ନୂଆଦିଲ୍ଲୀ,୩୦/୦୫: ଖରା ବଢ଼ିବା ଯୋଗୁଁ ଘରେ ଏସି ଲଗାଇ ମଜା ନେଉଛନ୍ତି କି ? ଅଧିକ ସମୟ ଏସିର ଚଳାଉଥିଲେ ସାବଧାନ। ଏସି ଦିନ ରାତି ଲାଗିବା ଦ୍ବାରା ଘଟିପାରେ ବଡ ଅଘଟଣା। କାରଣ ଆପଣଙ୍କ ଘରେ ଚାଲୁଥିବା ଏସି ଯେକୌଣସି ମୁହୂର୍ତ୍ତରେ ବ୍ଲାଷ୍ଟ୍ ହୋଇପାରେ। ରାଜଧାନୀ ଦିଲ୍ଲୀରେ ପୂର୍ବତନ ଆଇଏଏସ୍ ଅଧିକାରୀ ଧନେନ୍ଦ୍ର କୁମାର ହୌଜଖାସ୍ ସ୍ଥିତ ତାଙ୍କ ଘରେ ଏକ ଅଗ୍ନିକାଣ୍ଡରେ ପ୍ରାଣ ହରାଇଛନ୍ତି । ଏଥିରେ ତାଙ୍କ ପୁଅ ଗୁରୁତର ଆହତ ହୋଇଥିବାବେଳେ ନିକଟବର୍ତ୍ତୀ ଏକ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି । ଘରେ ଲାଗିଥିବା ଏସିର ଇନ୍ଡୋର ୟୁନିଟ୍ରେ ବିସ୍ଫୋରଣ ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ।
ପୁଲିସ ଅନୁସାରେ, ଗୁରୁବାର ରାତି ପ୍ରାୟ ୧୧.୧୮ ମିନିଟ୍ ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିଲା । ସେତେବେଳେ ଧନେନ୍ଦ୍ର କୁମାର, ପରିବାର ସଦସ୍ୟ, ଘରୋଇ ସହାୟକଙ୍କୁ ମିଶାଇ ତାଙ୍କ ଘରେ ୫ ଜଣ ଉପସ୍ଥିତ ଥିଲେ । ଅଗ୍ନିକାଣ୍ଡ ସଂପର୍କରେ ସୂଚନା ପାଇବା ପରେ ପୁଲିସ ଏବଂ ଅଗ୍ନିଶମ ବାହିନୀ ସେଠାରେ ପହଞ୍ଚି ନିଆଁ ଲିଭାଇଥିଲା । ଏହାପରେ ଧନେନ୍ଦ୍ର ଏବଂ ପରିବାର ସଦସ୍ୟଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଧନେନ୍ଦ୍ରଙ୍କ ମୃତ୍ୟୁ ଘଟିଛି । ହରିୟାଣା କ୍ୟାଡରର ୧୯୬୮ ବ୍ୟାଚ୍ର ଆଇଏଏସ୍ ଅଧିକାରୀ ଧନେନ୍ଦ୍ର କୁମାରଙ୍କୁ ୮୦ ବର୍ଷ ହୋଇଥିଲା । ସେ କମ୍ପିଟିସନ୍ କମିଶନ ଅଫ୍ ଇଣ୍ଡିଆ(ସିସିଆଇ)ର ପ୍ରଥମ ଅଧ୍ୟକ୍ଷ ଥିଲେ ।
ଅଧିକ ପଢ଼ନ୍ତୁ :- Power crisis: AC ପାଇଁ ଅନ୍ଧାରରେ ବୁଡ଼ିବ ଦେଶ ! ୨୦୨୮ ସୁଦ୍ଧା ଘୋର ବିଦ୍ୟୁତ ସଙ୍କଟ, ମୁକୁଳିବାକୁ କେବଳ ଗୋଟିଏ ଉପାୟ...