ନୂଆଦିଲ୍ଲୀ, ୨୪/୨ : ସୁପର-୮ରେ ଟିମ୍ ଇଣ୍ଡିଆର ବଡ଼ ପରାଜୟ । ଦକ୍ଷିଣଆଫ୍ରିକା ବିପକ୍ଷ ମ୍ୟାଚରେ ପରାଜୟ ପରେ ସମାଲୋଚନାର ଶିକାର ହେଉଛି ଭାରତ । ଏବେ ସେମିଫାଇନାଲ ସଙ୍କଟ ଭିତରେ ବଡ଼ ପ୍ରତିକ୍ରିୟା ରଖିଛନ୍ତି ଟିମ୍ ଇଣ୍ଡିଆର ପୂର୍ବତନ ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ । ଭାରତର ପରାଜୟରେ ମୁଁ ଖୁସି । ଏଭଳି ଏକ ପ୍ରତିକ୍ରିୟା ରଖିଥିବାବେଳେ ଏହା ପଛର କାରଣ ମଧ୍ୟ ସେ ଦର୍ଶାଇଛନ୍ତି । ସେମିଫାଇନାଲର ପ୍ରମୁଖ ଦାବିଦାର ଭାବେ ଭାରତକୁ କୁହାଯାଉଥିଲା । ଭାରତକୁ ଏଭଳି ଏକ ବିପର୍ଯ୍ୟୟର ଆବଶ୍ୟକତା ଥିଲା । ଯାହାଦ୍ବାରା ଦଳ ରଣନୀତି ଏବଂ ଦଳ ଗଠନର ପୁନର୍ବିଚାର କରିବାକୁ ବାଧ୍ୟ କରିପାରେ। ମୁଁ ନିଶ୍ଚିତ ଯେ ସେମାନେ ପୁନରାଗମନ କରିବେ। ସେମାନେ ଏହି ଅଭିଜ୍ଞତାରୁ ଶିଖିଥିବେ ଏବଂ କୌଣସି ଜିନିଷକୁ ହାଲୁକା ଭାବରେ ଗ୍ରହଣ କରିବେ ନାହିଁ।"
ଅକ୍ଷର ପଟେଲଙ୍କୁ ବାଦ ଦେବା ଭୁଲ୍ ନିଷ୍ପତ୍ତି
ଦକ୍ଷିଣଆଫ୍ରିକା ବିପକ୍ଷ ମ୍ୟାଚରେ ଅକ୍ଷର ପଟେଲଙ୍କ ସ୍ଥାନରେ ଓ୍ବାଶିଂଟନ ସୁନ୍ଦରଙ୍କୁ ଦଳରେ ଖେଳିବାର ସୁଯୋଗ ଦିଆଯାଇଥିଲା । ଅଭିଜ୍ଞ ଖେଳାଳିଙ୍କୁ ବସାଇ ଏଭଳି ଏକ ନିଷ୍ପତ୍ତି ନେବା ଅଧିନାୟକ ଏବଂ ପ୍ରଶିକ୍ଷକଙ୍କ ଭୁଲ୍ ବୋଲି କହିଛନ୍ତି ରବି ଶାସ୍ତ୍ରୀ । ଅକ୍ଷରଙ୍କ ସହ ସୁନ୍ଦରଙ୍କ ଖେଳାଇବାକୁ ମଧ୍ୟ ମୁଁ ସ୍ବାଗତ କରୁଛି । କାରଣ ଆମ ପାଖରେ ବୋଲିଂ ପାଇଁ ବିକଳ୍ପ ମିଳିପାରିବ । ଜଣେ ଭଲ ବୋଲର ମଧ୍ୟ ଅଧିକ ରନ୍ ବ୍ୟୟ କରିବା ସହ ଓ୍ବିକେଟ ପାଇନଥାନ୍ତି । ଯେପରିକି ବରୁଣ ଚକ୍ରବର୍ତ୍ତୀ ଦକ୍ଷିଣଆଫ୍ରିକା ବିପକ୍ଷ ମ୍ୟାଚରେ ଦେଖିବାକୁ ମିଳିଥିଲା ।
ତେବେ ଆସନ୍ତା ୨୬ ତାରିଖରେ ଭାରତ ଜିମ୍ବାଓ୍ବେ ବିପକ୍ଷରେ ମଇଦାନୁ ଓହ୍ଲାଇବ । ୨୪ ବର୍ଷ ପରେ ଜିମ୍ବାଓ୍ବେ ଭାରତକୁ ଭେଟିବାକୁ ଯାଉଛି । ୨୦୦୨ ମସିହାରେ ଶେଷଥର ପାଇଁ ଭାରବ ବିପକ୍ଷରେ ଖେଳିଥିଲା ଜିମ୍ବାଓ୍ବେ । ଲିଗ ପର୍ଯ୍ୟାୟରେ ଦମଦାର ପ୍ରଦର୍ଶନ କରିଥିବା ଜିମ୍ବାଓ୍ବେ ଭାରତ ବିପକ୍ଷରେ କିଭଳି ପ୍ରଦର୍ଶନ କରୁଛି ଏହା ଉପରେ ସମସ୍ତଙ୍କ ନଜର ରହିଛି ।
ଏହାସହ ପଢ଼ନ୍ତୁ : ଅଲିମ୍ପିକ୍ସ ଗେମ୍ : ଆଥଲେଟଙ୍କୁ ନିଅଣ୍ଟ କଣ୍ଡୋମ୍, ୩ ଦିନରେ ସବୁ ସାରିଦେଲେ