ମୋଞ୍ଜା,୦୮/୦୯: ସିଜନର ୧୬ତମ ଫର୍ମୁଲା  ୱାନ ରେସ୍‌ ଇଟାଲିଆନ ଗ୍ରାଁପ୍ରିରେ ରେଡ୍‌ବୁଲ ଚାଳକ ମ୍ୟାକ୍ସ ଭର୍ଷ୍ଟାପେନ ଚାମ୍ପିଅନ ହୋଇଛନ୍ତି । ସେ ୫୩ ଲାପ୍‌  ବିଶିଷ୍ଟ ମୋଞ୍ଜା ସର୍କିଟରେ ୧:୧୩:୨୪.୩୨୫ ସମୟ  ନେଇ ପ୍ରଥମ ସ୍ଥାନ ହାସଲ କରିଥିଲେ । ଅତିରିକ୍ତ +୧୯.୨୦୭ ସମୟ ଅଧିକ ନେଇ ମ୍ୟାକ ଲରେନର ଲାଣ୍ଡୋ ନୋରିସ ଦ୍ୱିତୀୟ ଏବଂ ଓସ୍କାର ପିଆଷ୍ଟ୍ରି  (+୨୧.୩୫୧) ତୃତୀୟ ସ୍ଥାନ ହାସଲ କରିଥିଲେ ।

ଭର୍ଷ୍ଟାପେନଙ୍କ ସିଜନରେ ଏହା ତୃତୀୟ ଟାଇଟଲ ।  ପୂର୍ବରୁ ସେ ଜାପାନିଜ ଗ୍ରାଁପ୍ରି, ଏମିଲିଆ ଗ୍ରାଁପ୍ରିରେ  ଚାମ୍ପିଅନ ହୋଇଥିଲେ । ଫରାରିର ଲୁଇସ ହାମିଲଟନ  ଷଷ୍ଠ ସ୍ଥାନରେ ରହି ରେସ୍‌ ଶେଷ କରିଥିଲେ । ସର୍ବାଧିକ  ୩୨୪ ପଏଣ୍ଟ ସହ ପିଆଷ୍ଟ୍ରି ଡ୍ରାଇଭର ଷ୍ଟାଣ୍ଡିଂ ତାଲିକାରେ  ପ୍ରଥମ, ନୋରିସ ଦ୍ୱିତୀୟ (୨୯୩) ଏବଂ ଭର୍ଷ୍ଟାପେନ  (୨୩୦) ତୃତୀୟ ସ୍ଥାନରେ ରହିଛନ୍ତି । ବାକୁରେ  ଆସନ୍ତା ୨୧ ତାରିଖରେ ଆଜରବାଇଜାନ ଗ୍ରାଁପ୍ରି ରହିଛି।