ପ୍ରମୂଖ ଖବର
  • ଶ୍ରୀଲିଙ୍ଗରାଜଙ୍କ ପୁଷ୍ୟାଭିଷେକ ନୀତି: ୧୦୮ ଗରା ତୀର୍ଥ ଜଳରେ ସ୍ନାନ କରିବେ ମହାପ୍ରଭୁ
  • ||
  • ଘନ କୁହୁଡିରେ ଲୁଚିଗଲା ସୂର୍ଯ୍ୟମନ୍ଦିର, ସୂକ୍ଷ୍ମ କାରୁକାର୍ଯ୍ୟ ଦେଖି ପାରିଲେନି ପର୍ଯ୍ୟଟକ
  • ||
  • କରଞ୍ଜିଆ : ଚିକିତ୍ସାଧିନ ଅବସ୍ଥାରେ ପ୍ରାଣ ହରାଇଲା ‘ମହେନ୍ଦ୍ର’ ହାତୀ, ବ୍ୟବଚ୍ଛେଦ ପରେ ହେବ ଶବ ସଂସ୍କାର
  • ||
  • ଶ୍ରୀମନ୍ଦିରରେ ଦେବାଭିଷେକ ନୀତି: ଆଜି ମହାପ୍ରଭୁଙ୍କ ରାଜାଧିରାଜ ଓ ନବାଙ୍କ ବେଶ
  • ||
  • ସୁବର୍ଣ୍ଣପୁର : ଇଥାନଲ ପ୍ଲାଣ୍ଟ ମେସିନରେ ଚାପି ହୋଇ ଶ୍ରମିକଙ୍କ ମୃତ୍ୟୁ
  • ||

ରାଜ କପୁରଙ୍କ ୧୦୦ ଜନ୍ମ ବାର୍ଷିକୀ,ମୋଦିଙ୍କୁ ନିମନ୍ତ୍ରଣ ପାଇଁ ଦିଲ୍ଲୀ ପହଞ୍ଚିଲେ କପୁର ପରିବାର

Published By : Anindita | December 10, 2024 3:11 PM

ମୁମ୍ବାଇ,୧୦/୧୨:ଆସନ୍ତା ୧୪ ତାରିଖରେ ବେଶ ଧୁମଧାମରେ ପାଳନ ହେବାକୁ ଯାଉଛି ଭେଟେରାନ ଅଭିନେତା ତଥା ନିର୍ଦ୍ଦେଶକ ରାଜ କପୁରଙ୍କ ୧୦୦ ଜନ୍ମ ବାର୍ଷିକୀ। ଆଉ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ । ଏନେଇ ପୂରା କପୁର ପରିବାର ମୋଦିଙ୍କୁ ନିମନ୍ତ୍ରଣ କରିବାକୁ ପହଞ୍ଚିଛନ୍ତି ଦିଲ୍ଲୀରେ । ଯାହାର ଭିଡ଼ିଓ ସୋସିଆଲ ମିଡ଼ିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ତେବେ ଭାଇରାଲ ଭିଡ଼ିଓରେ ଆଲିଆ ଭଟ୍ଟ-ରଣବୀର କପୁର, କରୀନା କପୁର-ସୈଫ ଅଲ୍ଲୀ ଖାନ, ନୀତୁ କପୁର-କରିସ୍ମା କପୁରଙ୍କୁ ଦେଖିବାକୁ ମିଳିଛି। 

ତେବେ ୧୩ ରୁ ୧୫ ଡ଼ିସେମ୍ବରରେ ଆୟୋଜିତ ହେବାକୁ ଥିବା ରାଜ କପୁରଙ୍କ ଜନ୍ମ ବାର୍ଷିକୀରେ ଅନେକ ବଡ଼ ବଡ଼ କଳାକାର ଯୋଗାଦେବାକୁ ଯାଉଛନ୍ତି । ବର୍ତ୍ତମାନ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିବା ପାଇଁ କପୁର ପରିବାର ଦିଲ୍ଲୀ ପହଞ୍ଚିଛନ୍ତି । ମୁମ୍ୱାଇ ଏୟାରପୋର୍ଟରେ ଆଲିଆ ଭଟ୍ଟ-ରଣବୀର କପୁର, କରୀନା କପୁର-ସୈଫ ଅଲ୍ଲୀ ଖାନ, ନୀତୁ କପୁର-କରିସ୍ମା କପୁର ନଜର ଆସିଥିଲେ । ଏହି ସମୟରେ ଆଲିଆ ଲାଲ ଶାଢୀରେ ନଜର ଆସିଥିବା ବେଳେ ରଣବୀର ବ୍ଲାକ ସୁଟରେ ସୁନ୍ଦର ଦେଖାଯାଉଛନ୍ତି । ସେହିପରି ନୀତୁ ଏବଂ କରିସ୍ମା ହ୍ୱାଇଟ ପାରମ୍ପାରିକ ପୋଷାକ ପିନ୍ଧିଛନ୍ତି । ସୈଫ ମଧ୍ଯ ହ୍ୱାଇଟ ସୁଟରେ ନଜର ଆସିଥିବା ବେଳେ କରୀନା ଏକ ଲାଲ ସୁଟରେ ବହୁତ ସୁନ୍ଦର ଦେଖାଯାଉଛନ୍ତି । ୧୩ ରୁ ୧୫  ଡିସେମ୍ବର ଯାଏଁ ୪୦ ଟି ସହରର ୧୩୫ ଟି ପ୍ରେକ୍ଷାଳୟରେ ତାଙ୍କର ମହାନ୍ ଚଳଚ୍ଚିତ୍ରରର ହେବ ସ୍କ୍ରିନିଂ। ସେହିପରି ୧୯୭୧ ମସିହାରେ ସେ ଭାର ତ ସରକାଙ୍କ ଦ୍ବାରା ପଦ୍ମ ଭୂଷଣରେ ସମ୍ମାନିତ ହୋଇଥିଲେ । ଏଥିସହ ତାଙ୍କୁ ୧୯୮୮ରେ ଦାଦାସାହେବ ଫାଲକେ ସମ୍ମାନରେ ସମ୍ମାନିତ କରାଯାଇଥିଲା । ତେବେ ରାଜ କପୁର ୧୯୨୪ ମସିହା ଡିସେମ୍ବର ୧୪ ତାରିଖରେ ଜନ୍ମଗ୍ରହଣ କରିଥିବା ବେଳେ ୧୯୮୮ ମସିହା ଜୁନ୍ ୨ ତାରିଖରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ । 

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.