ପ୍ରମୂଖ ଖବର
  • ଚନ୍ଦନେଶ୍ଵର: କଟକଣା ନମାନିବା ପଡ଼ିଲା ମହଙ୍ଗା, ୨ବୋଟ ସହ ମାଲିକକୁ ଧରିଲା ପୁଲିସ
  • ||
  • ମାଲକାନିରି: ପୁଣି ୧୭ ମାଓବାଦୀଙ୍କ ଆତ୍ମସମର୍ପଣ, ୫୦ ହଜାର ଚେକ୍ ପ୍ରଦାନ କଲେ ଏସ୍‌ପି
  • ||
  • ପାକିସ୍ତାନରେ ଭୂକମ୍ପ ଝଟକା , ରେକ୍ଟର ସ୍କେଲରେ ୪.୨ ତୀବ୍ରତା ରେକର୍ଡ
  • ||
  • ବହୁର୍ଚ୍ଚିତ ନବ ଦାସ ହତ୍ୟା ଘଟଣା, ଗାନ୍ଧି ଛକ ଫଣ୍ଡିରେ କ୍ରାଇମ୍‌ବ୍ରାଞ୍ଚ ଖୋଳତାଡ଼
  • ||
  • ୩ ବର୍ଷ ପରେ ଅଙ୍କିତାଙ୍କୁ ମିଳିଲା ନ୍ୟାୟ; ୩ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ
  • ||
  • 'ପାକିସ୍ତାନ କାଶ୍ମୀରକୁ ଭୁଲିବନି କି ଛାଡ଼ିବନି '; ପାକ୍‌ ସେନାମୁଖ୍ୟ ଆସିମ୍‌ ମୁନୀରଙ୍କ ମୁହଁଫୁଟାଣି
  • ||
  • ସୁନ୍ଦରଗଡ଼ : ପ୍ଲାଣ୍ଟରେ ଶ୍ରମିକଙ୍କ ଉପରେ ମାଡ଼ିଗଲା ଆଇରନ୍‌ ବୋଝେଇ ଟ୍ରକ୍, କ୍ଷତିପୂରଣ ଦାବିରେ ଉତ୍ତେଜନା
  • ||
  • ରାୟଗଡ଼ା :ଯୁବ ବ୍ୟବସାୟୀଙ୍କ ଘରୁ ଚୋରି, ଲକ୍ଷାଧିକ ଟଙ୍କା ସହ ଅଳଙ୍କାର ଲୁଟି ନେଲେ ଦୁର୍ବୃତ୍ତ
  • ||
  • ସିକ୍କିମ ଦୁର୍ଘଟଣାରେ ବିଜେପି ନେତ୍ରୀ ଇତିଶ୍ରୀ ଜେନାଙ୍କ ପରିବାର ନିଖୋଜ
  • ||
  • ସମ୍ୱଲପୁର : ବସ୍‌କୁ ପଛରୁ ପିଟିଲା କୋଇଲା ବୋଝେଇ ଟ୍ରକ୍‌, ୨୦ ଆହତ
  • ||
  • ସିକ୍କିମରେ ଟୁରିଷ୍ଟ ଗାଡି ଦୁର୍ଘଟଣାରେ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ଯାତ୍ରୀଙ୍କ ସୁରକ୍ଷା ଓ ଚିକିତ୍ସା ପରିଚାଳନା ପାଇଁ ଓଡ଼ିଶାରୁ ଯିବ ଟିମ୍
  • ||
  • ନୟାଗଡ଼ : ବାଣୁଆ ଗୁଳିରେ ଆମ୍ୱ ଗୋଟାଳି ମୃତ, ଶିକାରୀକୁ ଅଟକ ରଖିଲେ ଗ୍ରାମବାସୀ
  • ||
  • ଶୁକ୍ରବାର ବିଏମ୍‌ସି ବୈଠକ: ଉଠିବ ବିଧାୟକଙ୍କ ପାଇଁ ଏସ୍‌ଓପି ଦାବି, ବିଜେଡି କର୍ପୋରେଟର ହୋ ହଲ୍ଲା କରିବେ
  • ||
  • ବଲାଙ୍ଗୀର : ବଜ୍ରାଘାତରେ ଯୁବକଙ୍କ ମୃତ୍ୟୁ
  • ||
  • IPL 2025: ଆଜି ମୁମ୍ବାଇ-ଗୁଜରାଟ ଏଲିମିନେଟର ଲଢ଼େଇ, ପରାଜିତ ଦଳ ହେବ ବିଦା
  • ||
  • ‘ଅପରେସନ ସିଲ୍ଡ’, ଆଜି ପାକିସ୍ତାନ ସୀମାରେ ଦ୍ୱିତୀୟ ନାଗରିକ ସୁରକ୍ଷା ମକ୍‌ଡ୍ରିଲ
  • ||
  • ଅନୁଗୁଳ : ଭିଜିଲାନ୍ସ ପଞ୍ଝାରେ RD ବିଭାଗର ମୁଖ୍ୟଯନ୍ତ୍ରୀ, ଏକକାଳୀନ ୪ଟି ସ୍ଥାନରେ ଚଢାଉ
  • ||
  • ପୂର୍ବତନ ବିଧାୟକ ପ୍ରସନ୍ନ ପଟ୍ଟନାୟକଙ୍କର ଦେହାନ୍ତ, ରାଜ୍ୟର ପ୍ରଥମ ବିଜେପି MLA ଥିଲେ
  • ||
  • ଗଭୀର ଅବପାତ ପଳେଇଲା, ବଡ଼ ବର୍ଷା ହେଲାନି: ଆଜିଠୁ କମିବ ବର୍ଷା, ଜୁନ୍ ୧ରୁ ୩ ଯାଏ ବଢ଼ିବ ତାପମାତ୍ରା
  • ||
  • ପାଣି ଟାଙ୍କିରେ ପଡ଼ି ନାବାଳିକା ମୃତ୍ୟୁ ଘଟଣା: ରାତି ଅଧରେ ହେଲା ଶବ ବ୍ୟବଚ୍ଛେଦ
  • ||

