ନୂଆଦିଲ୍ଲୀ,୧୫/୧୦: ମୁକେଶ  ଅମ୍ବାନିଙ୍କ ନେତୃତ୍ୱାଧିନ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ (ଆର୍‌ଆଇଏଲ୍‌) ବଲିଉଡ ସିନେମା ନିର୍ଦ୍ଦେଶକ କରଣ  ଜୋହରଙ୍କ ଧର୍ମା ପ୍ରଡକ୍ସନରେ ଅଂଶଧନ କିଣିବା ନେଇ ଏବେ ଆଲୋଚନା  କରୁଛି । ଇକୋନୋମିକ ଟାଇମ୍‌ସ ସୂତ୍ର ଆଧାରରେ ଏ ନେଇ ଏକ ରିପୋର୍ଟ  ପ୍ରକାଶ କରିଛି । ଏହି ଡିଲ୍‌ ସଫଳ  ହେଲେ କଣ୍ଟେଣ୍ଟ ପ୍ରଡକ୍ସନ କ୍ଷେତ୍ରରେ  ରିଲାଏନ୍ସ ଏହାର ସ୍ଥିତିକୁ ଆହୁରି ମଜବୁତ କରିବ । ତେବେ ଧର୍ମା ପ୍ରଡକ୍ସନର  କେତେ ଅଂଶଧନ ରିଲାଏନ୍ସ କିଣିବ ସେ  ନେଇ କିଛି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।  ଏବେ ଧର୍ମା ପ୍ରଡକ୍ସନରେ କରନ ଜୋହରଙ୍କର ୯୦.୭% ଅଂଶଧନ ରହିଛି।