ନୂଆଦିଲ୍ଲୀ : ଭାରତୀୟ ବ୍ୟାଙ୍କିଂ ସେକ୍ଟରରେ ଠକେଇ (ଫ୍ରଡ୍) ଘଟଣାରେ ଥିବା ପରମାଣରେ ବିରାଟ ବୃଦ୍ଧି ଘଟିଛି। ଭାରତୀୟ ରିଜର୍ଭ ବ୍ୟାଙ୍କର ବାର୍ଷିକ ରିପୋର୍ଟ ମୁତାବିକ , ଆର୍ଥିକ ବର୍ଷ ୨୦୨୫-୨୬ରେ ବ୍ୟାଙ୍କ ଫ୍ରଡ୍ ସହ ଜଡ଼ିତ ପରିମାଣ ୪୬ ପ୍ରତିଶତ ବୃଦ୍ଧି ପାଇଁ ୪୮,୦୨୧ କୋଟି ଟଙ୍କାରେ ପହଞ୍ଚି ଯାଇଛି। ଗତ ବର୍ଷ ଏହି ପରିମାଣ ୩୨,୮୦୩ କୋଟି ଟଙ୍କା ଥିଲା। ହେଲେ ଆଶ୍ୱସ୍ତିର କଥା ଏହା ଯେ, ଫ୍ରଡ୍ ମାମଲା ଗୁଡ଼ିକର ସଂଖ୍ୟାରେ ହ୍ରାସ ଘଟିଛି।

ଠକେଇ ମାମଲାରେ ହ୍ରାସ , କିନ୍ତୁ ପରିଣାମରେ ବୃଦ୍ଧି –

ଆରବିଆଇର ରିପୋର୍ଟ ଅନୁସାରେ , ୨୦୨୫-୨୬ରେ ମୋଟ ୧୦,୧୧୪ ଠକେଇ ମାମଲା ସାମ୍ନାକୁ ଆସିଛି, ବର୍ଷେ ପୂର୍ବେ ଏହି ସଂଖ୍ୟା ୨୩ ,୭୨୨ ଥିଲା। ଅର୍ଥାତ୍ ମାମଲାର ସଂଖ୍ୟା ହ୍ରାସ ପାଇଛି , କିନ୍ତୁ ପରିମାଣରେ ଠକେଇ ବଢି ଯାଇଛି।

ଆହୁରି ମଧ୍ୟ ପଢନ୍ତୁ : ଦେଶରେ ପ୍ରଚଳନ ହେବ ପ୍ଲାଷ୍ଟିକ୍ ନୋଟ୍ ! ଚିରିବନି କି ନଷ୍ଟ ହେବନି, RBIର ପାଇଲଟ୍ ପ୍ରୋଜେକ୍ଟ

ପୁରୁଣା ମାମଲାର ମଧ୍ୟ ହୋଇଛି ଖୁଲାସା -

ଆରବିଆଇ କହିଛି ଯେ, ଚଳିତ ବର୍ଷର ତଥ୍ୟରେ ୩୧୪ଟି ଏମିତି ମାମଲାକୁ ମଧ୍ୟ ସାମିଲ କରାଯାଇଛି, ଯାହାର ମୋଟ ପରିମାଣ ୩୦ ,୧୯୯ କୋଟି ଟଙ୍କା ଅଛି। ଏହି ମାମଲା ପୁରୁଣା ଆର୍ଥିକ ବର୍ଷ ସହ ଜଡ଼ିତ ଥିଲା। କିନ୍ତୁ ସୁପ୍ରିମକୋର୍ଟଙ୍କ ୨୭ ମାର୍ଚ୍ଚ ୨୦୨୩ର ନିଷ୍ପତ୍ତି ପରେ ପୁନର୍ବାର ତଦନ୍ତ ପରେ ସେଗୁଡ଼ିକୁ ରିପୋର୍ଟ କରାଯାଇ ଥିଲା। ଆରବିଆଇ ମୁତାବିକ , ଅନେକ ଥର ଠକେଇ ଘଟଣା ପ୍ରଥମେ ହୁଏ, କିନ୍ତୁ ଏହା ପରେ ଜଣାପଡ଼େ। ଏଥିପାଇଁ ଯେଉଁ ବର୍ଷ ମାମଲାର ରିପୋର୍ଟ ହୁଏ , ଜରୁରୀ ନୁହେଁ ଯେ, ଠକେଇ ସେହି ବର୍ଷ ହୋଇ ଥିବ।

