ନୂଆଦିଲ୍ଲୀ – ରେଲୱେ ଷ୍ଟେସନରେ ମୁତୟନ ଯବାନ , ରାତିର ଡ୍ୟୁଟି, ଥଣ୍ଡା ଚଟାଣ ଓ ହାଚରେ ଚା କପ୍। ସାରା ଦେଶରେ ଟ୍ରେନ୍ ଓ ଯାତ୍ରୀଙ୍କ ସୁରକ୍ଷାର ଦାୟିତ୍ୱ ଯାହାଙ୍କ କାନ୍ଧରେ , ତାଙ୍କର ରାସନ ଭତ୍ତାରେ ଚଳିତ ବର୍ଷ କେତେ ବୃଦ୍ଧି ହୋଇଛି ? ଉତ୍ତର ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଆଜିର ଏହି ମହଙ୍ଗା ସମୟରେ ଦୈନିକ ଖର୍ଚ୍ଚ ଲଗାତାରା ବଢିବାରେ ଲାଗିଛି, ସେପଟେ ଆରପିଏଫ ଯବାନଙ୍କୁ ମିଳିଛି ପ୍ରାୟ ୧.୮୯ ଟଙ୍କା ଦୈନିକ ବୃଦ୍ଧି। ଏଥିରେ ପ୍ରଶ୍ନ ଉଠୁଛୁ ଯେ,ଏହି ବୃଦ୍ଧି କଣ ପ୍ରକୃତରେ ଆଶ୍ୱସ୍ତି କି ? ଆସନ୍ତୁ ଜାଣିବା ଏହି ଭତ୍ତା ସ୍ୱାଧୀନତା ବେଳେ କେତେ ଥିଲା।

ଆହୁରି ମଧ୍ୟ ପଢନ୍ତୁ : ଭାରତର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ, ସିଲିଗୁଡ଼ି କରିଡରରେ ଭୂତଳ ରେଳ ସୁଡ଼ଙ୍ଗ ନିର୍ମାଣ କରିବାକୁ ଯୋଜନା

ଭାରତୀୟ ରେଲୱେର ସୁରକ୍ଷା ଦାୟିତ୍ୱରେ ଥିବା ରେଲୱେ ପ୍ରୋଟେକ୍ସନ ଫୋର୍ସ ଓ ଆରପିଏସଏଫର ପାଖାପାଖି ୭୦ହଜାର ଯବାନଙ୍କ ରାସନ ଭତ୍ତାରେ ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ୧.୮୯ ଟଙ୍କା ଦୈନିକ ବୃଦ୍ଧି କରାଯାଇଛି। ଏହି ଦର ୧ ଅପ୍ରେଲ ୨୦୨୫ରୁ ଲାଗୁ ହେବ। ପୂର୍ବରୁ ଏହି ଭତ୍ତା ୧୫୦.୦୪ ଟଙ୍କା ଦୈନିକ ଥିଲା। ଏବେ ଏହାକୁ ବଢାଇ ୧୫୧.୯୩ ଟଙ୍କା କରି ଦିଆଯାଇଛି।

ମାସର ହିସାବରେ ଦେଖିଲେ, ଏହି ବୃଦ୍ଧିରେ ଜଣେ ଯବାନଙ୍କୁ ପାଖାପାଖି ୫୦ରୁ ୬୦ ଟଙ୍କା ଅତିରିକ୍ତ ମିଳିବ। ଏମିତି ସମୟରେ ଯେବେ ପରିବା, ଡାଲି , ଦୁଗ୍ଧ ଓ ଗ୍ୟାସ୍‌ର ମୂଲ୍ୟ ଲଗାତାର ଉପରେ ରହିଛି, ଏହି ପରିମାଣ କେତେ ଆଶ୍ୱସ୍ତି ଦେଇ ପାରିବ, ଏହା ଉପରେ ପ୍ରଶ୍ନ ଉଠୁଛୁ।

