ନୂଆଦିଲ୍ଲୀ : ଭାରତୀୟ ବଂଶୋଦ୍ଭବ ଆମେରିକୀୟ ମହାକାଶଚାରୀ ସୁନୀତା ୱିଲିୟମ୍ସ ଓ ତାଙ୍କର ମହାକାଶର ସାଥୀ ୱିଲମୋର ବୁଚ୍‌ ଦୀର୍ଘ ଦିନ ହେବ ଇଣ୍ଟରନ୍ୟାସନାଲ ସ୍ପେସ୍‌ ଷ୍ଟେସନରେ ରହିଛନ୍ତି। ସେ ଗତ ବର୍ଷ ଜୁନ୍‌ ମାସରୁ ହିଁ ମହାକାଶରେ ଫସି ରହିଛନ୍ତି। ଏବେ ଆସନ୍ତା ମାସରେ ଦୁହେଁ ପୃଥିବୀକୁ ଫେରିବେ। ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏଲନ ମସ୍କଙ୍କୁ ସୁନୀତା ଓ ଅନ୍ୟଙ୍କୁ ମହାକାଶରୁ ଫେରାଇ ଆଣିବାର ଦାୟିତ୍ୱ ଦିଆଯାଇଛି। ଏହି ମଧ୍ୟରେ ସୁନୀତା ୱିଲିୟମ୍ସଙ୍କୁ ନେଇ ଏଲନ ମସ୍କ ଓ ଡେନିସ୍‌ ଆଷ୍ଟ୍ରୋନା ଏଣ୍ଡ୍ରିଆସ୍‌ ଏଣ୍ଡି ମୋଙ୍ଗେନସନଙ୍କ ମଧ୍ୟରେ ଝଗଡ଼ା ହୋଇଛି, ଯେଉଁଥିରେ ମସ୍କ ଏହି ମହାକାଶଚାରୀଙ୍କୁ ମୁର୍ଖ ଓ ଇଡିୟଟ୍‌ ଯାଏ ବି କହି ଦେଲେ।

ଉଲ୍ଲେଖନୀୟ ଯେ, ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସରେ ଏଲନ ମସ୍କଙ୍କର ଫକ୍ସ ଚ୍ୟାନେଲ୍‌କୁ ଦିଆ ଯାଇଥିବା ଇଣ୍ଟରଭ୍ୟୁର ଏକ କ୍ଲିପ୍‌ ସେୟାର କରାଯାଇଛି। ଏଥିରେ ଦୁଇ ମହାକାଶଚାରୀଙ୍କ ରେସ୍କ୍ୟୁ ଉପରେ ପ୍ରଶ୍ନ କରାଯାଇ ଥିଲା, ଯାହାର ଜବାବରେ ମସ୍କ କହିଥିଲେ କି ତାଙ୍କୁ ଜୋ ବାଇଡେନ ରାଜନୀତିକ କାରଣ ଯୋଗୁଁ ମହାକାଶରେ ଛାଡ଼ି ଦେଇ ଥିଲେ। ଏହି କ୍ଲିପ୍‌କୁ ସେୟାର କରି ଆଷ୍ଟ୍ରୋନାଟ୍‌ ମାଙ୍ଗେନସନ ମସ୍କଙ୍କ ଉପରେ ଟାର୍ଗେଟ୍ କରିଥିଲେ ଏବଂ ଲେଖିଥିଲେ କଣ ସବୁ ମିଛ। 

