ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଏପ୍ରିଲ ୨୯ ରୁ ବନ୍ଦ ରହିବ ରତ୍ନଭଣ୍ଡାର ମାରାମତି କାର୍ଯ୍ୟ, ଜରୁରୀ ବୈଠକରେ ନିଆଗଲା ନିଷ୍ପତ୍ତି

Published By : Harapriya Sethi | April 26, 2025 1:52 PM

ପୁରୀ, ୨୬/୦୪: ୨ ମାସ ଧରି ବନ୍ଦ ରହିବ ଶ୍ରୀମନ୍ଦିର ରତ୍ନଭଣ୍ଡାର କାର୍ଯ୍ୟ । ଆଗାମୀ ଚନ୍ଦନ ଯାତ୍ରା, ସ୍ନାନ ଯାତ୍ରା, ଅନବସର ଏବଂ ରଥଯାତ୍ରା ସମ୍ପର୍କିତ ନୀତି ସମ୍ପାଦନ ଦୃଷ୍ଟିରୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ସଂରକ୍ଷଣ ତଥା ମରାମତି କାର୍ଯ୍ୟ ଆସନ୍ତା ଏପ୍ରିଲ ୨୯ ତାରିଖ ଠାରୁ ଜୁନ୍‌ ୨୭  ତାରିଖ ପର୍ଯ୍ୟନ୍ତ ପ୍ରାୟ ୨ ମାସ ଧରି ସ୍ଥଗିତ ରହିବ । ଶନିବାର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ବୈଠକରେ ASI ପ୍ରତିନିଧି, ଶ୍ରୀମନ୍ଦିର ପ୍ରଶାସନ ଅଧିକାରୀ, ଛତିଶାନିଯୋଗ ନାୟକ, ଭଣ୍ଡାର ମେକାପ, ତଢାଉକରଣ, ଦେଉଳକରଣଙ୍କ ସମେତ ସମ୍ପୃକ୍ତ ବରିଷ୍ଠ ସେବକ ମାନେ ଉପସ୍ଥିତ ଥିଲେ । 

ଆଗମୀ ଦିନରେ ନୀତି ବହୁଳତା ଦୃଷ୍ଟିରୁ ମରାମତି କାର୍ଯ୍ୟ ସ୍ଥଗିତ ରଖାଯିବାକୁ ଶ୍ରୀମନ୍ଦିର କମାଣ୍ଡର ଏବଂ ଦେଉଳକରଣ ରିପୋର୍ଟ ପ୍ରଦାନ କରିଥିଲେ। ଏହାକୁ ନଜରରେ ରଖି ଶନିବାର ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ASI ପକ୍ଷରୁ ରତ୍ନ ଭଣ୍ଡାର ସଂରକ୍ଷଣ କାର୍ଯ୍ୟ ଅଗ୍ରଗତି ନେଇ ବିସ୍ତୃତ ସୂଚନା ଦିଆଯାଇଥିଲା।

କହିରଖୁ କି, ଡିସେମ୍ବର ୧୭ ତାରିଖରୁ ରତ୍ନଭଣ୍ଡାର ସଂରକ୍ଷଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ବିଭିନ୍ନ ସମୟରେ ବିଶେଷ ନୀତି ସକାଶେ କାର୍ଯ୍ୟ ବନ୍ଦ ରହିଥିଲେ ହେଁ ଏପ୍ରିଲ ୨୫ ସୁଦ୍ଧା ୧୯୩ ଘଣ୍ଟା ୫ ମିନିଟର କାର୍ଯ୍ୟ ହୋଇସାରିଛି । ସ୍ଥାୟୀ ମରାମତି ଓ ସଂରକ୍ଷଣକୁ ଦୃଷ୍ଟିରେ ରଖି ASI ଏହି ସମ୍ବେଦନଶୀଳ କାର୍ଯ୍ୟକୁ ଗୁରୁତ୍ୱର ସହ ସମ୍ପାଦନ କରୁଥିବାରୁ ମୁଖ୍ୟ ପ୍ରଶାସକ ASI କର୍ତ୍ତୃପକ୍ଷଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.