ପ୍ରମୂଖ ଖବର
  • ରାୟଗଡ଼ା : ଲାଞ୍ଚ ନେବା ବେଳ ଭିଜିଲାନ୍ସ ହାତରେ ଧରାପଡିଲେ ସିଡିପିଓ, କିରାଣୀ
  • ||
  • ବାଲେଶ୍ୱର : ସାପ କାମୁଡ଼ାରେ ଅଷ୍ଟମ ଶ୍ରେଣୀ ଛାତ୍ରୀ ମୃତ
  • ||
  • ଖୋର୍ଦ୍ଧା : ବାଇକ୍‌ ପଛରେ ପିଟିହେଲା ମାଲବାହୀ ଟ୍ରକ୍‌; ମହିଳା ମୃତ, ଜଣେ ଆହତ
  • ||
  • ରଥ ଖଳା ହାଲ୍‌ଚାଲ୍... ରଥତ୍ରୟରେ ଲାଗିଲା ୧୨ ଦୁଆରଘଡ଼ା, କଳସ ଉଠି ଓଲଟ ଶୁଆ ସ୍ଥାପନ
  • ||
  • ୩ ବିଧାୟକଙ୍କୁ ବହିଷ୍କାର କଲା ସମାଜବାଦୀ ପାର୍ଟି, ଦଳ ବିରୋଧୀ କାର୍ଯ୍ୟ ପାଇଁ ଆକ୍ସନ
  • ||
  • ସୁନ୍ଦରଗଡ଼ : ବାଇକ୍‌କୁ ପଛରୁ ପିଟିଲା ଟ୍ରକ୍‌; ୨ ମୃତ, ଜଣେ ଗୁରୁତର
  • ||
  • ଅନବସର ତ୍ରୟୋଦଶୀ ତିଥି, ମହାପ୍ରଭୁଙ୍କୁ ଘଣା ଓ ଖଳି ପ୍ରସାଦ ଲାଗି ହେବ
  • ||
  • ସିରିଆର ଏକ ଚର୍ଚ୍ଚରେ ଆତ୍ମଘାତୀ ବିସ୍ଫୋରଣ, ୨୦ ମୃତ
  • ||
  • ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଯୁବ ଶକ୍ତି ସମାବେଶରେ ଦେବେ ଯୋଗ
  • ||
  • ୨୫ରେ ଆଉ ଏକ ଘୂର୍ଣ୍ଣିବଳୟ, ୨୭ଯାଏ ବର୍ଷା ସମ୍ଭାବନା: ଆଜି ୨୪ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||

ଅନଲାଇନ୍ ଟ୍ରେଡିଂ: ୧୫ ଲକ୍ଷ ହରାଇଲେ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ

Published By : Suraj Kumar | May 17, 2025 9:27 PM

ବ୍ରହ୍ମପୁର, ୧୭/୫(ବ୍ୟୁରୋ): ଟ୍ରେଡିଂ ନାଁରେ ଜଣେ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀଙ୍କ ଠାରୁ ୧୫ ଲକ୍ଷ ଟଙ୍କା ସାଇବର ଲୁଟେରା ଠକେଇ କରିଛନ୍ତି। ଏ ନେଇ ବ୍ରହ୍ମପୁର ସାଇବର ଥାନାରେ ଅଭିଯୋଗ ହୋଇଛି। 

ହିଲପାଟଣା ଅଞ୍ଚଳର ଜଣେ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ଅନଲାଇନ୍ ଟ୍ରେଡିଂ ବିଷୟରେ ସାଙ୍ଗଙ୍କ ଠାରୁ ଶୁଣିଥିଲେ। ଏ ନେଇ ଅନଲାଇନ୍‌ରେ ବିଭିନ୍ନ ବିଜ୍ଞପ୍ତି ଦେଖୁଥିଲେ। ଏହାପରେ ଗତ ଏପ୍ରିଲ ମାସରେ ସେ ଅନଲାଇନ୍ ଟ୍ରେଡିଂ ଆରମ୍ଭ କରିଥିଲେ। ମାସକ ମଧ୍ଯରେ ପର୍ଯ୍ୟାୟକ୍ରମେ ସେ ୧୫ ଲକ୍ଷ ଟଙ୍କା ଟ୍ରେଡିଂରେ ନିବେଶ କରିଥିଲେ ‌। ବର୍ତ୍ତମାନ ଉକ୍ତ ଟ୍ରେଡିଂ ସାଇଟ୍ ବନ୍ଦ ରହିଛି। ସେ ନିବେଶ କରିଥିବା ଟଙ୍କା ନେଇ କୌଣସି ସୂଚନା ମିଳୁ ନାହିଁ। ଏପରିକି ଟ୍ରେଡିଂ ଆକାଉଣ୍ଟ ଖୋଲିବା ସମୟରେ କମ୍ପାନୀ ପକ୍ଷରୁ ଏକ ହେଲ୍ପ ଲାଇନ ନମ୍ବର ଦିଆ ‌ ଯାଇଥିଲା। ତାହାକୁ ଯୋଗାଯୋଗ କଲେ କୌଣସି ଉତ୍ତର ର ମିଳୁ ନାହିଁ। ଫଳରେ ଠକେଇର ଶିକାର ହୋଇଥିବା ସନ୍ଦେହରେ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ଜଣଙ୍କ ବ୍ରହ୍ମପୁର ସାଇବର ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.