ଏଲମ ମସ୍କ ଏହି ପୋଷ୍ଟ ଉପରେ ତୁରନ୍ତ ପ୍ରତିକ୍ରିୟା ଦେଇ କହିଛନ୍ତି କି , ସ୍ପେସ୍‌ଏକ୍ସ ଖୁବ୍‌ ପୂର୍ବରୁ ହିଁ ମହାକାଶ ଯାତ୍ରୀଙ୍କୁ ଫେରେଇ ଆଣି ଥାନ୍ତେ, କିନ୍ତୁ ବାଇଡେନ୍‌ ପ୍ରଶାସନ ତାଙ୍କର ପ୍ରସ୍ତାବକୁ ଅସ୍ୱୀକାର କରିଦେଇ ଥିଲେ। ସେ ଲେଖିଥିଲେ , ଆପଣ ସଂପୂର୍ଣ୍ଣ ମୁର୍ଖ। ସ୍ପେସଏକ୍ସ ତାଙ୍କୁ ଅନେକ ମାସ ପୂର୍ବରୁ ଫେରେଇ ଆଣି ପାରି ଥାନ୍ତା। ମୁଁ ସିଧା ବାଇଡେନ ପ୍ରଶାସନକୁ ଏହି ପ୍ରସ୍ତାବ ଦେଇ ଥିଲି ଏବଂ ସେ ମନା କରି ଦେଲେ। ରାଜନୀତିକ କାରଣରୁ ଫେରିବାକୁ ଏଡେଇ ଦିଆ ଗଲା। ଇଡିୟଟ୍‌ । 

ଏହା ଉପରେ ମହାକାଶଚାରୀ ପୁଣି ରିପ୍ଲାଇ କରି କହିଥିଲେ କି ,ଏଲନ, ମୁଁ ଦୀର୍ଘ ଦିନରୁ ଆପଣ ଓ ଆପଙ୍କ ଉପଲବଧିର ପ୍ରଶଂସା  କରୁଛି , ବିଶେଷ ଭାବେ ସ୍ପେସଏକ୍ସ ଓ ଟେସଲାରେ । ଆପଣ ବି ଜାଣନ୍ତି କି ବୁଚ୍‌ ଓ ସୁନି କ୍ରୁ-୯ ସହ ଫେରୁଛନ୍ତି , ଯେମିତି କି ଗତ ସେପ୍ଟେମ୍ୱରରେ ଯୋଜନା ହୋଇଥିଲା। ଏବେ ବି ଆପଣ ତାଙ୍କୁ ଘରକୁ ଫେରେଇ ଆଣିବା ପାଇଁ କୌଣସି ଉଦ୍ଧାର ଜାହାଜ ପଠାଉ ନାହାନ୍ତି। ସେ ଡ୍ରାଗନ୍‌ କ୍ୟାପସୁଲ୍‌ରେ ଫେରୁଛନ୍ତି , ଯାହା ଗତ ସେପ୍ଟେମ୍ୱରରୁ ଆଇଏସଏସରେ ଅଛି। 


କହି ରଖୁଛୁ କି , ସୁନୀତା ୱିଲିୟମ୍ସ ଓ ତାଙ୍କର ସହଯୋଗୀ ବୁଚ୍ ୱିଲମୋର ଗତ ବର୍ଷ ବୋଇଂ ଷ୍ଟାରଲାଇନରରେ ନୂଆ ମହାକାଶ ଯାନକୁ ପ୍ରମାଣିତ କରିବାକୁ ଅନ୍ତରାଷ୍ଟ୍ରୀୟ ମହାକାଶ ଷ୍ଟେସନ (ଆଇଏସଏସ) ଯାଇଥିଲେ। ଏହି ମିଶନ , ଯାହା କେବଳ ୮ ଦିନ ଯାଏ ଚାଲିବାକୁ ଥିଲା , ମହାକାଶ ଯାତ୍ରୀଙ୍କ ପାଇଁ ମାସ ମାସ ଲମ୍ୱା ଅପେକ୍ଷା କରିବାକୁ ପଡ଼ିଛି । ଯାହାକି ମହାକାଶ ଯାନର ଥ୍ରଷ୍ଟର ମାମଲା ଯୋଗୁଁ ଆଇଏସଏସରେ ହିଁ ଫସି ରହିଛନ୍ତି। ଏବେ ଉଭୟ ୧୯ ମାର୍ଚ୍ଚରେ ପୃଥିବୀକୁ ଫେରୁଛନ୍ତି।