ନୂଆଦିଲ୍ଲୀ,୧୪।୬: ଗତ କିଛି ଦିନ ହେବ ଆପଣଙ୍କ ମୋବାଇଲରେ ଜୋରରେ ଆଲାର୍ମ ସହିତ ପପ୍ ଅପ୍ ମେସେଜ୍ ଦେଖିବାକୁ ମିଳିଥିଲା। ଏବେ କିଛି ଦିନ ପର୍ଯ୍ୟନ୍ତ କୌଣସି ମୋବାଇଲକୁ ଏଭଳି ମେସେଜ୍ ଆଉ ଆସିବନି। କାରଣ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (NDMA) ସେଲ୍ ବ୍ରଡକାଷ୍ଟ ଆଲର୍ଟ ସିଷ୍ଟମକୁ ବନ୍ଦ କରିବାର ନିଷ୍ପତ୍ତି ନେଇଛି। ସୂଚନା ଅନୁସାରେ, କିଛି ଜରୁରୀ ରିଭ୍ୟୁ ଓ ସୁଧାର ପରେ ଏହାକୁ ପୁଣିଥରେ ଆରମ୍ଭ କରାଯିବ।
ଗତ କିଛି ଦିନ NDMA ଲୋକଙ୍କୁ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିବା ପାଇଁ ଏକ ସେବା ଆରମ୍ଭ କରିଦେଇଥିଲା। ଏହା ଅନୁସାରେ, ଲୋକଙ୍କ ମୋବାଇଲ ଫୋନ୍ ଏକା ସାଙ୍ଗରେ ଜୋରଦାର ଆଲାର୍ମ ବାଜୁଥିଲା ଓ ଏହା ସହ ମେସେଜ୍ ବି ଫ୍ଲାସ ହେଉଥିଲା। ଏହି ବାର୍ତ୍ତା ସମ୍ପୂର୍ଣ୍ଣ ଅଲଗା ଥିଲା। କୌଣସି ଜରୁରୀ ବାର୍ତ୍ତା ଲୋକଙ୍କ ପାଖରେ ପହଁଞ୍ଚାଇବା ପାଇଁ ଏହାର ବ୍ୟବହାର କରାଯାଏ।
ସରକାର ମଇ ମାସରେ ଏହି ସେବା ଆରମ୍ଭ କରିଥିଲେ। ଏହା ଅନୁସାରେ, ଲୋକଙ୍କୁ ଆର୍ଲଟ କରି ଦିଆଯାଇଛି। ସେବା ଆରମ୍ଭ ହେବା ପରେ ବହୁବାର ଲୋକଙ୍କ ପାଖରେ ଝଡବାତ୍ୟା କିମ୍ବା ବର୍ଷାର ସତର୍କ ସୂଚନା ଆସୁଛି। ଉତ୍ତର ଭାରତରେ ଝଡ ବତାସ ପୂର୍ବରୁ ଲୋକଙ୍କ ଫୋନ୍ ବାଜିବାରେ ଲାଗିଥିଲା। ଏହାଛଡା ଏହା କେବଳ ସେହି ଲୋକେସକୁ ବାର୍ତ୍ତା ପଠାଇଥାଏ , ଯେଉଁଠି ବିପଦର ଆଶଙ୍କା ରହିଥାଏ। ଏହି ଟେକ୍ନୋଲୋଜିକୁ ସି-ଡଟ୍ ଅର୍ଥାତ ସେଣ୍ଟର ଫର ଡେଭଲପମେଣ୍ଟ ଅଫ୍ ଟେଲିମେଟିକ୍ସ ଓ ଗୃହମନ୍ତ୍ରଣାଳୟ ମିଶିକି ତିଆରି କରିଛନ୍ତି।