ନୂଆଦିଲ୍ଲୀ,୧୪।୬: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ପରାଜୟ ପରେ ଟିଏମସି ସଂସଦୀୟ ପାର୍ଟି ଏବେ ଭାଙ୍ଗିବାର ବାଟରେ ପହଁଞ୍ଚିଛି। ରବିବାର ନୂଆଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କ ବାସଭବନରେ ଟିଏମସିର ବିଦ୍ରୋହୀ ସାଂସଦଙ୍କ ବୈଠକ ହୋଇଛି। ଏହି ବୈଠକ ପରେ ସାଂସଦ କାକୋଲି ଘୋଷ ଦସ୍ତୀଦାର, ସୁଦୀପ ବନ୍ଦୋପାଧ୍ୟାୟ ଓ ଶତାବ୍ଦୀ ରୟଙ୍କ ନେତୃତ୍ବରେ ବିଦ୍ରୋହୀ ସାଂସଦ ଲୋକସଭା ବାଚସ୍ପତିଙ୍କୁ ସାକ୍ଷାତ କରିବାକୁ ପହଁଞ୍ଚିଛନ୍ତି। ସୁତ୍ରର ସୂଚନା ଅନୁସାରେ, ଟିଏମସିର ବିଦ୍ରୋହି ଗୋଷ୍ଠୀ ନ୍ୟାସନାଲିଷ୍ଟ ସିଟିଜେନ୍ ପାର୍ଟିରେ ବିଲୟ ହେବାର ନିଷ୍ପତ୍ତି ନେଇଛି। ଏହି ପାର୍ଟିର ଉପସ୍ଥିତି ଆସାମ, ତ୍ରିପୁରା, ବଙ୍ଗଳା ଓ ଉତ୍ତର ପୂର୍ବ ରାଜ୍ୟରେ ରହିଛି। ଏହି ପାର୍ଟିରେ ବିଲୟ ହେବା ସହିତ ଏନଡିଏର ବି ସମର୍ଥନ କରିବ।
ଏହା ପୂର୍ବରୁ କାକୋଲି ଘୋଷ ଦସ୍ତିଦାର ୧୯ ସାଂସଦଙ୍କୁ ସାକ୍ଷର ହୋଇଥିବା ପତ୍ର ଲୋକସଭା ବାଚସ୍ପତିଙ୍କୁ ଦେଇଥିଲେ। ଏହି ପତ୍ରରେ ଟିଏମ୍ସିର ଅଲଗା ଗୋଷ୍ଠୀ ତିଆରି କରିବାର ମଧ୍ୟ ଦାବି କରାଯାଇଥିଲା। ଏନ୍ଡିଏକୁ ସମର୍ଥନ ଦେବା କଥାବି କୁହାଯାଇଥିଲା। ସେଭଳି ରବିବାର ପୁଣିଥରେ ଭୁପେନ୍ଦ୍ର ଯାଦବଙ୍କ ବାସଭବନରେ ବିଦ୍ରୋହୀ ସାଂସଦମାନେ ବୈଠକ କରିଥିଲେ। ଏହି ବୈଠକରେ ସାଂସଦ ନିଶିକାନ୍ତ ଦୁବେ ବି ଉପସ୍ଥିତ ଥିଲେ। ଅନ୍ୟପକ୍ଷେ ରବିବାର ସାଂସଦ ଅଭିଷେକ ବାନାର୍ଜୀରଙ୍କ ପକ୍ଷରୁ ସାଂସଦ କୀର୍ତ୍ତି ଝା ଆଜାଦ ଓ ସାଗରିକା ଘୋଷଣା ବାଚସ୍ପତି ଓମ୍ ବିର୍ଲାଙ୍କୁ ସାକ୍ଷାତ କରିଛନ୍ତି ଓ ତାଙ୍କୁ ଅଭିଷେକ ବାନାର୍ଜୀଙ୍କ ପତ୍ର ଦେଇ ଅପିଲ କରିଛନ୍ତି, ଅଲଗା ଗୋଷ୍ଠୀକୁ ମାନ୍ୟତା ଦିଅନ୍ତୁ ନାହିଁ। ଏହା ସମ୍ବିଧାନ ଓ ଆଇନ ବିରୋଧି।
#WATCH | Kolkata, West Bengal: On rebel TMC MPs meeting Lok Sabha Speaker Om Birla, TMC MP Saugata Roy says, "What can I say? These people have left our party. If they meet the BJP in charge of Operation Lotus in West Bengal, it is not surprising... It is okay if they meet the… pic.twitter.com/Z55ONBWUbP
— ANI (@ANI) June 14, 2026
ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ବିଦ୍ରୋହୀ ସାଂସଦ ଭେଟିବା ଉପରେ ଟିଏମସିର ବରିଷ୍ଠ ସାଂସଦ ସୌଗତ ରାୟ କହିଛନ୍ତି, ‘ମୁଁ କ'ଣ କହିବି? ଏହି ଲୋକମାନେ ଆମ ଦଳ ଛାଡି ଯାଇଛନ୍ତି। ଯଦି ସେମାନେ ପଶ୍ଚିମବଙ୍ଗରେ‘ ଅପରେସନ ଲୋଟସ୍’ ଦାୟିତ୍ୱରେ ଥିବା ବିଜେପିକୁ ନେତୃତ୍ବଙ୍କୁ ଭେଟନ୍ତି, ତେବେ ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ... ଯଦି ସେମାନେ ଆଜି ବାଚସ୍ପତିଙ୍କୁ ଭେଟନ୍ତି, ତେବେ ଠିକ୍ ଅଛି... ଆମେ ବିଜେପି ଏବଂ ଏନଡିଏ ବିରୋଧରେ ଲଢ଼ିଥିଲୁ। ଏନଡିଏରେ ଯୋଗଦେବା ଭୁଲ।’
ଆହୁରି ପଢନ୍ତୁ : ଏବେ ମୋବାଇଲରେ ବାଜିବନି ଏମର୍ଜେନ୍ସି ଆଲାର୍ମ, ଏହି କାରଣ ପାଇଁ ସରକାର ବନ୍ଦ କଲେ ସର୍ଭିସ