ତଥ୍ୟାନୁସାରେ , ୨୦୨୪-୨୫ରେ ରାସନ ଭତ୍ତାରେ ୭.୨୯ ଟଙ୍କା ଦୈନିକ ବୃଦ୍ଧି ହୋଇଥିଲା। ଏହା ପୂର୍ବରୁ ୨୦୨୩-୨୪ ରେ ୬.୩୨ ଟଙ୍କା ଓ ୨୦୨୨-୨୩ରେ ୮.୭୪ ଟଙ୍କାର ବୃଦ୍ଧି କରାଯାଇ ଥିଲା। ୨୦୨୧-୨୨ରେ ତ ୯.୬୭ ଟଙ୍କା ଯାଏ ବୃଦ୍ଧି ରେକର୍ଡ ହୋଇଥିଲା। କିନ୍ତୁ ଏହି ଥର ୧.୮୯ ଟଙ୍କାର ବୃଦ୍ଧି ଗତ ପାଞ୍ଚ ବର୍ଷରେ ସବୁଠୁ କମ୍।

ବିଭାଗୀୟ ଅଧିକାରୀଙ୍କ କହିବାନୁସାରେ , ଏହି ସଂଶୋଧନ ଉପଭୋକ୍ତା ମୂଲ୍ୟ ସୂଚକାଙ୍କ ଅର୍ଥାତ୍ ସିପିଆଇରେ ପରିବର୍ତ୍ତନର ଆଧାରରେ କରାଯାଏ ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ଫୋର୍ସର ମାନଦଣ୍ଡର ଅନୁରୂପ। ହେଲେ ଯବାନଙ୍କ ମଧ୍ୟରେ ଏହି ଥର ହାରକୁ ନେଇ ଅସନ୍ତୋଷର ଚର୍ଚ୍ଚା ମଧ୍ୟ ସାମ୍ନାକୁ ଆସୁଛି।

ସ୍ୱାଧୀନତା ସମୟରେ ଆରପିଏଫର ରାସନ ଭତ୍ତା ସଠିକ୍ ଐତିହାସିକ ତଥ୍ୟ ସହଜରେ ଉପଲବ୍ଧ ନାହିଁ।ସେହି ସମୟରେ ବର୍ତ୍ତମାନ ଭଳି ସରଞ୍ଚନା ଓ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ଫୋର୍ସଙ୍କ ସମାନ ମାନଦଣ୍ଡ ଲାଗୁ ନଥିଲା, ଏଥିପାଇଁ ସିଧାସଳଖ ତୁଳନା କରିବା ସମ୍ଭବ ନୁହେଁ , କିନ୍ତୁ ଏହା ସ୍ଥିର ଯେ, ସେତେବେଳେର ଆର୍ଥିକ ପରିସ୍ଥିତି ଓ ଦରମା ସରଞ୍ଚନା ଆଜି ଠାରୁ ପୂରା ଅଲଗା ଥିଲା।

ଦାୟିତ୍ୱ ବଡ଼ , ଭତ୍ତା ସୀମିତ –

ଆରପିଏଫ ଓ ଆରପିଏସଏଫର ଯବାନ ଟ୍ରେନ୍ , ଷ୍ଟେସନ ଓ ଯାତ୍ରୀଙ୍କ ସୁରକ୍ଷାର ପ୍ରଥମ ସ୍ଥାନରେ ରହିଥାନ୍ତି। ପର୍ବପର୍ବାଣୀ , ଭିଡ଼ ସ୍ଥାନ ଓ ସ୍ୱତନ୍ତ୍ର ଟ୍ରେନ ସେବା ବେଳେ ତାଙ୍କର ଡ୍ୟୁଟି ଆହୁରି କଠିନ ହୋଇଯାଏ। ଏହି ସ୍ଥିତିରେ ରାସନ ଭତ୍ତାର ପ୍ରତି ଅଳ୍ପ ବହୁତ ବୃଦ୍ଧି ସେମାନଙ୍କ ଦୈନିକ ଜୀବନ ଉପରେ ପ୍ରଭାବ ପକାଇ ଥାଏ।