ବିକାଶ ଅପେକ୍ଷାରେ ଦୁର୍ଗମ କୃଷ୍ଣପୁର ଗାଁ; ମୌଳିକ ସୁବିଧା ସାତ ସପନ

Published By : Bijay Swain | May 19, 2025 9:59 PM

ମୋହନା, ୧୯/୫(ଆପ୍ର): ଗାଁର ବିକାଶ ପାଇଁ ସରକାର ବହୁ ଯୋଜନା କରିଛନ୍ତି l ଗାଁର ସାମଗ୍ରିକ ବିକାଶ ପାଇଁ ରାସ୍ତା, ପାନୀୟ ଜଳ ବ୍ୟବସ୍ଥା, ବିଦ୍ୟୁତ ଓ ଶିକ୍ଷା ଭଳି ମୌକିକ ସୁବିଧା ପାଇଁ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି l ହେଲେ ଏତେ ସବୁ ଯୋଜନା ସତ୍ୱେ ଏବେବି ଅନେକ ଗାଁ ମୌଳିକ ସୁବିଧାରୁ ବଞ୍ଚିତ ଅଛି। 

ଏଭଳି ଏକ ଗାଁ ହେଉଛି ଗଜପତି ଜିଲ୍ଲା ମୋହନା ବ୍ଲକର ସବୁଠୁ ଦୁର୍ଗମ ପଞ୍ଚାୟତରେ ଥିବା କୃଷ୍ଣପୁର ଗାଁ l ଯେଉଁଠି ରାସ୍ତା ,ପାନୀୟ ଜଳ ,ବିଦ୍ୟୁତ୍ ଓ ଶିକ୍ଷା ଲୋକମାନଙ୍କ ପାଇଁ ସାତ ସପନ। ପ୍ରଚାର ପ୍ରସାରରେ ସୀମିତ କୃଷ୍ଣପୁରର ବିକାଶ। ମୋହନା ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରୁ ମାତ୍ର ୨୫ କିଲୋମିଟର ଦୁରତାରେ ଅବସ୍ଥିତ ଏହି ଗାଁ। କେବଳ ମାଟି, ପାହାଡ଼ ଓ ପଥୁରିଆ ରାସ୍ତା ରହିଛିl ଯାହାକି ଦୁଇ ଚକିଆ ଗାଡି ଯିବାତ ତ ଦୂରର କଥା ଚାଲିଚାଲି ଯିବା ବି କଷ୍ଟକର ହୋଇ ପଡୁଛି। ତେଣୁ   ରାସ୍ତା ନଥିବା ଯୋଗୁଁ ଗ୍ରାମବାସୀଙ୍କୁ ମୋହନା ବ୍ଲକ କାର୍ଯ୍ୟାଳୟକୁ ଯିବାକୁ ପଡୁଛି ୪୦ କିଲୋମିଟରl 

