ନୂଆଦିଲ୍ଲୀ: ରାଜସ୍ଥାନର ବଡ଼ ବିଜୟ । ହାଇଦ୍ରାବଦକୁ ୪୭ ରନରେ ହରାଇଲା । ୨୪୪ ରନର ବିଜୟ ଲକ୍ଷ୍ୟ ରହିଥିବାବେଳେ ହାଇଦ୍ରାବାଦ ୧୯୬ ରନରେ ଅଲଆଉଟ୍ ହୋଇଛି । ରାଜସ୍ଥାନ ପକ୍ଷରୁ ଜୋଫ୍ରା ଆର୍ଚର ୩ ଓ୍ବିକେଟ ଅକ୍ତିଆର କରିଥିବାବେଳେ ବର୍ଗର,ଜାଡେଜା ଏବଂ ସୁଶାନ୍ତ ମିଶ୍ରା୨ଟି ଲେଖାଏଁ ଓ୍ବିକେଟ ଅକ୍ତିଆର କରିଛନ୍ତି । ଅନ୍ୟ ବୋଲରଙ୍କ ମଧ୍ୟରେ ୟଶରାଜ ପୁଞ୍ଜା ଗୋଟିଏ ଲେଖାଏଁ ଓ୍ବିକେଟରେ ସନ୍ତୁଷ୍ଟ ହୋଇଛନ୍ତି ।
୨୪୪ ରନକୁ ପିଛା କରୁଥିବାବେଳେ ହାଇଦ୍ରାବାଦର ଓପନର ଅଭିଷେକ ଶର୍ମା ଖାତା ଖୋଲିବା ପୂର୍ବରୁ ପାଭିଲିୟନ ଫେରିଥିଲେ । ସାଥୀ ଖେଳାଳି ହେଡ ମାତ୍ର ୧୭ ରନ କରିଥିଲେ । ପରେ ଇଶାନ କିଷନ ବଡ଼ ସଟ୍ ଖେଳିଥିଲେ ମାତ୍ର ବଡ଼ ପାଳିରେ ପରିଣତ କରିପାରିନଥିଲେ । ସେ ୧୧ ବଲରେ ୩୩ ରନ କରିଥିଲେ । ବାକି ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ କ୍ଲାସେନ ୧୮, ନୀତିଶ କୁମାର ରେଡ୍ଡି ୩୮ ଏବଂ ସଲିଲ ଅରୋରା ୩୫ ରନ କରିଥିଲେ । ବାକି ବ୍ୟାଟ୍ସମ୍ୟାନ କୌଣସି ଆଖିଦୃଷିଆ ପାଳି ଖେଳିପାରିନଥିଲେ ।
ଟସ୍ ଜିତି ହାଇଦ୍ରାବାଦ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ରାଜସ୍ଥାନକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ଦଳ ୮ ଓ୍ବିକେଟ ବିନିମୟରେ ୨୪୩ ରନ କରିଥିଲା । ରାଜସ୍ଥାନ ପକ୍ଷରୁ ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀ ୨୯ ବଲରୁ ୯୭ ରନର ବିସ୍ଫୋରକ ପାଳି ଖେଳିଥିଲେ । ଆଇପିଏଲରେ ଦ୍ରୁତତମ ଶତକରୁ ବଞ୍ଚିତ ହୋଇଥିଲେ ସୁଦ୍ଧା ଦଳୀୟ ସ୍କୋରକୁ ବଢ଼ାଇଥିଲେ ।
ରାଜସ୍ଥାନର ଦୁଇ ଓପନର ବୈଭବ ଏବଂ ଜୟସ୍ବାଲ ଆରମ୍ଭରୁ ବଡ଼ ବଡ଼ ସଟ୍ ଖେଳିବା ଆରମ୍ଭ କରିଥିଲେ । ଜୟସ୍ବାଲ ୨୯ ରନ କରିଥିଲେ । ମାତ୍ର ବୈଭବ ୯୭ ରନର ପାଳି ଖେଳିଥିଲେ । ଜୟସ୍ବାଲ ୨୯ ବଲରୁ ୨୯ ରନ କରିଥିବାବେଳେ ସୂର୍ଯ୍ୟବଂଶୀ କିନ୍ତୁ ସେହ ୨୯ ବଲରେ ୯୭ ରନ କରିଥିଲେ ।
ଏହି ଦୁଇ ବ୍ୟାଟ୍ସମ୍ୟାନଙ୍କ ପରେ ଧ୍ରୁବ ଜୁରେଲ ୫୦, ପରାଗ ୨୬ ରନ କରିଥିଲେ । ବାକି ବ୍ୟାଟ୍ସମ୍ୟାନମାନେ ବଡ଼ ସଟ୍ ଖେଳିବାରେ ବିଫଳ ହୋଇଥିଲେ । ସେପଟେ ହାଇଦ୍ରାବାଦ ପକ୍ଷରୁ ପ୍ରଫୁଲ୍ଲ ହିଙ୍ଗେ ୩ ଓ୍ବିକେଟ ନେଇଥିବାବେଳେ ଶିବାଙ୍ଗ କୁମାର, ନୀତିଶ ଏବଂ ଇଶାନ ମମଲିଙ୍ଗା ଗୋଟିଏ ଲେଖାଏଁ ଓ୍ବିକେଟରେ ସନ୍ତୁଷ୍ଟ ହୋଇଥିଲେ ।
ଏହାସହ ପଢ଼ନ୍ତୁ : ନୀତିଶ କୁମାରଙ୍କୁ ନେଇ ଏମିତି କହିଲେ ପ୍ରଶାନ୍ତ କିଶୋର