ଆଜିକାଲି ପ୍ରାୟ ସମସ୍ତେ ବ୍ୟସ୍ତ ରହୁଛନ୍ତି । କିନ୍ତୁ ପ୍ରାୟ ପରିବାରରେ ସଦସ୍ୟମାନେ କେବଳ ଡାଇନିଂ ଟେବଲ୍ ଉପରେ ହିଁ ଏକାଠି ହୋଇଥାନ୍ତି । ଡାଇନିଂ ହେଉଛି ଘରର ସେହି ସ୍ଥାନ, ଯେଉଁଠାରେ ସମସ୍ତ ସଦସ୍ୟ ଏକାଠି ବସି ଖାଇଥାନ୍ତି । ଏକାଠି ବସି ଖାଇବା ସହ ହସଖୁସି ବଜାୟ ରଖିବା ପାଇଁ ଡାଇନିଂ ହଲର ବାସ୍ତୁ ଦୋଷ ଦୂର କରିପାରିବେ । ଯେପରିକି:-

-ଡାଇନିଂ ପାଇଁ ସବୁଠାରୁ ଭଲ ଜାଗା ହେଲା ପୂର୍ବ ଦିଗ । ଏହି ଦିଗରେ ଡାଇନିଂ ଟେବଲ୍ ରଖିଲେ ପରିବାର ସଦସ୍ୟଙ୍କ ଭିତରେ ସ୍ନେହ ବଜାୟ ରହିବା ସହ ଶାନ୍ତି ରହିପାରିବ ।

- ପରିବାର ସଦସ୍ୟଙ୍କ ଭିତରେ ବନ୍ଧନକୁ ବଜାୟ ରଖିବା ପାଇଁ ଚାରିକଣିଆ କିମ୍ବା ରେକ୍ଟ୍ରାଙ୍ଗଲ୍ ଡାଇନିଂ ଟେବଲ୍ ବ୍ୟବହାର କରିପାରିବେ । ଧ୍ୟ ଡାଇନିଂ ହଲ୍ରେ ସବୁଜ ରଙ୍ଗର ପେଣ୍ଟିଂ ଲଗାଇବା ଉଚିତ୍ ।

- ଡାଇନିଂରେ ଫ୍ୟାମିଲି ଟ୍ରି ରଖିପାରିବେ । ଯେଉଁଥିରେ ପରିବାରର ସମସ୍ତ ସଦସ୍ୟଙ୍କ ଫଟୋ ଏକାଠି ରହିଥିବ, ଏହାଦ୍ୱାରା ପରିବାର ସଦସ୍ୟଙ୍କ ଭିତରେ ହସଖୁସିର ମାହୋଲ ରହିପାରିବ ।

- ଡାଇନିଂ ଟେବଲ ପାଖରେ ଦର୍ପଣ ଲଗାନ୍ତୁ । ଟେବଲରେ ଥିବା ସମସ୍ତ ଜିନିଷ ଦର୍ପଣରେ ଦେଖାଯିବା ଦ୍ୱାରା ଘରକୁ ସମୃଦ୍ଧି ଆସିଥାଏ ।

-ଦକ୍ଷଣ-ପଶ୍ଚିମ ଦିଗରେ ଡାଇନିଂ ଟେବଲ ରଖନ୍ତୁନି । ନଚେତ୍ ପେଟ ସମସ୍ୟା ଦେଖା ଦେଇପାରେ ।

-ଡାଇନିଂରେ ପଡୁଥିବା ଚୌକି ସଂଖ୍ୟା ସବୁବେଳେ ୪/୬/୮ ପରି ରଖିବା ଆବଶ୍ୟକ । ଏହା ଡାଇନିଂ ଏରିଆର ଶକ୍ତିକୁ ସନ୍ତୁଳିତ ରଖିଥାଏ । ଅଡ୍ ନମ୍ବରର ଚୌକି ରଖନ୍ତୁନି ।