ପ୍ରମୂଖ ଖବର
  • ଭୁବନେଶ୍ବରରେ ମଦ ପିଇ ୨ ଜଣଙ୍କ ମୃତ୍ୟୁ ଅଭିଯୋଗ , ମଦ ଦୋକାନ ସିଲ୍ କଲା ଅବକାରୀ ବିଭାଗ
  • ||
  • ଖଲ୍ଲିକୋଟ : ଛେଳି ପଲ ଉପରେ ମାଡିଗଲା ଟ୍ରକ, ୭୦ ଛେଳି ମୃତ
  • ||
  • ଯୁଦ୍ଧଗ୍ରସ୍ତ ଇରାନ୍‌ରୁ ଆର୍ମେନିଆରେ ପହଞ୍ଚିଲେ ୧୧୦ ଭାରତୀୟ, ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଆଡ୍‌ଭାଇଜରୀ ଜାରି
  • ||
  • ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ ଅଭିଯୋଗ, ସମସ୍ତ ୧୦ ଅଭିଯୁକ୍ତକୁ ଗିରଫ କଲା ପୁଲିସ
  • ||
  • କୋକସରା: ଦେପୁର ନିକଟରେ ଗଛରେ ପିଟି ହେଲା ବାଇକ, ଦୁଇ ମୃତ ଜଣେ ଗୁରୁତର
  • ||
  • ପ୍ରତିକୂଳ ପାଗ ପାଇଁ ୧୭ରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା, ଡାକବାଜି ଯନ୍ତ୍ରରେ କରାଗଲା ସତର୍କ
  • ||
  • ବଲାଙ୍ଗିର: ରାଜ୍ୟସ୍ତରୀୟ କୃଷକ ଶକ୍ତି ସମାବେଶରେ ସାମିଲ୍ ହେଲେ ମୁଖ୍ୟମନ୍ତ୍ରୀ, ସଫଳ ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯିବ
  • ||
  • ବଲାଙ୍ଗୀର ସହର ଭିତରେ ଦୁର୍ଘଟଣା, ଭାରସାମ୍ୟ ହରାଇ ରାସ୍ତାକଡ଼ ଦୋକାନକୁ ପଶିଗଲା କଣ୍ଟେନର
  • ||
  • ବସୁମତୀ ସ୍ନାନ ସହ ଶେଷ ହେଲା ରଜ, ୩ ଦିନର ବିଶ୍ରାମ ପରେ ଶୁଦ୍ଧ ସ୍ନାନ କଲେ ବସୁମାତା
  • ||
  • ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି; କୋଲକାତାରେ ଜରୁରୀ ଅବତରଣ
  • ||
  • ପରମାଣୁ ଅସ୍ତ୍ର ନେଇ ଇରାନ୍‌କୁ ଟ୍ରମ୍ପଙ୍କ କଡ଼ା ଚେତାବନୀ, କହିଲେ ତୁରନ୍ତ ତେହେରାନ୍ ଛାଡ଼, ଡ଼ାକିଲେ ବଡ଼ ବୈଠକ
  • ||
  • କାନାଡ଼ାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆଜି ଓ କାଲି ଦୁଇ ଦିନ ଧରି G7 ସମିଟ୍‌ରେ ସାମିଲ ହେବେ
  • ||
  • ଅନବସରରେ ମହାପ୍ରଭୁ: ଫୁଲୁରି ତେଲ ଘଷା ହେବାରେ ଉପଶମ ହେଉଛନ୍ତି ଦାରୁବ୍ରହ୍ମ, ଆଜି ଓଷ ଲାଗି ନୀତି
  • ||
  • ଏବେ ବଡ଼ ବର୍ଷା ନାହିଁ: ଆଜି କିଛି ସ୍ଥାନରେ ବର୍ଷିବ, ୨୩ରୁ ପୁଣି ବଢ଼ିପାରେ, ତାପମାତ୍ରା ୨ରୁ ୪ ଡିଗ୍ରୀ କମିବା ସମ୍ଭାବନା
  • ||

