ଫିରିଙ୍ଗିଆ,୫/୩ :  ଆଜି ବି ଅବହେଳିତ ଭାବେ ରହିଛି ଫିରିଙ୍ଗିଆ ବ୍ଲକର ଅନେକ ପ୍ରାଥମିକ ବିଦ୍ୟାଳୟ ଅଙ୍ଗନବାଡି କେନ୍ଦ୍ର ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ । ସରକାରଙ୍କ ବିଭିନ୍ନ ଯୋଜନା ଏଠାରେ ପହଞ୍ଚି ପାରି ନାହିଁ । ଏମିତି ଏକ ବିଦ୍ୟାଳୟ ହେଉଛି ଫିରିଙ୍ଗିଆ ବ୍ଲକ ପାହିରାଜୂ ପଞ୍ଚାୟତ ଗବରନଳା ଗାଁରେ ଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ । ପ୍ରଥମଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ଯନ୍ତ ଏଠାରେ ମୋଟ ୪୧ପିଲା ଅଛନ୍ତି । ପ୍ରଧାନଶିକ୍ଷକ ବିଜୟ କୁମାର କହଁରଙ୍କ ସହ ମୋଟ ଶିକ୍ଷକ ଅଛନ୍ତି ତିନି ଜଣ । 

ଏହି ବିଦ୍ୟାଳୟ ୧୯୭୯ମସିହାରେ ସ୍ଥାପିତ ହୋଇଥିଲା । ବର୍ଷା ଦିନରେ ବିଦ୍ୟାଳୟ ଭିତରେ ପାଣି ପଶୁଥିବାବେଳେ ଆଜି ପର୍ଯ୍ୟନ୍ତ ପାଚେରୀ ନିର୍ମାଣ ହୋଇ ପାରିନାହିଁ । ଏଥିଯୋଗୁଁ ଛାତ୍ର ଛାତ୍ରୀ ମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଦ୍ୟାଳୟରେ କେବଳ ଦୁଇ ଜଣ ଶିକ୍ଷକ ଅଛନ୍ତି । କିନ୍ତୁ ବର୍ଷା ହେଲେ ଛାତ୍ର ଛାତ୍ରୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସବୁଠାରୁ ବଡ଼ ସମସ୍ୟା ହେଉଛି ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କ ପାଇଁ ରହିଥିବା ରୋଷେଇ ଘର । ଦୀର୍ଘ ମାସ ହେବ ଭାଙ୍ଗି ରୁଜି ଯାଇଥିଲେ ମଧ୍ୟ ମରାମତି ହୋଇପାରୁ ନାହିଁ । ଅର୍ଥ ଅନୁଦାନ ଆସି ନ ଥିବାରୁ ମରାମତି ହୋଇପାରୁ ନ ଥିବା ଜଣାପଡ଼ିଛି । ଅନ୍ୟ ଉପାୟ ନ ପାଇ ପାଚିକା ଓ ସହାୟିକା ଭଙ୍ଗା ଦଦରା ରୋଷେଇ ଘରେ ବିପଦ ସଙ୍କୁଳ ଅବସ୍ଥାରେ ପ୍ରତିଦିନ ରୋଷେଇ କରୁଛନ୍ତି । 

ତୁରନ୍ତ ଏହି ବିଦ୍ୟାଳୟରେ ରୋଷେଇ ଗୃହ ମରାମତି ଓ ପାଚେରୀ ନିର୍ମାଣ ପାଇଁ ଅଞ୍ଚଳବାସୀଙ୍କ ସମେତ ପୂର୍ବତନ ଓ୍ବାର୍ଡ଼ ମେମ୍ବର ଜଗୀତ କହଁର ଓ ସ୍କୁଲ ପ୍ରେସିଡେଣ୍ଟ ଅଜଣା ଦିଗାଲ ଅଭିଯୋଗ କରିଛନ୍ତି । ଏହି ଘଟଣାକୁ ନେଇ ସ୍ଥାନୀୟ ଫିରିଙ୍ଗିଆ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଶିବାଜୀ କହଁର ପଚାରିବାରୁ ବିଦ୍ୟାଳୟ ପାଚେରୀ ନ ଥିବା ଏବଂ ରୋଷେଇ ଗୃହ ଭାଙ୍ଗିଥିବା ସ୍ୱୀକାର କରିବା ସହ କନ୍ଧମାଳ ଜିଲ୍ଲାପାଳ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଓ ପଞ୍ଚାୟତରେ ଲିଖିତ ଭାବେ ଲେଖି କି ଦିଆଯାଇଛି । କିଭଳି ତୁରନ୍ତ ମରାମତି ହୋଇପାରିବ ସେ ନେଇ ବ୍ୟବସ୍ଥା କରାଯିବ ବୋଲି ସୁଚନା ଦେଇଛନ୍ତି ।