ନୂଆଦିଲ୍ଲୀ,୨୮/୦୫; ଚଳିତ ଆଇପିଏଲରେ ସନରାଇଜର୍ସ ହାଇଦ୍ରାବଦକୁ ବିଦା କରିଛି ରାଜସ୍ଥାନ ରୟାଲ୍ସ । ଏଲିମିନେଟର ମୁକାବିଲାରେ ହାଇଦ୍ରାବାଦକୁ ୪୭ରନରେ ପରାସ୍ତ କରିଛି ରୟାନ୍ସ । ନ୍ୟୁ ଚଣ୍ଡିଗଡ଼ର ମୁଲାନପୁର ଷ୍ଟାଡିୟମରେ ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ଖେଳାଯାଇଥିବା । ରାଜସ୍ଥାନ ରୟାଲ୍ସ ଦ୍ୱାରା ଧାର୍ଯ୍ୟ ୨୪୩ ରନ୍ର ବିଶାଳ ଲକ୍ଷ୍ୟକୁ ପିଛା କରି ସନରାଇଜର୍ସ ହାଇଦ୍ରାବାଦ ଖରାପ ଆରମ୍ଭ କରିଥିଲା । ପାୱାରପ୍ଲେ ରେ ଦଳ ୪ଟି ବଡ଼ ୱିକେଟ୍ ହରାଇଥିଲା । ନୀତିଶ କୁମାର ରେଡ୍ଡୀ ଏବଂ ସାଲିସ୍ ଆରୋରା ଇନିଂସକୁ ସ୍ଥିର କରିବାକୁ ଚେଷ୍ଟା କରିଥିଲେ । ସେମାନଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଭାଗୀଦାରି ସୃଷ୍ଟି ହେଉଥିଲା ।

ଏହି ସମୟରେ ରାଜସ୍ଥାନକୁ ଏକ ୱିକେଟ୍ ଆବଶ୍ୟକ ଥିଲା । କ୍ୟାପ୍ଟେନ୍ ରିଆନ ପରାଗ ରବୀନ୍ଦ୍ର ଜାଡେଜାଙ୍କୁ ବୋଲିଂ ଦେଇଥିଲେ । ଜାଡେଜା ଇନିଂସର ୧୧ତମ ଓଭରର ୫ମ ବଲ୍ରେ ନୀତିଶ କୁମାର ରେଡ୍ଡୀଙ୍କୁ ଟ୍ରାପ୍ କରିଥିଲେ । ନୀତିଶ ଏକ ବଡ଼ ସଟ୍ ଖେଳିବାକୁ ଚେଷ୍ଟା କରିଥିଲେ । ଯେଉଁଠାରେ ଡିପ୍ ମିଡ୍ୱିକେଟ୍ରେ ଠିଆ ହୋଇଥିବା ଦାସୁନ୍ ଶାଣକା ଏକ ଚମତ୍କାର ଲୋ କ୍ୟାଚ୍ ନେଇଥିଲେ । ନୀତିଶ କୁମାର ରେଡ୍ଡୀ ୨୦ ବଲ୍‌ରେ ୩୮ ରନ୍ କରି ପାଭିଲିୟନ ଫେରିଥିଲେ । ନୀତିଶଙ୍କ ୱିକେଟ୍ ନେବା ପରେ ପୁଷ୍ପା ଷ୍ଟାଇଲରେ ସେଲିବ୍ରେସନ କରିଥିଲେ ସାର୍ ଜାଡେଜା ।