ଋଣ ଠକେଇ ସବୁଠୁ ଅଧିକ –

ରିପୋର୍ଟ ଅନୁସାରେ , ସବୁଠୁ ଅଧିକ ଠକେଇ ବ୍ୟାଙ୍କ ଋଣ ଅର୍ଥାତ୍ ଆଡଭାନ୍ସ କାଟେଗୋରୀରେ ହୋଇଛି। ଏହି ସମୟରେ ୮,୬୪୦ ଟି ମାମଲାରେ ୪୦,୭୭୪ କୋଟି ଟଙ୍କାର ଠକେଇ ସାମ୍ନାକୁ ଆସିଛି। ଗତ ବର୍ଷ ଏହି ପରିମାଣ ୩୦,୩୬୭ କୋଟି ଟଙ୍କା ଥିଲା। ବିଶେଷଜ୍ଞଙ୍କ ଅନୁସାରେ , ବଡ଼ କର୍ପୋରେଟ୍ ଲୋନ୍ ଓ ନକଲି କାଗଜପତ୍ର ମାଧ୍ୟମରେ କରାଯାଇ ଥିବା ଫ୍ରଡ୍ ବ୍ୟାଙ୍କିଂ ସିଷ୍ଟମ ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ ହୋଇ ଯାଇଛି।

ଡିଜିଟାଲ ପେମେଣ୍ଟ ଠକେଇରେ ହ୍ରାସ –

ଗୋଟେପଟେ ଯେଉଁଠି ବଡ଼ ବ୍ୟାଙ୍କ ଠକେଇ ବଢି ଥିବା ବେଳେ , ଅନ୍ୟପଟେ କାର୍ଡ ଓ ଡିଜିଟାଲ ପେମେଣ୍ଟ ସହ ଜଡ଼ିତ ଠକେଇରେ ବଡ଼ ହ୍ରାସ ରେକର୍ଡ କରାଯାଇଛି। ୨୦୨୫-୨୬ରେ ଏମିତି ମାମଲାର ରାଶି କେବଳ ୨୯ କୋଟି ଟଙ୍କା ରହିଛି, ଯାହାକି ଗତ ବର୍ଷ ୫୧୭ କୋଟି ଟଙ୍କା ଥିଲା। ମାମଲାର ସଂଖ୍ୟା ମଧ୍ୟ ୧୩,୩୩୨ ରୁ ହ୍ରାସ ପାଇଁ କେବଳ ୨୯୩ ରହି ଯାଇଛି। ଆରବିଆଇର କହିବାନୁସାରେ ଡିଜିଟାଲ ସୁରକ୍ଷା ଉପାୟ ଓ ଉତ୍ତମ ମନିଟରିଂ କାରଣରୁ ଏହିପରି ଠକେଇ କମିଛି।

ଖୁବ୍ ଶୀଘ୍ର ଆସିବ କିଲ୍ ସ୍ୱିଚ୍ ସିଷ୍ଟମ –

ଡିଜିଟାଲ ଠକେଇକୁ ରୋକିବା ପାଇଁ ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଏବେ କିଲ୍ ସ୍ୱିଚ୍ ସୁବିଧା ଆଣିବା ଉପରେ କାର୍ଯ୍ୟ କରୁଛି। ଏହି ସିଷ୍ଟମ ମାଧ୍ୟମରେ ଗ୍ରାହକ କୌଣସି ବି ଏମର୍ଜେନ୍ସିରେ ନିଜର ବ୍ୟାଙ୍କ ଆକାଉଣ୍ଟରୁ ହେବାକୁ ଥିବା ସବୁ ଟ୍ରାଜାକ୍ସନ ତୁରନ୍ତ ରୋକି ପାରିବେ। ଏହା ବ୍ୟତୀତ ଆରବିଆଇ ସ୍ୱିଚ୍ ଅନ-ଅଫ୍ ଫିଚରକୁ ଆହୁରି ଦୃଢ କରିବାର ଯୋଜନା କରୁଛି, ଯେଉଁଥିରେ ଗ୍ରାହକ ନିଜର କାର୍ଡ ଓ ଡିଜିଟାଲ ପେମେଣ୍ଟ ଉପରେ ଅଧିକ ନିୟନ୍ତ୍ରଣ ରଖି ପାରିବେ।

ସାଇବର ସୁରକ୍ଷା ଉପରେ ମଧ୍ୟ ଫୋକସ –

ଆରବିଆଇ .bank.in ନାମକ ସୁରକ୍ଷିତ ଡୋମେନ ଆରମ୍ଭ କରିବାର ପ୍ରୟାସ ମଧ୍ୟ କରିଛି। ଭାରତ ଏମିତି ପଦକ୍ଷେପ ଉଠାଇବାରେ ବିଶ୍ୱର ପ୍ରଥମ ଦେଶ ହୋଇ ପାରିଛି। କୁହାଯାଉଛି ଯେ, ଏଥିରେ ସାଇବର ସୁରକ୍ଷା ମଜବୁତ ହେବ ଏବଂ ଅନଲାଇନ ବ୍ୟାଙ୍କିଂ ଠକେଇକୁ ରୋକିବାରେ ସାହାଯ୍ୟ ମିଳିବ।

ଦେଖନ୍ତୁ ଏହି ଭିଡିଓ :  ଟ୍ରେନ୍ ଶୌଚାଳୟ ଭିତରେ ବାସନ ଧୋଇବା ଭିଡ଼ିଓ ଭାଇରାଲ୍ , IRTC କୁ ନୋଟିସ୍ କଲା FSSAI