ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ରିଲାଏନ୍ସ-ଡିଜ୍‌ନୀ ମିଶ୍ରଣ, ଗଠନ ହେଲା ଦେଶର ସର୍ବବୃହତ୍‌ ଏଣ୍ଟର୍‌ଟେନ୍‌ମେଣ୍ଟ ପ୍ଲାଟଫର୍ମ

Published By : Rasmita Pradhan | November 15, 2024 11:33 AM

ନୂଆଦିଲ୍ଲୀ,୧୫/୧୧ : ଡିଜ୍‌ନୀ ଏବଂ ରିଲାଏନ୍ସ ଏଣ୍ଟର୍‌ଟେନ୍‌ମେଣ୍ଟ ଏବେ ମିଶିଯାଇଛନ୍ତି । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌, ଭାୟକମ-୧୮ ଏବଂ ଡିଜ୍‌ନୀ ଇଣ୍ଡିଆ ଗୁରୁବାର ଏହାର ଘୋଷଣା କରିଛନ୍ତି । ମିଶ୍ରଣ ପରେ ଗଠିତ ୭୦,୩୫୨ କୋଟିର ଯୌଥ ଉଦ୍ୟୋଗ ଦେଶର ସର୍ବବୃହତ୍‌ ଏଣ୍ଟର୍‌ଟେନ୍‌ମେଣ୍ଟ କମ୍ପାନି ପାଲଟିଛି । ଡିଜ୍‌ନୀ-ରିଲାଏନ୍ସ ଏଣ୍ଟର୍‌ଟେନ୍‌ମେଣ୍ଟ ପାଖରେ ଏବେ ୨ ଓଟିଟି ଏବଂ ୧୨୦ ଚ୍ୟାନେଲ ସହ ୭୫ କୋଟି ଦର୍ଶକ ରହିବେ । ଏହି ଯୌଥ ଉଦ୍ୟୋଗ ପାଇଁ ରିଲାଏନ୍ସ ୧୧,୫୦୦ କୋଟି ଟଙ୍କା ନିବେଶ କରିଛି । ଉଭୟ କମ୍ପାନିଙ୍କ ମଧ୍ୟରେ ଚୁକ୍ତିକୁ ନେଇ ଗତ ବର୍ଷେ ହେବ ଆଲୋଚନା ଚାଲିଥିଲା । 

ଉଭୟ କମ୍ପାନି ଯୁଗ୍ମ ବିବୃତିରେ ପ୍ରକାଶ କରିଛନ୍ତି ଯେ, ଏ ଚୁକ୍ତି ୭୦,୩୫୨ କୋଟି ଟଙ୍କାରେ ହୋଇଛି । ମିଶ୍ରଣ ପରେ ଗଠିତ କମ୍ପାନିରେ ରିଲାଏନ୍ସର ୬୩.୧୬% ଏବଂ ଡିଜ୍‌ନୀର ୩୬.୮୪% ଅଂଶଧନ ରହିବ । ନୀତି ଅମ୍ବାନି ନୂଆ କମ୍ପାନିର ଅଧ୍ୟକ୍ଷା ହେବେ । ଉପାଧ୍ୟକ୍ଷ ହେବେ ଉଦୟ ଶଙ୍କର । ଉଭୟ କମ୍ପାନିକୁ ରଣନୀତିକ ପରାମର୍ଶ ଦେବେ ।  ଏହି ମିଶ୍ରଣ ଦ୍ୱାରା ଦେଶର ବହୁ ପ୍ରତିଷ୍ଠିତ ମିଡିଆ ବ୍ରାଣ୍ଡ ଗୋଟିଏ ପ୍ଲାଟ୍‌ଫର୍ମକୁ ଆସିଛନ୍ତି । ଏଥିମଧ୍ୟରେ ଟେଲିଭିଜନ ଜଗତର ବୃହତ୍‌ ବ୍ରାଣ୍ଡ୍‌ ଷ୍ଟାର ଏବଂ କଲର୍ସ ସହିତ ଜିଓ ସିନେମା ଏବଂ ହଟ୍‌ଷ୍ଟାର ଭଳି ଡିଜିଟାଲ ପ୍ଲାଟ୍‌ଫର୍ମ ରହିଛି । ଏଣ୍ଟର୍‌ଟେନ୍‌ମେଣ୍ଟ ଏବଂ ସ୍ପୋର୍ଟସ କ୍ଷେତ୍ରରେ ଦର୍ଶକଙ୍କୁ ବହୁବିଧ କଣ୍ଟେଣ୍ଟ ପ୍ରଦାନ କରିବା ଏହାର ଲକ୍ଷ୍ୟ । ଏହି ଯୌଥ ଉଦ୍ୟୋଗର ନେତୃତ୍ୱ ନେବେ ୩ ଜଣ ସିଇଓ । କେଭିନ ଭାଜ୍‌ ଏଣ୍ଟର୍‌ଟେନ୍‌ମେଣ୍ଟ ଅର୍ଗାନାଇଜେସନ୍‌ର ପ୍ରମୁଖ ହେବେ । କିରଣ ମଣି ଡିଜିଟାଲ ଅର୍ଗାନାଇଜେସନ୍‌ର ଦାୟିତ୍ୱ ନେବେ । ସଂଯୋଗ ଗୁପ୍ତା ସ୍ପୋର୍ଟ ଅର୍ଗାନାଇଜେସନ୍‌ର ନେତୃତ୍ୱ ନେବେ । 

ଏ ପରିପ୍ରେକ୍ଷୀରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଅଧ୍ୟକ୍ଷ ମୁକେଶ ଅମ୍ବାନି କହିଛନ୍ତି ଯେ, ଏହି ଯୌଥ ଉଦ୍ୟୋଗ ସହ ଭାରତୀୟ ମିଡିଆ ଏବଂ ଏଣ୍ଟର୍‌ଟେନ୍‌ମେଣ୍ଟ ଶିଳ୍ପରେ ବିପ୍ଳବ ଆସିବ । ଏହି ଯୌଥ ଉଦ୍ୟୋଗର ଭବିଷ୍ୟତକୁ ନେଇ ମୁଁ ଉତ୍ସାହିତ ଏବଂ ଏହାର ସଫଳତା କାମନା କରୁଛି । ଏହି ମେଗା ମିଶ୍ରଣରେ ଡିଜ୍‌ନୀ ଷ୍ଟାରର ୮୦ ଚ୍ୟାନେଲ ଏବଂ ରିଲାଏନ୍ସ ଭାୟକମ୍‌ ୧୮ର ୪୦ଟି ଚ୍ୟାନେଲ ଯୋଡ଼ି ହୋଇଯିବେ । ଅର୍ଥାତ୍‌ ମୋଟ ୧୨୦ଟି ଚ୍ୟାନେଲ ହୋଇଯିବ । ତେବେ କିଛି ଚ୍ୟାନେଲକୁ ବନ୍ଦ କରି ଦିଆଯାଇପାରେ । ଉଭୟଙ୍କ ପାଖରେ ଓଟିଟି ଆପ୍‌ ବି ଅଛି । ତାହା ହେଲା ଡିଜ୍‌ନୀ ହଟ୍‌ଷ୍ଟାର ଏବଂ ଜିଓ ସିନେମା । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.