​​​​​​​ଏହି ୱିକେଟ୍ ପରେ, ରବିନ୍ଦ୍ର ଜାଡେଜା ଲୋକପ୍ରିୟ ଭାରତୀୟ ତେଲୁଗୁ ଚଳଚ୍ଚିତ୍ର "ପୁଷ୍ପା" ଷ୍ଟାଇଲରେ ପଡ଼ିଆରେ ଏକ ସ୍ୱତନ୍ତ୍ର ଉତ୍ସବ ପାଳନ କରିଥିଲେ । ତାଙ୍କର ଏହି  ସେଲିବ୍ରେସନ କ୍ୟାମେରାରେ କଏଦ ହୋଇଥିଲା । ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ପ୍ରଶଂସକମାନେ ଜାଡେଜାଙ୍କ ମନୋଭାବ ଏବଂ ଶୈଳୀକୁ ପସନ୍ଦ କରିଥିଲେ । ଜାଡେଜା ପୂର୍ବରୁ ଅନେକ ଥର ପୁଷ୍ପା ଶୈଳୀରେ ତାଙ୍କର ୱିକେଟ୍ ସେଲିବ୍ରେସନ୍ କରୁଥିବାର ଦେଖିବାକୁ ମିଳିଛି । ଏହି ମ୍ୟାଚ୍‌ରେ ଜାଡେଜା ଚମତ୍କାର ବୋଲିଂ କରିଥିଲେ, ୩ ଓଭରରେ ମାତ୍ର ୨୧ ରନ ଦେଇ ୨ଟି ଗୁରୁତ୍ୱପୂର୍ଣ୍ଣ ୱିକେଟ୍ ନେଇଥିଲେ । ଏହି ସମୟରେ, ରାଜସ୍ଥାନ ରୟାଲ୍ସ ପକ୍ଷରୁ ବୈଭବ ସୂର୍ଯ୍ୟବଂଶୀ ମାତ୍ର ୨୯ ବଲରୁ ୯୭ ରନର ଏକ ଧମାକାଦାର ଇନିଂସ ଖେଳି ଦଳକୁ ୨୪୩ ରନର ବିଶାଳ ସ୍କୋର କରିବାରେ ସାହାଯ୍ୟ କରିଥିଲେ ।

​​​​​​​

 

ଏହା ବି ପଢନ୍ତୁ...IPL Playoffs 2026: SRHକୁ ୪୭ ରନରେ ପରାସ୍ତ କଲା ରାଜସ୍ଥାନ, କ୍ବାଲିଫାୟର-୨ରେ ଗୁଜୁରାଟକୁ ଭେଟିବ

 

ମ୍ୟାଚ ବାବଦରେ କହିବାକୁ ଗଲେ ଚଳିତ ଆଇପିଏଲ୍‌ରେ ରାଜସ୍ଥାନ ରୋମାଞ୍ଚକର ବିଜୟ ସହ ଦ୍ୱିତୀୟ କ୍ୱାଲିଫାୟରକୁ ଯୋଗ୍ୟତା ଅର୍ଜନ କରିଛି । ବୁଧବାର ଅନୁଷ୍ଠିତ ଏଲିମିନେଟର ମୁକାବିଲାରେ ରାଜସ୍ଥାନ ୪୭ ରନ୍ରେ ହାଇଦ୍ରାବାଦକୁ ପରାସ୍ତ କରିଥିଲା । ଏହି ମ୍ୟାଚରେ ବୈଭବ ସୂର୍ଯ୍ୟବଂଶୀଙ୍କ ଧୂଆଁଧାର ବ୍ୟାଟିଂ ବଳରେ ରାଜସ୍ଥାନ ରୟାଲ୍ସ ୮ ୱିକେଟ୍ ହରାଇ ୨୪୩ ରନ ସଂଗ୍ରହ କରିଥିଲା । ଜବାବରେ ହାଇଦ୍ରାବାଦ ୧୯.୨ ଓଭରରେ ୧୯୬ ରନ କରି ଅଲ୍ ଆଉଟ୍ ହୋଇ ଯାଇଥିଲା । ଆସନ୍ତାକାଲି ଗୁଜରାଟ ଟାଇଟନ୍ସ ବିପକ୍ଷରେ ଦ୍ୱିତୀୟ କ୍ୱାଲିଫାୟର ଖେଳିବ ରାଜସ୍ଥାନ ରୟାଲ୍ସ ।