ଗଞ୍ଜାମ ଜିଲ୍ଲା ଭୀଷ୍ମଗିରି, ପୋଡାମାରି ଓ ତପ୍ତପାଣି ଦେଇ ମୋହନା ଆସିଥାନ୍ତି ଗ୍ରାମବାସୀ l  ତାହା ମଧ୍ୟ ସକାଳେ ଗାଁ ରୁ ବାହାରିଲେ ସଂଧ୍ୟା ରେ ଘରେ ପହଞ୍ଚିବାକୁ ପଡିଥାଏ । ବହୁ ପୁରାତନ କାଳୁ ଏହି ଗାଆଁରେ ଲୋକେ ବସବାସ କରି ଆସୁଥିଲେ ମଧ୍ୟ ସରକାର ତଥା ପ୍ରଶାସନ ଅଣଦେଖା କରି ଆସିଥିବା କହିଛନ୍ତି ଗ୍ରାମବାସୀ। ରାସ୍ତା ପାଇଁ ବହୁବାର ଦାବି କରିଛନ୍ତି ଗ୍ରାମବାସୀ l ସେହିପରି ବର୍ଷ ତମାମ ଜଳ କଷ୍ଟ ଭୋଗୁଥିବା ବେଳେ ଗ୍ରୀଷ୍ମ ଋତୁରେ ସ୍ଥିତି ସାଙ୍ଘାତିକ ହୋଇଯାଉଛି । ୨୫ ଆଦିବାସୀ ପରିବାର ଏହି ଗ୍ରାମରେ ବସବାସ କରୁଥିବାବେଳେ ଗ୍ରାମରେ ରହିଛି ଦୁଇଟି ନଳ କୂପ । ନଳକୂପରୁ ବାହାରୁଛି ଲୌହ ଯୁକ୍ତ ପାଣି। ଯାହା କି ପିଇବା ଯୋଗ୍ୟ ନୁହେଁ। ତାହାବି ଦୀର୍ଘ ସମୟ ପରେ ଗୋଟିଏ ମାଠିଆ ପାଣି ବାହାରୁଛି। ବିଦ୍ୟୁତ୍ ସେବା ନଥିବା ରୁ ଅନ୍ଧାର ରେ କାଳ କାଟୁଛନ୍ତି ଗ୍ରାମବାସୀ। 

ଆଜିର ଡିଜିଟାଲ ଯୁଗରେ ଏହି ଗ୍ରାମବାସୀଙ୍କ ପାଇଁ ଟେଲିଭିଜନ ହେଉଛି ସ୍ବପ୍ନ। ଆଉ ଅନ୍ୟାନ୍ୟ ବିଦ୍ୟୁତ୍ ଚାଳିତ ସାମଗ୍ରୀ ବ୍ୟବହାର ଦୂରର କଥା। କେବଳ ସୋଲାର ଲାଇଟ ଉପରେ ନିର୍ଭର କରିଛନ୍ତି ଗ୍ରାମବାସୀ l ପିଲାଙ୍କ ଶିକ୍ଷାର ମୂଳଦୁଆ କହୁଥିବା ଅଙ୍ଗନବାଡ଼ି କେନ୍ଦ୍ର ଏବେ ଅଧ ପନ୍ତରିଆ ହୋଇ ପଡିଛି l ଦିର୍ଘ ବର୍ଷ ହେଲା ଅଙ୍ଗନବାଡି କେନ୍ଦ୍ର କୋଠା ନିର୍ମାଣ କାର୍ଯ୍ୟ ଚାଲିଛି । ହେଲେ ସମ୍ପୂର୍ଣ ହୋଇପାରିନି l ଯାହା ଫଳରେ ପିଲାମାନଙ୍କ ଶିକ୍ଷା ଦାନରେ ବାଧା ସୃଷ୍ଟି ହେଉଛି। ଜୀବନ ଜୀବିକା ଲାଗି ମଧ୍ୟ ପର୍ଯ୍ୟାପ୍ତ ଚାଷ ଜମି ନଥିବା ହେତୁ ଜଙ୍ଗଲଜାତ ଦ୍ରବ୍ୟ ତଥା ମହୁଲ, ଟୁଲ ସଂଗ୍ରହ କରି ବିକ୍ରୀ କରିଥାନ୍ତି ଗ୍ରାମବାସୀ । ବାରମ୍ବାର ଏହି ସମସ୍ୟା ଉପରେ ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ ପର୍ଯ୍ୟନ୍ତ ଗୁହାରି କରିଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ପୂର୍ବ ସରକାରଏହି ଗାଁର ବିକାଶ କରିବା କରିବା କହି ଚାଲିଯାଇଥିବା ବେଳେ ବର୍ତମାନ ସରକାର ଉପରେ ଆଶା ରଖିଛନ୍ତି ଗ୍ରାମବାସୀ l ତେଣୁ ତୁରନ୍ତ ଗାଁର ମୌଳିକ ସମସ୍ୟା ଦୂର କରିବାକୁ ଦାବି କରିଛନ୍ତି କୃଷ୍ଣପୁର ଗ୍ରାମବାସୀ l ଏନେଇ ମୋହନା ବିଡ଼ିଓ ରାଜୀବ ଦାସ ଙ୍କୁ ପଚାରିବାରେ ଖୁବ ଶୀଘ୍ର ଗାଁକୁ ଯାଇ ଅନୁଧ୍ୟାନ କରାଯିବା ବୋଲି କହିଛନ୍ତି l

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.