ପ୍ରମୂଖ ଖବର
  • ହ୍ୱାଇଟ୍ ହାଉସରେ ଟ୍ରମ୍ପ-ଜେଲେନସ୍କି ସାକ୍ଷାତ, ଯୋଗ ଦେଲେ ବହୁ ୟୁରୋପୀୟ ନେତା
  • ||
  • ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଲେ ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନ
  • ||
  • ବାଲେଶ୍ବର ଏଫ୍‌ଏମ୍‌ ଜଲେଜ ଛାତ୍ରୀ ଆତ୍ମାହୁତି ମାମଲା,ମୁଖ୍ୟ ଅଭିଯୁକ୍ତ ସମୀର ସାହୁକୁ ରିମାଣ୍ଡରେ ନେବ କ୍ରାଇମ୍‌ବ୍ରାଞ୍ଚ
  • ||
  • ଏସଆଇଆର ଲଢେଇ, ନିର୍ବାଚନ କମିଶନଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିପାରେ ବିରୋଧୀ
  • ||
  • ବିଜାପୁର ଜିଲ୍ଲାରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ : ଜଣେ ଡିଆରଜି ଯବାନ ସହିଦ, ୩ ଗୁରୁତର
  • ||
  • ଭିଜିଲାନ୍ସ ଜାଲରେ ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ବେହେରା,ଏକକାଳୀନ ୮ ସ୍ଥାନରେ ଚାଲିଛି ଚଢ଼ାଉ
  • ||
  • ମୋହନା : ବିଷାକ୍ତ ଛତୁ ଖାଇ ଦୁଇ ପରିବାରର ୮ ସଦସ୍ୟ ଗୁରୁତର
  • ||
  • ତାମିଲନାଡୁ କପଡ଼ା ଶିଳ୍ପକୁ ଟ୍ରମ୍ପ ଟାରିଫ୍‌ ଝଟକା, ୨୦ ହଜାର ଫ୍ୟାକ୍ଟ୍ରିରେ ୩୦ ଲକ୍ଷ ଛଟେଇ ଆଶଙ୍କା
  • ||
  • ଏସିଆ କପ୍ ପାଇଁ ପାକିସ୍ତାନ ଦଳ ଘୋଷଣା, ବାବର-ରିଜୱାନ ବାଦ୍, ସେପ୍ଟେମ୍ୱର ୯ରୁ ଆରମ୍ଭ ହେବ ଟୁର୍ଣ୍ଣାମେଣ୍ଟ
  • ||
  • ବ୍ରହ୍ମପୁର : MKCG ମେଡିକାଲରେ ଅଗ୍ନିକାଣ୍ଡ, ସର୍ଟସର୍କିଟ୍‌ରୁ ମୁଖ୍ୟ ପରୀକ୍ଷାଗାର ସହ ବାୟୋ କେମିକାଲ୍ ସେକ୍ସନରେ ଲାଗିଲା ନିଆଁ
  • ||
  • ନାଇଜେରିଆରେ ଭୟଙ୍କର ବୋଟ୍ ଟ୍ରାଜେଡି : ମଝି ନଈରେ ଓଲଟିଲା ବୋଟ୍, ୧୦ ଉଦ୍ଧାର ୪୦ ନିଖୋଜ
  • ||
  • ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ବଣଭୋଜି ବେଶ, ସନ୍ଧ୍ୟା ଧୂପ ପରେ ହେବ ଅର୍ଘାସୁର ଓ ବକାସୁର ବଦ୍ଧ ନୀତି
  • ||
  • ମାଲକାନଗିରିକୁ ରେଡ୍ ଆଲର୍ଟ, ଆଜି ପାଇଁ ଜିଲ୍ଲାରେ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ଘୋଷଣା କଲେ ଜିଲ୍ଲାପାଳ
  • ||
  • ସୋମବାର ଅବପାତ ରୂପ ନେବ ଲଘୁଚାପ: ଦକ୍ଷିଣ ଓଡ଼ିଶାରେ ଅତି ଭୀଷଣ ବର୍ଷା ସମ୍ଭାବନା, ୩ ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ
  • ||

