ସଇଁତଳା (ଆପ୍ର): ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ଧରପଗଡ଼ ହାଇସ୍କୁଲର ଛାତ୍ରଛାତ୍ରୀ ୯ ରୁ ୧୧ ତାରିଖ ଯାଏ ରାୟଗଡା ଗୋପବନ୍ଧୁ ବିଦ୍ୟାଳୟରେ ଚାଲିଥିବା ରାଜ୍ୟ ଥାଙ୍ଗ-ଟା, ମୁଇଥାଇ(ଥାଇ ବକ୍ସସିଙ୍ଗ) ଓ ବ୍ୟାୟାମ ପ୍ରତିଯୋଗିତାରେ ଚମତ୍କାର ପ୍ରଦର୍ଶନ ଜାରି ରଖିଛନ୍ତି। ଧରବଗଡ ହାଇସ୍କୁଲର ଛଅ ଜଣ ଛାତ୍ରଛାତ୍ରୀ ଓ ଆର୍ଟସ ଟେମ୍ପଲ ମାର୍ଟିଏଲସ ଆର୍ଟସ ଏକାଡେମୀର ତିନି ଜଣ ଛାତ୍ର ଏଥିରେ ଭାଗ ନେଇ ୨୪ଟି ସ୍ବର୍ଣ୍ଣ ଓ ଦୁଇଟି ରୌପ୍ୟ ପଦକ ହାସଲ କରିଛନ୍ତି।
ସୂଚନା ଅନୁସାରେ ସୁବ୍ରାଂଶୁ ହେର୍ଣ୍ଣା ୨ଟି ସ୍ଵର୍ଣ, ୧ଟି ରୌପ୍ୟ ଲେଖାରାମ ମାଝୀ ୩ଟି ସ୍ବର୍ଣ୍ଣ, ୟଶରାଜ ପ୍ରଧାନ ୩ଟି ସ୍ବର୍ଣ୍ଣ, ଯୁବରାଜ ଜାଲ ୩ଟି ସ୍ବର୍ଣ୍ଣ, ଟିକେଶ୍ବରୀ ପାତ୍ର ୨ଟି ସ୍ବର୍ଣ୍ଣ ଓ ୧ରୌପ୍ୟ, ବିପଷା ମାଝୀ ୩ଟି ସ୍ବର୍ଣ୍ଣ ହାସଲ କରିଛନ୍ତି। ଅନ୍ୟପଟେ ଆର୍ଟସ ଟେମ୍ପଲ ମର୍ସଲ ଆର୍ଟସ ଏକାଡେମୀର ଶ୍ରୀୟାଂଶ ପଣ୍ଡା ୩ଟି ସ୍ବର୍ଣ୍ଣ, ପ୍ରଭୁଦତ୍ତ ମହାନ୍ତି ୩ଟି ସ୍ବର୍ଣ୍ଣ ପଦକ ହସଲ କରି ଧରାବଗଡ ହାଇସ୍କୁଲ ଓ ଗାଁ ତଥା ବଲାଙ୍ଗୀର ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି।
ଏହି ପ୍ରତିଯୋଗୀତା ଭାଗ ନେଇଥିବା ଛାତ୍ରଛାତ୍ରୀ ଆସନ୍ତା ଜୁନରେ ହରିୟାଣାରେ ହେବାକୁ ଥିବା ଜାତୀୟସ୍ତର ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ପ୍ରତିଯୋଗୀମାନେ ଧରାବଗଡ ହାଇସ୍କୁଲରେ ଥିବା ଖେଳ ଶିକ୍ଷକ ଚନ୍ଦ୍ରଶେଖର ବହୁକଙ୍କ ଠାରୁ ପ୍ରଶିକ୍ଷଣ ନେଉଥିଲେ। ସେ ମଧ୍ୟ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଦୁଇଟି ସ୍ବର୍ଣ୍ଣ ଏକ ରୌପ୍ୟ ପଦକ ହାସଲ କରିଛନ୍ତି। ପୂର୍ବରୁ ଧରପଗଡ଼ ହାଇସ୍କୁଲରୁ ଆଠଟି ଛାତ୍ର ଓ ଛାତ୍ରୀ SGFI ଜାତୀୟସ୍ତରରେ ଅଂଶଗ୍ରହଣ କରିଥିଲେ।
ଧରବଗଡର ସରପଞ୍ଚ ଶ୍ରୀମତି ଗୀତାଞ୍ଜଳୀ ପଣ୍ଡା ଏବଂ ପୂର୍ବତନ ସରପଞ୍ଚ ଶ୍ରୀ ସତ୍ୟ ନାରାୟଣ ପଣ୍ଡା ଏବଂ ଗ୍ରାମବାସୀ ମିଶି ସମସ୍ତ ଖୋଳତାଳ ସହ ମେଧାବୀ ମାନଙ୍କୁ ଗାଁ ବସ୍ତିରେ ବାଜା ବଜେଇ ସ୍ୱାଗତ କରିଥିଲେ।