• ଉତ୍ତରାଖଣ୍ଡ ମନ୍ତ୍ରୀଙ୍କ ସ୍ୱାମୀଙ୍କର ବିବାଦୀୟ ଟିପ୍ପଣୀ
  • ଗିରଧାରୀ ଲାଲଙ୍କ ଟିପ୍ପଣୀକୁ ନେଇ ହଙ୍ଗାମା
  • ବିଜେପିକୁ କ୍ଷମା ମାଗିବାକୁ କହିଲା କଂଗ୍ରେସ  
  • ନୋଟିସ ଜାରି କରିବ ମହିଳା ଆୟୋଗ

ଦେହରାଡୁନ : ଉତ୍ତରାଖଣ୍ଡ ମନ୍ତ୍ରୀ ରେଖା ଆର୍ଯ୍ୟଙ୍କ ସ୍ୱାମୀ ଗିରଧାରୀ ଲାଲ ସାହୁଙ୍କ ଗୋଟିଏ ଟିପ୍ପଣୀରେ ସୃଷ୍ଟି ହୋଇଛି ହଙ୍ଗାମା। ଗିରଧାରୀ ଲାଲ ସାହୁ ଏକ କାର୍ଯ୍ୟକ୍ରମରେ ଯୁବକମାନଙ୍କୁ କହିଛନ୍ତି, ଯଦି ବିବାହ କରି ପାରୁ ନାହଁ ତ ବିହାରରୁ ୨୦-୨୫ ହଜାର ଟଙ୍କାରେ ଝିଅ ଆଣ ଏବଂ ବିବାହ କର। ବିଜେପି ତାଙ୍କର ଏହି ଟିପ୍ପଣୀ ଠାରୁ ଦୂରେଇ ରହିଛି।

ଉତ୍ତରାଖଣ୍ଡର ମହିଳା ଏବଂ ଶିଶୁ କଲ୍ୟାଣ ମନ୍ତ୍ରୀ ରେଖା ଆର୍ଯ୍ୟଙ୍କ ସ୍ୱାମୀ ଗିରଧାରୀ ଲାଲ ସାହୁଙ୍କ ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ଏହି କଥିତ ଭିଡ଼ିଓରେ ସାହୁ ଏକ କାର୍ଯ୍ୟକ୍ରମରେ ଥିବା ଭିଡ଼ିଓଙ୍କୁ କହିବାର ଶୁଣା ଯାଉଛି ଯେ, ଆପଣ କଣ ବୃଦ୍ଧାବସ୍ଥାରେ ବିବାହ କରିବ ? ଯଦି ଆପଣଙ୍କର ବାହାଘର ହୋଇ ପାରୁ ନାହିଁ ତ ଆମେ ଆପଣଙ୍କ ପାଇଁ ବିହାରରୁ ଝିଅ ଆଣିବୁ। ସେଠାରେ ଆପଣଙ୍କୁ ୨୦,୦୦୦ରୁ ୨୫,୦୦୦ ଟଙ୍କାରେ ଗୋଟିଏ ଝିଅ ମିଳିଯିବ। ଅଲମୋଡାରେ ଆୟୋଜିତ କାର୍ଯ୍ୟକ୍ରମରେ ତାଙ୍କୁ ଲୋକଙ୍କୁ ଏହା କହିବାର ମଧ୍ୟ ଶୁଣିବାକୁ ମିଳିଛି ଯେ, ମୋ ସହ ଆସ, ଆମେ ଆପଣଙ୍କର ବିବାହ କରାଇ ଦେବୁ।

ଭିଡ଼ିଓ ଭାଇରାଲ ହେବା ପରେ ହଙ୍ଗାମା ପରେ ଗିରଧାରୀ ଲାଲ ଏକ ବିବୃତ୍ତି ଜାରି କରି ଦାବି କରିଛନ୍ତି ଯେ, ତାଙ୍କର  କଥାକୁ ଏପଟ ସେପଟ କରି ଉପସ୍ଥାପନ କରାଯାଉଛି। ସେ କହିଛନ୍ତି ଯେ, ସେ କେବଳ ଜଣେ ବନ୍ଧୁଙ୍କ ବିବାହ କଥା ଉଲ୍ଲେଖ କରୁ ଥିଲେ। ସେ କହିଛନ୍ତି ଯେ, ଯଦି ମୋ ଶବ୍ଦରେ କାହାକୁ ଆଘାତ ଲାଗିଛି କିମ୍ୱା ସେ ଦୁଃଖିତ ତ ସେ ହାତ ଯୋଡ଼ି କ୍ଷମା ମାଗୁଛନ୍ତି।

