୍ରାୟ ୩୨ ଚକ  ନିର୍ମାଣ ସରିଛି । କରତକଳରୁ ପହି ଆସିଲେ ବାକି ଚକ ପ୍ରସ୍ତୁତ ହେବ ।  

ରୂପକାରମାନେ ଗୁଜ ନିର୍ମାଣରେ ନିମଗ୍ନ । ମୁଗୁର ଓ ନିହଣ ମୁନରେ ଚାଲିଛି  ସିଂହବିରାଳ ମୂର୍ତ୍ତି ଖୋଦେଇ । ନୃସିଂହ ଜନ୍ମ  ଅବସରରେ ଶ୍ରୀନୃସିଂହଙ୍କୁ ଆବାହନ କରି କାର୍ଯ୍ୟ ଆରମ୍ଭ ହୋଇଥିଲା । ସେବେଠାରୁ  ତିନି ରଥର ରୂପକାରମାନେ ଗୁଜରେ ଖୋଦେଇ ଲାଗିଛନ୍ତି । ଗୁଜରେ ପଲିସ କାର୍ଯ୍ୟ ଜାରି ରହିଛି । ଦୋଳବେଦିରେ ତିନି ରଥ ପାଇଁ ସ୍ୱତନ୍ତ୍ର ୩ଟି ଶାଳରେ ପ୍ରସ୍ତୁତ ହେଉଛି ଲୌହ ସାମଗ୍ରୀ । ଓଝା ସେବକମାନେ ଦଣ୍ଡା କଣ୍ଟା, ଗୟଳ କଣ୍ଟା  ଓ ପନ୍ଦାରି ବଳା ଆଦି ପ୍ରସ୍ତୁତ କରୁଛନ୍ତି ।  କରତି ସେବକମାନେ ମେସିନ୍‌ ସାହାଯ୍ୟରେ  ସିଙ୍ଗଡ଼ାରେ ଅଖ ବିନ୍ଧ ଜାରି ରଖିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.