ମିଳିତ ବିବୃତ୍ତି ଜାରି କରି ନିର୍ବାଚନ କମିଶନ୍‌ଙ୍କୁ ଟାର୍ଗେଟ କଲେ ବିରୋଧୀ ଦଳ

Published By : Tapas Panda | August 18, 2025 10:34 PM

ନୂଆଦିଲ୍ଲୀ: ବିରୋଧୀ ଦଳଗୁଡ଼ିକ ସୋମବାର ନିର୍ବାଚନ କମିଶନଙ୍କ ସାମ୍ବାଦିକ ସମ୍ମିଳନୀକୁ ସମାଲୋଚନା କରି ଏକ ମିଳିତ ବିବୃତ୍ତି ଜାରି କରିଛନ୍ତି । କଂଗ୍ରେସ, ସମାଜବାଦୀ ପାର୍ଟି, ଟିଏମସି, ଶିବସେନା (ୟୁବିଟି), ଡିଏମକେ, ଏନସିପି (ଏସସିପି), ଆରଜେଡି, ଆପ, ଜେଏମଏମ, ସିପିଆଇ, ସିପିଆଇ(ଏମ), ସିପିଆଇ(ଏମଏଲ) ସମେତ ଅନ୍ୟ ଦଳଗୁଡ଼ିକ ଦାବି କରିଛନ୍ତି ଯେ, କମିଶନ ଏହାର ସାମ୍ବିଧାନିକ କର୍ତ୍ତବ୍ୟ ପାଳନ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି। ବିବୃତ୍ତିରେ କୁହାଯାଇଛି ଯେ, ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ରବିବାର ସାମ୍ବାଦିକ ସମ୍ମିଳନୀରେ କଠିନ ପ୍ରଶ୍ନର ଉତ୍ତର ଦେବାକୁ ମନା କରିଦେଇଛନ୍ତି । 

ବିରୋଧୀ ଦଳଗୁଡ଼ିକ ଅଭିଯୋଗ କରିଛନ୍ତି ଯେ, ମହାଦେବପୁରାରେ ଭୋଟର ଜାଲିଆତି ଅଭିଯୋଗର ତଦନ୍ତ କିମ୍ବା କୌଣସି କାର୍ଯ୍ୟାନୁଷ୍ଠାନ କମିଶନ ନେଇ ନାହାନ୍ତି । କମିଶନ ଶାସକ ଦଳକୁ ଚ୍ୟାଲେଞ୍ଜ କରୁଥିବା ଲୋକଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରୁଛନ୍ତି । ଯାହା ଏକ ଗମ୍ଭୀର ଚିନ୍ତାର ବିଷୟ। ବିରୋଧୀ ଦଳ ଦାବି କରିଛନ୍ତି ଯେ, ନିର୍ବାଚନ କମିଶନ ଏକ ନିରପେକ୍ଷ ଏବଂ ମୁକ୍ତ ନିର୍ବାଚନ ବ୍ୟବସ୍ଥା ସୁନିଶ୍ଚିତ କରିବାରେ ଅସମର୍ଥ । 

ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ସଂସଦ ପରିସରରେ ଦାବି କରିଛନ୍ତି ଯେ, ସେ ଉତ୍ତର ପ୍ରଦେଶରେ ୨୦୨୨ ବିଧାନସଭା ନିର୍ବାଚନରେ ଭୋଟର ତାଲିକାରୁ ନାମ ବାଦ ଦେବା ଏବଂ ଅନିୟମିତତା ବିରୋଧରେ ନିର୍ବାଚନ କମିଶନଙ୍କ ନିକଟରେ ୧୮,୦୦୦ ଶପଥପତ୍ର ଦାଖଲ କରିଥିଲେ । ଯଦି ଏହି ଶପଥପତ୍ର ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ, ତେବେ କମିଶନଙ୍କ ଉପରେ କିଏ ବିଶ୍ୱାସ କରିବ ବୋଲି ସେ ପ୍ରଶ୍ନ କରିଛନ୍ତି । ଉପନିର୍ବାଚନରେ ଏହା ଏକ ଛୋଟ ଚୋରି ନଥିଲା; ଏହା ଏକ ବଡ଼ ଡକାୟତି ଥିଲା ବୋଲି ମଧ୍ୟ ସେ ଅଭିଯୋଗ କରିଛନ୍ତି ।

ଅଖିଳେଶ ଯାଦବଙ୍କ ଅନୁଯାୟୀ, ଆମାପୁର, ବକ୍ସି କା ତାଲାବ, ଜୌନପୁର ସଦର ଏବଂ କୁର୍ସି ଭଳି ନିର୍ବାଚନମଣ୍ଡଳୀରେ ଭୋଟର ତାଲିକାରେ ଅନିୟମିତତା ହୋଇଥିଲା । କିଛି ସମ୍ପ୍ରଦାୟଙ୍କୁ ଟାର୍ଗେଟ କରି ଏହି ଅନିୟମିତତା କରାଯାଇଥିଲା । ମୌର୍ଯ୍ୟ, ପାଲ, ଭାଗେଲ ଏବଂ ରାଠୋର ଭଳି ସମ୍ପ୍ରଦାୟର ଲୋକମାନଙ୍କ ନାମ ଭୋଟର ତାଲିକାକୁ କାଟି ଦିଆଯାଇଥିଲା । ଫଳରେ ଏସପିର ରାଜନୈତିକି ପ୍ରଭାବ କମଜୋର ହୋଇଥିଲା । ଏଥିପାଇଁ ଆମେ କିଛି ଆସନରେ କମ୍‌ ବ୍ୟବଧାନରେ ହାରିଗଲୁ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.