ମାଲକାନଗିରି, ୨୫/୧ (ଆପ୍ର ): ମାଲକାନଗିରି ଜିଲ୍ଲା ସୀମାନ୍ତ ସୁକୁମା ଜିଲ୍ଲା ପୁଲିସକୁ ମିଳିଛି ଏକ ବଡ଼ ସଫଳତା। ଗଣତନ୍ତ୍ର ଦିବସ ଅବ୍ୟାହତ ପୂର୍ବରୁ ମାଓବାଦୀ ମାନେ କୌଣସି ଏକ ବଡ଼ ଧରଣ ର ହିଂସାକାଣ୍ଡ ଘଟାଇବା ପାଇଁ ସୁକୁମା ଓ ବିଜାପୁର ସୀମାନ୍ତ ପାଲାଗୁଡା ଜଙ୍ଗଲରେ ମାଓବାଦୀ ମାନେ ଲୁଚାଇ ରଖିଥିବା ଏକ ଡମ୍ପକୁ ସିଆରପିଏଫ ଓ ଡିଆରଜି ଯବାନ ମାନେ ଠାବ କରିଛିନ୍ତି।
ଶନିବାର ସନ୍ଧ୍ୟାରେ ସର୍ଚ୍ଚ ଅପରେସନ ସାରି ଫେରୁଥିବା ବେଳେ ପାଲାଗୁଡା ଜଙ୍ଗଲ ମଧ୍ୟରୁ ଏକ ବଡ଼ ଡ୍ରମ ଠାବ କରିଥିଲେ। ସେଥିରୁ ୧୦୦ କିଲୋ ଜିଲୋଟିନ, ଗନ ପାଉଡର, କୋଡେକ୍ସ ତାର, ପ୍ରେସର ବୋମା,ନକ୍ସଲ ପୋଷାକ, ପୁସ୍ତକ, ବ୍ୟାଗ ସହ ଅନ୍ୟ ସାମଗ୍ରୀ କୁ ଯବାନ ମାନେ ଜବତ କରିଛନ୍ତି। ୧୬ ଟି ବିୟର ବୋତଲରେ ବୋମା ପ୍ରସ୍ତୁତ କରାଯାଇଥିବା ଯବାନ ଦେଖିବାକୁ ପାଇଥିଲେ । ସମସ୍ତ ୧୬ଟି ବୋମାକୁ ବୋମା ନିଷ୍କ୍ରିୟକାରୀ ଦଳଙ୍କ ସହଯୋଗରେ ନିଷ୍କ୍ରିୟ କରାଯାଇଥିଲା । ଏହି ସାମଗ୍ରୀ ଗୁଡିକ ଜବତ ପରେ ମାଓବାଦୀଙ୍କ ହିଂସାକାଣ୍ଡ ଘଟଣାକୁ ଯବାନମାନେ ପଣ୍ଡ କରିଦେଇଛନ୍ତି ।