ଗିରଧାରୀ ଲାଲଙ୍କ ଟିପ୍ପଣୀରେ ରାଜନୀତି ସରଗରମ

ଗିରଧାରୀ ଲାଲଙ୍କ ଟିପ୍ପଣୀ ନେଇ ପ୍ରତିକ୍ରିୟା ଦେଇ ବିହାରରେ ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବ କହିଛନ୍ତି ଯେ, ବିଜେପି ନେତା କହୁଛନ୍ତି ଯେ, ମହିଳାଙ୍କ ଭୋଟ୍‌ ୧୦,୦୦୦ଟଙ୍କାରେ କିଣିବା ପରେ ଏବେ ସେ ବିହାରରୁ ଝିଅଙ୍କୁ ୨୦-୨୫୦୦୦ଟଙ୍କାରେ ଆଣିବେ। ବିଜେପି ସମର୍ଥକଙ୍କ ବିହାର ଓ ମହିଳାଙ୍କ ପ୍ରତି ସର୍ବଦା ଏମିତି ହିଁ ବିଷାକ୍ତ ମାନସିକତା ରହିଛି।

ବିଜେପିକୁ କ୍ଷମା ମାଗିବାକୁ କହିଲା କଂଗ୍ରେସ  -

କଂଗ୍ରେସ ଏହି ଟିପ୍ପଣୀକୁ ମହିଳାଙ୍କ ଅପମାନ କହିଛି ଏବଂ ବିଜେପିକୁ କ୍ଷମା ମାଗିବାକୁ କହିଛି। ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଗଣେଶ ଗୋଦିଆଲ କହିଛନ୍ତି , ମନ୍ତ୍ରୀଙ୍କ ସ୍ୱାମୀଙ୍କର ଏହି ବିବୃତ୍ତି ଭାରତର ଝିଅଙ୍କ ଅପମାନ, ସେ ବିହାରର ହୁଅନ୍ତୁ କି କେରଳ ହୁଅନ୍ତୁ କିମ୍ୱା ଉତ୍ତରାଖଣ୍ଡର। ଏହି ଟିପ୍ପଣୀରେ ବିଜେପିର ମହିଳାଙ୍କ ପ୍ରତି ସମ୍ମାନର ନୀତି ସ୍ପଷ୍ଟ ରୂପେ ଝଲସୁଛି ଏବଂ ପାର୍ଟିକୁ କ୍ଷମା ମାଗିବା ଉଚିତ୍‌।

ନୋଟିସ ଜାରି କରିବ ମହିଳା ଆୟୋଗ –

ଏହି ମଧ୍ୟରେ , ବିହାର ରାଜ୍ୟ ମହିଳା ଆୟୋଗ ସାହୁଙ୍କୁ ତାଙ୍କର ଟିପ୍ପଣୀ ପାଇଁ ନୋଟିସ୍‌ ଜାରି କରିବା କଥା କହିଛି। ବିଏସଡବ୍ଲ୍ୟୁସିର ଅଧ୍ୟକ୍ଷ ଅପସରା କହିଛନ୍ତି ଯେ, ତାଙ୍କର ଟିପ୍ପଣୀ ଖୁବ୍‌ ନିନ୍ଦନୀୟ। ଏଥିରେ ତାଙ୍କର ମାନସିକ ଦୁର୍ବଳତା ନଜର ଆସୁଛି। ଯେତେବେଳେ ତାଙ୍କ ପତ୍ନୀ ଉତ୍ତରାଖଣ୍ଡ ସରକାରରେ ମନ୍ତ୍ରୀ ଅଛନ୍ତି , ତ ସେ ମହିଳାଙ୍କ ବିଷୟରେ ଏମିତି ବିବୃତ୍ତି କେମିତି ଦେଇ ପାରୁଛନ୍ତି ?