କଟକ,୨୦।୧୦ : ଏଣିକି ଦିଵ୍ୟାଙ୍ଗଙ୍କ ଘରେ ପହଞ୍ଚିଵ କଣ୍ଟ୍ରୋଲ ସାମଗ୍ରୀ। ଦିଵ୍ୟାଙ୍ଗ ମାନେ ଡିଲର ପଏଣ୍ଟକୁ ଆସିବା ପାଇଁ ଅନେକ ଅସୁଵିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ବାରମ୍ବାର ଡିଲର ପଏଣ୍ଟକୁ ଆସି ରାସନ ନେଵା ସଵୁ ଦିଵ୍ୟାଙ୍ଗଙ୍କ ପକ୍ଷେ ସମ୍ଭବ ହେଉ ନାହିଁ। ସେଥିପାଇଁ ସେମାନଙ୍କ ଘରେ କଣ୍ଟ୍ରୋଲ ସାମଗ୍ରୀ ପହଞ୍ଚିବ ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। 

କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ସମୀକ୍ଷା ବୈଠକରେ ଚୈ।ଦ୍ବାର କଟକ ଵିଧାୟକ ସୈାଭିକ ଵିଶ୍ବାଳ ଏ ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ମନ୍ତ୍ରୀ ତତ୍କାଳ ଏ ନେଇ ନିତୀ ନିର୍ଦ୍ଧାରଣ କରିବାକୁ ପ୍ରତିଶ୍ରୁତି ଦେଵା ସହ ଆଗକୁ ଦିଵ୍ୟାଙ୍ଗ ମାନଙ୍କ ଘରେ ରାସନ ପହଞ୍ଚାଇ ଦିଆଯିଵ ବୋଲି କହିଛନ୍ତି। ସେପଟେ ହିତାଧିକାରୀଙ୍କୁ ଏକକାଳୀନ ଚାଉଳ ଓ ଗହମ ପ୍ରତି ମାସରେ ଯୋଗାଇ ଦିଆଯିଵ ବୋଲି କହିଛନ୍ତି ମନ୍ତ୍ରୀ। ଆଗକୁ ତିନି ମାସକୁ ଥରେ ରାସନ ଦେଵା ଵ୍ୟଵସ୍ଥାକୁ ବନ୍ଦ କରାଯିଵ ଵୋଲି ମନ୍ତ୍ରୀ କହିଛନ୍ତି।