ନୂଆଦିଲ୍ଲୀ : ଆଇପିଏଲ ମାର୍ଚ୍ଚ ୨୮ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ବିଶ୍ବର ଏହି ଧନୀ କ୍ରିକେଟ ଲିଗ୍ ଆରମ୍ଭ ହେବା ପୂର୍ବରୁ ୨ଟି ଫ୍ରାଞ୍ଚାଇଜ୍ ବେଶ ଚର୍ଚ୍ଚାରେ ରହିଛନ୍ତି । ଏହି ଦୁଇଟ୍ ଟିମ୍ ହେଲେ ଆରସିବି ଏବଂ ରାଜସ୍ଥାନ ରୟାଲ୍ସ । ଏହି ଦୁଇ ଦଳ ଟିମକୁ ବିକି ଦେଇଛନ୍ତି। ଉଭୟ ଦଳର ଏବେ ନୂଆ ମାଲିକ । ଆରସିବି ୧୬, ୭୦୦ କୋଟି ଟଙ୍କାରେ ବିକ୍ରି ହୋଇଥିବାବେଳେ ରାଜସ୍ଥାନ ରୟାଲ୍ସ ୧୫,୩୦୦ କୋଟି ଟଙ୍କାରେ ବିକ୍ରି ହୋଇଛନ୍ତି । ଏତେ ଟଙ୍କାରେ ବିକ୍ରି ହୋଇଛି କି, ପିଏସଏଲ ଏବଂ ପିସିବିକୁ ଗୋଟିଏ ଲେଖାଏଁ ଫ୍ରାଞ୍ଚାଇଜ୍ କିଣିଦେବେ ।
ରାଜସ୍ଥାନ ରୟାଲ୍ସ ବିଡରେ ଖେଳାଳିଙ୍କ ପାଇଁ ଯେତିକି ଟଙ୍କା ଲଗାଉଛି ପିଏସଏଲ ଏବଂ ପିସିବିକୁ ସହଜରେ କିଣିପାରିବ । ପାକିସ୍ତାନ କ୍ରିକେଟ ବୋର୍ଡର ନେଟଓ୍ବର୍ଥ ହେଉଛି ୫୦୦ କୋଟି ଟଙ୍କା ଏବଂ ପିଏସଏଲର ନେଟଓ୍ବର୍ଥ ହେଉଛି ୩,୫୦୦ କୋଟି ଟଙ୍କା । ଏଣୁ ରାଜସ୍ଥାନ ରୟାଲ୍ସ ଯେତିକି ଟଙ୍କାରେ ବିକ୍ରି ହୋଇଛି ସହଜରେ ଏହି ପିଏସଏଲ ଏବଂ ପିସିବିକୁ କିଣିପାରିବ । କିଣିବା ପରେ ଧ୍ୟ ପାଖରେ ରହିବ ୧୨,୦୦୦ କୋଟି ଟଙ୍କା ।
ଏହାସହ ପଢ଼ନ୍ତୁ : IPL ଇତିହାସର ସବୁଠୁ ବଡ଼ ଡିଲ୍: ୧୫ ହଜାର କୋଟିରୁ ଅଧିକରେ ବିକ୍ରି ହେଲା ରାଜସ୍ଥାନ ରୟାଲ୍ସ,କିଣିଲେ ଆମେରିକୀୟ ଉଦ୍ୟୋଗପତି