ନୂଆଦିଲ୍ଲୀ,୨୮/୧୨: ଆପଣ ଗୁଗୁଲ୍ ପେ, ଫୋନ୍ ପେ କିମ୍ବା ଆମାଜନ ପେ ମାଧ୍ୟମରେ ଟଙ୍କା ନେଣଦେଣ ନିଶ୍ଚିତ ଭାବେ କରୁଥିବେ। କିନ୍ତୁ ଏହି ଡିଜିଟାଲ ପେମେଣ୍ଟ ୱାଲେଟଗୁଡିକ ଏକ ବ୍ୟାଙ୍କ ଆକାଉଣ୍ଟ ସହିତ ଲିଙ୍କ୍ ଥିବା ଯୋଗୁଁ ସମ୍ଭବ ହୋଇପାରୁଛି। କିନ୍ତୁ ବର୍ତ୍ତମାନ ପରିସ୍ଥିତି ବଦଳିବାକୁ ଯାଉଛି। ବର୍ତ୍ତମାନ ଆପଣ ଏପରି ଡିଜିଟାଲ୍ ପେମେଣ୍ଟ ୱାଲେଟ୍ ମାଧ୍ୟମରେ ମଧ୍ୟ କାରବାର କିମ୍ବା ଟଙ୍କା ଦେବାକୁ ସକ୍ଷମ ହେବେ, ଯାହା କୌଣସି ବ୍ୟାଙ୍କ ଆକାଉଣ୍ଟ ସହିତ ଲିଙ୍କ୍ ନଥିବ। ରିଜର୍ଭ ବ୍ୟାଙ୍କ ବର୍ତ୍ତମାନ ଏହିପରି ତୃତୀୟ ପକ୍ଷ ଆପ୍ଳିକେଶନ ଅର୍ଥାତ୍ ଥାର୍ଡପାର୍ଟି ମାଧ୍ୟମରେ ପେମେଣ୍ଟ କିମ୍ବା ଟ୍ରାନ୍ସଫର କରିବାକୁ ଅନୁମୋଦନ କରିଛି।
ଏଗୁଡ଼ିକୁ ଥାର୍ଡ ପାର୍ଟି ଆପ୍ ପ୍ରିପେଡ୍ ଇନ୍ଷ୍ଟ୍ରୁମେଣ୍ଟ ବୋଲି କୁହାଯାଏ। ତାହା ହେଉଛି, ଏକ ଡିଜିଟାଲ୍ ୱାଲେଟ୍ ଯେଉଁଥିରେ ପ୍ରଥମେ ବ୍ୟାଙ୍କ ଆକାଉଣ୍ଟ, ୟୁପିଇ କିମ୍ବା ନଗଦ ଜରିଆରେ ଟଙ୍କା ଜମା କରିବାକୁ ପଡ଼ିବ। ତା’ପରେ ଆପଣ ସମାନ ପରିମାଣର ଅର୍ଥ ନେଣଦେଣ କରିବାରେ ସକ୍ଷମ ହେବେ। ରିଜର୍ଭ ବ୍ୟାଙ୍କ ପିପିଆଇ ମାଧ୍ୟମରେ ୟୁପିଆଇ କାରବାରକୁ ସବୁଜ ସଙ୍କେତ ଦେଇଛି। ଏଥିପାଇଁ, ଯେଉଁମାନଙ୍କର ପିପିଆଇ ଅଛି ସେମାନଙ୍କୁ ବାଧ୍ୟତାମୂଳକ ଭାବେ କେଓ୍ବାଇସି କରିବାକୁ ପଡ଼ିବ। ରିଜର୍ଭ ବ୍ୟାଙ୍କରୁ ଏହି ସବୁଜ ସଙ୍କେତ ପରେ ବ୍ୟାଙ୍କ କିମ୍ବା ଥାର୍ଡ ପାର୍ଟି ବ୍ୟାଙ୍କ ସେବା ଗୁଡ଼ିକ ସେମାନଙ୍କ ପିପିଆଇ ୱାଲେଟ୍ ଜାରି କରିବାରେ ସକ୍ଷମ ହେବେ।
ଆପଣ ଗିଫ୍ଟ କାର୍ଡ, ମେଟ୍ରୋ ରେଳ କାର୍ଡ ଇତ୍ୟାଦି ବ୍ୟବହାର କରନ୍ତି। ଏଗୁଡ଼ିକ ହେଉଛି ସବୁ ପିପିଆଇ ୱାଲେଟ୍। ଏଥିରେ ଯେତେ ଟଙ୍କା ଆପଣ କ୍ୟାସ୍ ମାଧ୍ୟମରେ କିମ୍ବା ବ୍ୟାଙ୍କ ଆକାଉଣ୍ଟରୁ ଟ୍ରାନ୍ସଫର କରିବେ, ଏଥିରେ ଜମା ହୋଇଥିବା ଟଙ୍କା କେବଳ ନେଣଦେଣ ପାଇଁ ବ୍ୟବହାର କରାଯାଇପାରିବ। କିନ୍ତୁ ରିଜର୍ଭ ବ୍ୟାଙ୍କର ନୂଆ ନିର୍ଦ୍ଦେଶ ପରେ ଅର୍ଥାତ କେଓ୍ବାଇସି କରିବା ପରେ ମଧ୍ୟ ଆପଣ ପୂର୍ବପରି ଗୁଗଲ ପେ, ଫୋନ୍ ପେ' ରେ ଟଙ୍କା ନେଣଦେଣ କରିପାରିବେ। ରିଜର୍ଭ ବ୍ୟାଙ୍କରୁ ଏହି ସବୁଜ ସଙ୍କେତର ଉଦ୍ଦେଶ୍ୟ ହେଉଛି ଡିଜିଟାଲ୍ ନେଣଦେଣ ପ୍ରକ୍ରିୟାକୁ ସହଜ କରିବା। ଏହାଦ୍ବାରା, ପିପିଆଇ ଓ୍ବାଲେଟରେ ୟୁପିଆଇରୁ ଟଙ୍କା ନେଣଦେଣ କରାଯାଇପାରିବ।