ରଥ ଖଳା ହାଲ୍‌ଚାଲ୍‌...୪୨ ତୁମ୍ବରେ ୬୭୨ ଅର ଫିଟିଂ ଶେଷ

Published By : Prameya | May 26, 2025 10:14 AM

ପୁରୀ,୨୬/୦୫: ତିନି ରଥର ୪୨ ତୁମ୍ବ(ଚକର ମଝି ଅଂଶ)ରେ ୬୭୨  ଅର(ସ୍ପୋକ୍‌) ଫିଟିଂ କାର୍ଯ୍ୟ ରବିବାର ଶେଷ ହୋଇଛି । ଯନ୍ତାଗାଡ଼ରେ ପଡ଼ି ଶେଷ ତିନୋଟି ଚକର ସିଙ୍ଗଡ଼ା(ତୁମ୍ବ  ସଂଯୁକ୍ତ ଅର) ପ୍ରସ୍ତୁତ କରିଛନ୍ତି ଭୋଇ ସେବକ । ତିନିଟି ତୁମ୍ବରେ ୪୮ ଟି  ଅର ଭୁଞ୍ଜାଯାଇ ତିନି ସିଙ୍ଗଡ଼ା ପ୍ରସ୍ତୁତ ହୋଇଛି । ସେଥିରେ ଅର କଣ୍ଟା ପିଟା ସରିଛି । ଏଥିସହ ରଥ ଖଳାରେ ଚଉତାରେ ବିନ୍ଧ ଅନୁକୂଳ କରାଯାଇଛି।  ମୁଖ୍ୟ ବିଶ୍ୱକର୍ମା ମାଳ, ମାହାର୍ଦ୍ଦ ଓ ଶ୍ରୀଫଳ  ଦେଇ ଚଉତା(ଭୂଇଁର ଅଂଶ) କାଠରେ ଖୋଦେଇ ଆରମ୍ଭ କରିବା ପରେ ନିପୁଣ କାରିଗରମାନେ ବିନ୍ଧ ଖୋଦେଇ କରୁଛନ୍ତି । 

ରବିବାର ଝିପି ଝିପି ବର୍ଷାକୁ ଖାତିର ନକରି ରଥ କାର୍ଯ୍ୟ ଜାରି ରଖିଥିଲେ ନିର୍ମାଣକାରୀ । ରଥତ୍ରୟର ଶେଷ ଚକ ଏକା ସମୟରେ ପ୍ରସ୍ତୁତ ହେବାର ପରମ୍ପରା ରହିଛି । ସିଙ୍ଗଡ଼ା ବାଡ଼ିଆ ଆରମ୍ଭରେ  ଅନୁକୂଳ ଭଳି ଶେଷ ସିଙ୍ଗଡ଼ା ୩ଟି  ପ୍ରସ୍ତୁତି ପୂର୍ବରୁ ମଧ୍ୟ ଅନୁକୂଳ ହୋଇଥାଏ । ମା’ଚର୍ଚ୍ଚିକା ଠାକୁରାଣୀଙ୍କୁ ପୂଜା ପରେ  ସିନ୍ଦୁର ଦେଇ ଓ ଶ୍ରୀଫଳ ବାଡ଼େଇ ଶେଷ  ସିଙ୍ଗଡ଼ା ବାଡ଼ିଆ କାର୍ଯ୍ୟର ଶୁଭାରମ୍ଭ  ହେଲା । ତାଳଧ୍ୱଜ, ନନ୍ଦିଘୋଷ ଓ  ଦେବଦଳନ ରଥର କାର୍ଯ୍ୟ କ୍ରମାନ୍ୱୟରେ  ଅନୁଷ୍ଠିତ ହୋଇଥିଲା । ଏହାପରେ ରଥ  ଖଳାରେ ବିଲେଇ ବାଡ଼ିଆ ପ୍ରକ୍ରିୟାରେ ସିଙ୍ଗଡ଼ାରେ ପହି ପିନ୍ଧା ଯାଇ ଏକକାଳୀନ  ତିନି ରଥର ଶେଷ ଚକ ସରିବ ।  ଏହାପରେ ଅଖ କାର୍ଯ୍ୟ ଆରମ୍ଭ ହେବ ।  ରଥ ଖଳାରେ ଜାରି ରହିଛି ଚଉଦାନାହାକା ହଣା କାର୍ଯ୍ୟ । ରୂପକାର, କରତି ଓ କମାର  ସେବକ ନିଜ ନିଜ କାର୍ଯ୍ୟରେ ଲାଗିଛନ୍ତି ।  ରଥ ଅମିନ ତିନି ଖଳାକୁ କାଠ ଯୋଗାଡ଼ିବା  ଦେବାରେ ବ୍ୟସ୍ତ । ମୁଖ୍ୟ ବିଶ୍ୱକର୍ମାଙ୍କ ପରାମର୍ଶ ଅନୁସାରେ ଚାଲିଛି ରଥ ନିର୍ମାଣ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.